• padmabati kund

ଜବଲପୁର ରେଲୱେ ଡିଭିଜନରେ ବାହାରିଲା ସ୍ପୋର୍ଟସ କୋଟାରେ ଚାକିରୀ


ପଶ୍ଚିମ କେନ୍ଦ୍ର ରେଳବିଭାଗ ଜବଲପୁର (ମଧ୍ୟପ୍ରଦେଶ) ତରଫରୁ ଗ୍ରାଜୁଏସନ ପାସ ପ୍ରାର୍ଥୀଙ୍କ ପାଇଁ ସ୍ପୋର୍ଟ କୋଟାରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ 10 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଆବେଦନ ତାରିଖ ଜୁଲାଇ 12ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଗ୍ରହୀପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ 10 ତାରିଖ ରାତି 11.59pm ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ବିଭିନ୍ନ ଖେଳ ବିଭାଗ ଯଥା- ୱେଟ ଲିଫଟିଙ୍ଗ,ବ୍ୟାଡ ମିଣ୍ଟନ, କ୍ରିକେଟ, ହକି, ରେସଲିଙ୍ଗ, ବାସ୍କେଟବଲରେ ମୋଟ 21 ପଦ ରହିଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ କୌଣସି ପଦ ସଂରକ୍ଷିତ ରଖାଯାଇ ନାହିଁ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସ୍ଵୀକୃତି ପ୍ରାପ୍ତ ବୋର୍ଡରୁ ମାଟ୍ରିକ ଓ +2 ପାସ କରିଥିବା ଆବଶ୍ୟକ। ଏହା ସହିତ ଗ୍ରାଜୁଏସନ ମଧ୍ୟ ପାସ କରିଥିବା ଆବଶ୍ୟକ।

ବୟସ ସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 01-01-2019 ସୁଦ୍ଧା ସର୍ବନିମ୍ନ 18 ବର୍ଷ ଓ ସର୍ବାଧିକ 25 ବର୍ଷ ହୋଇଥିବା ଆବଶ୍ୟକ କିମ୍ବା ପ୍ରାର୍ଥୀ 02-01-1994 ରୁ 01-01-2001 ମଧ୍ୟରେ ଜନ୍ମ ଗ୍ରହଣ କରିଥିବା

ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଜେନେରାଲ ଓ ଓ.ବି.ସି ବର୍ଗର ପ୍ରାର୍ଥୀମାନଙ୍କୁ ଟ.100 ଆପ୍ଲିକେସନ  ଫି ଦେବାକୁ ପଡିବ କିନ୍ତୁ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ପଶ୍ଚିମ କେନ୍ଦ୍ର ରେଳବିଭାଗର ଅଫିସିଆଲ ୱେବସାଇଟ www.wcr.indianrailways.gov.in ରେ ଲଗଇନକରିବେ ଓ ଏହାପରେ ହୋମପେଜରେ ଥିବା ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟରେ “notifications for sports quota recruitment 2018-19 ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ।

ଆବଶ୍ୟକୀୟ ପ୍ରମାଣପତ୍ର

ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ନିଜର ପାସପୋର୍ଟ ସାଇଜ ରଙ୍ଗୀନ ଫଟୋ, ଦସ୍ତଖତ, ଆଟେଷ୍ଟେଡ ଆଧାରକାର୍ଡ, ଆଟେଷ୍ଟେଡ ମାଟ୍ରିକ ସାର୍ଟିଫିକେଟ, +2 ଓ ଗ୍ରାଜୁଏସନ ସାର୍ଟିଫିକେଟ, ସ୍ପୋର୍ଟ ଆଚିଭମେଣ୍ଟ ସାର୍ଟିଫିକେଟ କୁ ସ୍କାନ କରିଦେବାକୁ ପଡିବ। ଏହା ସହିତ ଯଦି ଆପଣ ଅନୁସୂଚିତ ଜାତିଓ ଜନଜାତି କିମ୍ବା ଓ.ବି.ସି ପ୍ରାର୍ଥୀ ଅଟନ୍ତି ତେବେ ଆପଣଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ପଡିବ।

ଏହା ବିଷୟରେ ଅଧିକ ବିବରଣୀ ପାଇଁ ପଶ୍ଚିମ କେନ୍ଦ୍ର ରେଳବିଭାଗର ଅଫିସିଆଲ ୱେବସାଇଟ www.wcr.indianrailways.gov.in ରେ ଲଗଇନ କରି ଯାଞ୍ଚ କରିପାରିବେ।

#jobs #govtjobs #railway

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon