• padmabati kund

ବାହାଘରର ୩ଦିନ ପରେ ଗଲେ ପ୍ରେମିକ ଘର, ୪ ଦିନ ପରେ ସେଠୁ ଉଭାନ ଯୁବତୀ


କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ପ୍ରେମକାହାଣୀର ପ୍ରେମିକା ନିଖୋଜ ହେବା ଘଟଣାକୁ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ନିଜେ ନିଖୋଜ ହୋଇଥିବା ଯୁବତୀ ବିଜୟାଶ୍ରୀ।  

ସୋମବାର (ଜୁଲାଇ 16)ନିଜ ପିତାଙ୍କ ସହିତ କୋରାପୁଟ ଏସପିଙ୍କୁ ଦେଖାକରି ତାଙ୍କ ନିଖୋଜ ହେବାକୁ ନେଇ ଚାଲିଥିବା ଆଲୋଚନାକୁ ନୂଆ ମୋଡ ଦେଇଛନ୍ତି।

ଦ୍ଵିତୀୟ ସ୍ଵାମୀଙ୍କ ଘରେ ଶୌଚ କରିବା ପାଇଁ ପାଇଖାନା ନ ଥିଲା ବୋଲି ଘର ଛାଡିଯିବାକୁ ନିଷ୍ପତ୍ତି ନେଇ ଗତ ଜୁଲାଇ10 ତାରିଖ ଦିନ ଘର ଛାଡି ପଳାଇଥିଲେ ବୋଲି କହିଛନ୍ତି।

ବିଜୟାଶ୍ରୀ ଓ ତାଙ୍କ ପିତା ସୁରେଶ ପଟ୍ଟନାୟକ କୋରାପୁଟ ଏସପିଙ୍କ ଆଗରେ ବିବାହଠାରୁ ପ୍ରେମ ବିବାହ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଟିକିନିଖି ଭାବରେ ବର୍ଣ୍ଣନା କରିଥିଲେ।

ସେ ଏସପିଙ୍କୁ ଲେଖିଥିବା ଲିଖିତ ପତ୍ର ଅନୁସାରେ, ବିଜୟାଶ୍ରୀଙ୍କ ସାମାଜିକ ଗଣମାଧ୍ୟମ ସାଇଟ ଫେସବୁକରେ ମନ୍ତଷଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଏହା ତାଙ୍କ ଘରଲୋକ ଜାଣି ନ ଥିଲେ ଓ ଗତ ଜୁଲାଇ 2 ତାରିଖ ଦିନ ପଟାଙ୍ଗୀର ଜଣେ ଯୁବକଙ୍କ ସହିତ ତାଙ୍କର ବୈଦିକରୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସେ ସ୍ଵାମୀ ଓ ଶଶୁରଘର ଲୋକଙ୍କ ଆଗରେ ନିଜ ପ୍ରେମସମ୍ପର୍କ ବିଷୟରେ କହିଥିଲେ ଓ ପ୍ରେମିକଙ୍କ ସହ ରହିବାକୁ  ଚାହୁଁଛନ୍ତି ବୋଲି ନିବେଦନ କରିଥିଲେ।

ତାଙ୍କର ଏହି ନିବେଦନରେ ଶଶୁରଘର ଲୋକ ଓ ସ୍ଵାମୀ ରାଜି ହେବାର ତିନିଦିନପରେ ଫେସବୁକ ପ୍ରେମିକ ମନ୍ତଷଙ୍କୁ ନନ୍ଦପୁର ଥାନାରେ ବରଣମାଳା ପିନ୍ଧାଇ ବିବାହ କରିଥିଲେ। 

ମନ୍ତଷଙ୍କ ଘରେ ବିଜୟାଶ୍ରୀ ନିଜକୁ ଖାପଖୁଆଇ ଚଳି ପାରିଲେନାହିଁ, ଏପରିକି ମନ୍ତଷଙ୍କ ଘରେ ସାମାନ୍ୟ ପାଇଖାନା ମଧ୍ୟ ନଥିଲା। ଏଥିପାଇଁ ତାଙ୍କୁ ବାହାରକୁ ଯିବାକୁ ପଡୁଥିଲା। ଏହି କାରଣରୁ ସେ ନିଜ ଇଚ୍ଛାରେ ମନ୍ତଷଙ୍କୁ ଛାଡି ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଏହାବ୍ୟତୀତ ନନ୍ଦପୁର ପୋଲିସ ତାଙ୍କ ସମ୍ପର୍କରେ ଯେଉଁ ମାମଲା ରୁଜୁ କରିଛି ତାହାକୁ ବନ୍ଦକରି ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଆଯାଉବୋଲି ସେ ଆବେଦନ କରିଛନ୍ତି।

ଯଦି ସତରେ ବିଜୟାଶ୍ରୀ ପାଇଖାନା ନଥିବାରୁ ଦ୍ଵିତୀୟ ସ୍ଵାମୀଙ୍କୁ ଛାଡିଛନ୍ତି ତେବେ ଏହା ଆମ ସମାଜ ପାଇଁ ଏକ ନୂତନ ଉଦାହରଣ ଅଟେ।

#oddnews #toilet

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon