• padmabati kund

ଫୋର୍ବସ ଦାମୀ ସେଲିବ୍ରିଟି ତାଲିକା : ଅକ୍ଷୟ ଉଠିଲେ, ସଲମାନ ଖସିଲେ


ଫୋର୍ବସ ମାଗାଜିନ ପକ୍ଷରୁ ବିଶ୍ୱର ୧୦୦ ଜଣ ଦାମୀ ସେଲିବ୍ରେଟିଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ କିଙ୍ଗଖାନ ଶାହରୁଖ ଖାନଙ୍କୁ ପଛରେ ପକାଇଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ସଲମାନ ଖାନ। ଆଶ୍ଚର୍ଯ୍ୟର କଥା ହେଲା  ଅଧିକାଂଶ ସମୟରେ ଏହି ତାଲିକାରେ ସାମିଲ ହେଉଥିବା ଶାହରୁଖ ଖାନ ଏଥର ତାଲିକାରୁ ବାହାର ହୋଇଛନ୍ତି।

ଫୋବର୍ସ ତରଫରୁ ସଦ୍ୟ ପ୍ରକାଶ ପାଇଥିବା ତାଲିକା ଅନୁସାରେ,ଗତ ଥର ୮୦ତମ ସ୍ଥାନରେ ଥିବା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏଥର ୭୬ତମ ସ୍ଥାନରେ ଅଛନ୍ତି। କିନ୍ତୁ ଗତଥର ୭୧ତମ ସ୍ଥାନରେ ଥିବା ସଲମାନ ଖାନ, ଏଥର ତାଲିକାରେ ତଳକୁ ଖସି ୮୨ତମ ସ୍ଥାନରେ ଅଛନ୍ତି।ପୂର୍ବବର୍ଷ ଫୋବର୍ସ ତାଲିକା ୨୦୧୭ରେ ୬୫ତମ ସ୍ଥାନରେ ଥିବା ଶାହରୁଖ ଖାନ ଏହି ତାଲିକାରେ ସାମିଲ ହୋଇପାରିନାହାନ୍ତି।

ଫୋବର୍ସ ତାଲିକା ମୁତାବକ ଅକ୍ଷୟ କୁମାର ପାଖାପାଖି ୨୭୬ କୋଟି ଟଙ୍କା ଆୟ କରିଛନ୍ତି ଓ ଅନ୍ୟପଟେ ସଲମାନ  ଖାନ ପାଖପାଖି ୨୫୭ କୋଟି ଟଙ୍କା ଆୟ କରିଛନ୍ତି ।

ଚଳିତବର୍ଷ ଅକ୍ଷୟ କୁମାରଙ୍କ ଅଭିନୀତ “ଟଏଲେଟ ଏକ ପ୍ରେମ କଥା” ଏବଂ “ପ୍ୟାଡମ୍ୟାନ” ସମାଜକୁ ସଚେତନତାର ବାର୍ତ୍ତା ଦେବା ସହିତ ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା। ଏହା ସହିତ ୨୦ଟି ବ୍ରାଣ୍ଡର ବିଜ୍ଞାପନ କରି ସେ ଭଲ ରୋଜଗାର କରିଥିଲେ ।

ସେହିପରି ସଲମାନ ଖାନ ଫିଲ୍ମ “ଟାଇଗର ଜିନ୍ଦା ହୈ”ରୁ ଭଲ ରୋଜଗାର କରିଥିଲେ ଓ ଏହା ସହିତ କେତେକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରି ନିଜର ଆୟ ବଢ଼ାଇଥିଲେ। 

ଏଥର ଫୋର୍ବସ ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା ବକ୍ସର ଫ୍ଲାୟଡ ମେବେଦର, ଦ୍ଵିତୀୟରେ ଜଜ କ୍ଲୁନି, ତୃତୀୟରେ କାଇଲି ଜେନର,ଚତୁର୍ଥରେ ଜୁଡି ସିନଡ୍ଲିନ ଓ ପଞ୍ଚମରେ ଇଭେନ ଜନସନ ଅଛନ୍ତି।

#entertainment #fobreslist

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon