• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ :କେଉଁ ରାଶିର ବଢିବ ଆୟ-ବ୍ୟୟ


ମେଷ: ପରିଶ୍ରମର ଫଳ ପାଇବେ। ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ଓ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି। ପରିବାର ମଧ୍ୟରେ ସାମାନ୍ୟ କଳହ ଦେଖାଯାଇପାରେ। କିନ୍ତୁ ଯାହାବି ସମସ୍ୟା ରହିଛି ନମ୍ରତାର ସହ ସମାଧାନ କରନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢାଇବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ବୃଷ: ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କରନ୍ତୁ। ନିଜ କାମକୁ ଅନ୍ୟକାହା ଉପରେ ନ୍ୟସ୍ତ କରନ୍ତୁ ନାହିଁ,କ୍ଷତି ସହି ପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ମିଥୁନ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ପରିଶ୍ରମର ଫଳ ପାଇବେ।ଅର୍ଥ ଆଗମନର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ନିଜ ଅହଂକାରକୁ ନିୟନ୍ତ୍ରଣରେ ରଖନ୍ତୁ,ନଚେତ ଭୁଲ ନିଷ୍ପତ୍ତି ନେଇପାରନ୍ତି।ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରନ୍ତୁ।

କର୍କଟ: ସମୟର ଆବଶ୍ୟକତା ଅନୁଯାୟୀ ନିଜ କାମପ୍ରତି ଧ୍ୟାନ ଦିଅନ୍ତୁ। ମାନସିକ ଦୁଃଶ୍ଚିନ୍ତା ବଢିବ। ଅଫିସରେ ସିନିୟର ଅଧିକାରୀଙ୍କ ସାହାଯ୍ୟ ମିଳିପାରେ। ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦେବାକୁ ପଡିବ।

ସିଂହ: ସକାରାତ୍ମକ ମନୋଭାବ ରହିବ, ଯାହାଦ୍ୱାରା ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ମାଲିମକୋଦ୍ଦମା ମାମଲାରେ ଜୟଲାଭ କରିବେ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।

କନ୍ୟା: ଆସବାବ ଜିନିଷ କିଣିବାରେ ଅଧିକ ବ୍ୟୟ କରିବେ। ଅର୍ଥ ପାଇଁ ଚିନ୍ତିତ ରହିବେ। ପାରିବାରିକ ଜୀବନରେ ବିବାଦ ଦେଖାଦେବ। ସମସ୍ତ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଦୁରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ମନଯୋଗ ଦେଇ ପାଠ ପଢିବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଅଧିକ ବ୍ୟସ୍ତ ରହିବେ। ଆର୍ଥିକସ୍ଥିତିରେ ଉନ୍ନତି ହେବ। ସମାଜରେ ସମ୍ମାନ ବଢିବ। ଯଦି ଆପଣ ନୂତନ ଚାକିରୀ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସପ୍ତାହଟି ଭଲ ରହିବ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବେ।

ବିଛା: ସଫଳତା ଲାଭ କରିବେ। ବହୁ ଦିନରୁ ଆଶା କରୁଥିବା କାମଟି ସଂପୂର୍ଣ୍ଣ ହେବ। ନିଜ ପରିଶ୍ରମ ପାଇଁ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ପାରିବାରିକ ଜୀବନରେ ହସଖୁସି ଭରିଯିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟଟି ବହୁତ ଭଲ ରହିବ ଓ ପରିଶ୍ରମର ଫଳ ପାଇବେ।

ଧନୁ: ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହିତ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ କାମ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପିତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବିଦ୍ୟାର୍ଥୀମାନେ ନିଜ ପରିଶ୍ରମର ଫଳ ପାଇବେ।

ମକର: କୌଣସି ନିଷ୍ପତ୍ତି ନେବା ଆଗରୁ ଦୁଇଥର ଭାବନ୍ତୁ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟରେ ଅବନତି ଘଟିବ। କର୍ମକ୍ଷେତ୍ରରେ ସିନିୟରଙ୍କ ଦ୍ଵାରା ପ୍ରଶଂସିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ନମ୍ର ଓ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ।

କୁମ୍ଭ: ସବୁ କାର୍ଯ୍ୟକୁ ଦାୟିତ୍ତ୍ଵର ସହ ପୂର୍ଣ୍ଣ କରିବେ। ସଫଳତା ପାଇବେ ଓ ସମସ୍ତ କାମ ପ୍ରତି ସକାରାତ୍ମକ ମନୋଭାବ ଜାଗ୍ରତ ହେବ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବିଦେଶ ଯାତ୍ରା କରିପାରନ୍ତି। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ମାଲିମକୋଦ୍ଦମା କ୍ଷେତ୍ରରେ ସଫଳତା ପାଇବେ।

ମୀନ: କଳା ଓ ସାହିତ୍ୟ ପ୍ରତି ରୁଚି ବଢିବ। ଆୟରେ ବୃଦ୍ଧି ଘଟିବ ଓ ବ୍ୟୟ ମଧ୍ୟ ବଢିବ। ସନ୍ତାନଙ୍କ ପାଠପଢା ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇ ପାରିବେ ନାହିଁ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହାୟତା ମିଳିବ।       

#astrology #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon