• padmabati kund

ଶୋଇବା ପୂର୍ବରୁ ସ୍ନାନ କଲେ ମିଳିଥାଏ ଏହି ଫାଇଦା


ଆଜିକାଲିର ବ୍ୟସ୍ତବହୁଳ ଓ ପ୍ରଦୂଷଣଭରା ଜୀବନରେ ଦିନଯାକର କାମ କରି ଥକି ଯିବାପରେ ରାତିରେ ଭଲନିଦ ହେବା ନିହାତି ଜରୁରୀ। 

କିନ୍ତୁ ପ୍ରାୟଲୋକଙ୍କୁ ଅଧିକ ଥକ୍କାପଣ ଓ ମାନସିକ କ୍ଳାନ୍ତି ଯୋଗୁ ରାତିରେ ଭଲରେ ନିଦ ହୋଇନଥାଏ। ପ୍ରତିଦିନ ସକାଳୁ ତ ସମସ୍ତେ ଗାଧୋଇଥାନ୍ତି, କିନ୍ତୁ ପ୍ରତିଦିନ ଶୋଇବା ଆଗରୁ ଥରେ ସ୍ନାନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହେବ ଓ ଶରୀରର ଅନେକ ସମସ୍ୟା ଦୂର ହୋଇଯିବ। 

ଆସନ୍ତୁ ଜାଣିବା ରାତିରେ ଶୋଇବା ଆଗରୁ ସ୍ନାନ କରିବାର କିଛି ଉପକାରିତା।

୧. ଭଲ ନିଦ : ରାତିରେ ଶୋଇବା ଆଗରୁ ସ୍ନାନ କରିବା ଦ୍ଵାରା ଆପଣଙ୍କର ଦିନଯାକର କ୍ଳାନ୍ତ ଓ ଥକାପଣ ଦୂର ହୋଇଥାଏ। ଥଣ୍ଡାପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଶରୀରର ତାପମାତ୍ରା ଠିକ ରହିଥାଏ ଓ ଉଷୁମ ପାଣିରେ ଗାଧୋଇବା ଦ୍ଵାରା ଶରୀରର ମାଂଶପେଶୀକୁ ଆରାମ ମିଳିଥାଏ। ତେଣୁ ପ୍ରତିଦିନ ଶୋଇବାର ଏକଘଣ୍ଟା ଆଗରୁ ସ୍ନାନ କରନ୍ତୁ, ଯାହାଦ୍ୱାରା ଭଲ ନିଦ ହେବ।

୨.ମୋଟାପଣ କମ କରିଥାଏ: ରାତ୍ରିସ୍ନାନ ଦ୍ଵାରା ଶରୀରର ମୋଟାପଣ ମଧ୍ୟ ଦୂର ହୋଇଥାଏ। ବିଶେଷଜ୍ଞଙ୍କ କହିବା ମୁତାବକ ଅଧିକ ଥଣ୍ଡା କିମ୍ବା ଗରମ ପାଣିରେ ଗାଧୋଇବା ଦ୍ଵାରା ଶରୀରର କ୍ୟାଲୋରୀ ହ୍ରାସ ହୋଇଥାଏ ଏବଂ ସହଜରେ ପେଟ କମ ହୋଇଥାଏ ଓ ମୋଟାପଣ ଦୂର ହୋଇଥାଏ।

୩.ତ୍ଵଚ୍ଚାରେ ଚମକ ଆଣିଥାଏ: ଆପଣଙ୍କ ତ୍ଵଚ୍ଚାରେ ଏକ ନୂତନ ଚମକ ଆଣିବାରେ ରାତ୍ରିସ୍ନାନ ବହୁତ ସାହାଯ୍ୟ କରିଥାଏ। ତ୍ଵଚ୍ଚା ବିଶେଷଜ୍ଞଙ୍କ ମତରେ, ଶୋଇବା ଆଗରୁ ଥଣ୍ଡାପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କର କେଶ ସୁନ୍ଦର ହୋଇଥାଏ ଓ ଆପଣଙ୍କର ଚେହେରାରେ ଏକ ନୂତନ ଚମକ ଆସିଥାଏ। ଏହାଦ୍ୱାରା ବ୍ରଣ ମଧ୍ୟ ଦୂର ହୋଇଥାଏ।

୪. ରୋଗ ପ୍ରତିରୋଧକ ଶକ୍ତି ବଢେ: ରାତିରେ ଶୋଇବା ଆଗରୁ ଥଣ୍ଡପାଣିରେ ଗାଧୋଇବା ଦ୍ଵାରା ରାତିଯାକ ଶରୀରରେ ରକ୍ତସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ଶରୀରରେ ଶ୍ଵେତରକ୍ତକଣିକାକୁ ବଢିବାରେ ସାହାଯ୍ୟ କରେ ଯାହାକି ଆପଣଙ୍କୁ ବିଭିନ୍ନ ରୋଗକୁ ଲଢିବାରେ ସାହାଯ୍ୟ କରେ।

୫.ମନ ସତେଜ ରୁହେ: ରାତିରେ ଗାଧୋଇ ଶୋଇବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିଥାଏ ଓ ପରଦିନ ସକାଳୁ ଉଠିଲା ବେଳକୁ ସତେଜ ଅନୁଭବ କରିଥାନ୍ତି।

୬.ମଧୁମେହ ରୋଗୀଙ୍କପାଇଁ ଲାଭଦାୟକ: ଆମେରିକାନ ଡାଇବେଟିକ ଆସୋସିଏସନ ଅନୁସାରେ ରାତିରେ ଗରମ ପାଣିରେ ଗାଧୋଇବାଦ୍ଵାରା ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ ରହିଥାଏ ଓ ଆପଣଙ୍କୁ ରାତିରେ ସୁଖନିଦ୍ରା ହୋଇଥାଏ।

#lifestyle #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon