• padmabati kund

କେମିତି ଦେଖିବେ ଏସ.ବି.ଆଇ କ୍ଳର୍କ ପ୍ରିଲିମିନାରି ପରୀକ୍ଷାଫଳ


ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହାର କ୍ଳର୍କ ପ୍ରିଲିମିନାରି ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଏହି ପରୀକ୍ଷା କ୍ଲରିକାଲ କାଡ୍ରେର ଜୁନିୟର ଆସୋସିଏଟ୍ସ ପଦ ପାଇଁ ହୋଇଥିଲା। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୱେବସାଇଟରୁ ଏହି ପରୀକ୍ଷାଫଳ ଯାଞ୍ଚ କରିପାରିବେ।

କିପରି ଯାଞ୍ଚ କରିବେ

ପରୀକ୍ଷାଫଳ ଯାଞ୍ଚ କରିବା ପାଇଁ ପ୍ରଥମେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ sbi.co.in ରେ ଲଗଇନ କରିବାକୁ ପଡିବ। ଏହାପରେ carrers ଟ୍ୟାବରେ କ୍ଲିକ କରିବାକୁ ପଡିବ। ଏହାପରେ ପରୀକ୍ଷାଫଳ ପାଇଁ ଥିବା ଲିଙ୍କରେ କ୍ଲିକ କରିବାକୁ ପଡିବ। ଏହାପରେ ପରୀକ୍ଷାଫଳ ଏକ pdf ଫାଇଲ ଆକାରରେ ଖୋଲିବ। ଏଥିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ରୋଲନମ୍ବର ପ୍ରକାଶ ପାଇଥିବ। ଏହାକୁ ଆପଣ ଡାଉନଲୋଡ ମଧ୍ୟ କରିପାରିବେ।

ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବେ ସେମାନେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ମୁଖ୍ୟ ପରୀକ୍ଷା(mains examination) ଦେବେ।ଏହି ପରୀକ୍ଷାରେ ମୋଟ 190ଟି ପ୍ରଶ୍ନ ରହିବ ଓ ପ୍ରାର୍ଥୀମାନେ ମୋଟ 200 ମାର୍କର ପରୀକ୍ଷା ଦେବେ। ପରୀକ୍ଷା ପାଇଁ ମୋଟ 2ଘଣ୍ଟା 40ମିନିଟ ସମୟ ମିଳିବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ପ୍ରିଲିମିନାରି ପରୀକ୍ଷା ଗତ ଜୁନ ମାସ 23, 24 ଓ 30 ତାରିଖରେ ହୋଇଥିଲା ଓ ମୁଖ୍ୟ ପରୀକ୍ଷାଟି ଆସନ୍ତା ଅଗଷ୍ଟ ମାସ ପାଞ୍ଚ ତାରିଖରେ ହୋଇପାରେ। ଏହି ପରୀକ୍ଷା ପାଇଁ କଲ ଲେଟର ଆସନ୍ତା ଜୁଲାଇ 23 ତାରିଖ ଠାରୁ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହେବ।

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ଷ୍ଟେଟ ବ୍ୟାଙ୍କର ନୀତି ଓ ନିୟମ ଅନୁସାରେ ନିଯୁକ୍ତ କରାଯିବ ଏବଂ ନୂତନ ଭାବରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ 6ମାସ ପ୍ରୋବେଶନ ଭାବରେ କାମ କରିବେ।

ଭାରତର ବିଭିନ୍ନ ସ୍ଥାନରେ ଯଥା ଅହମ୍ମଦାବାଦ, ଅମରାବତୀ, ବାଙ୍ଗାଲୋର, ଭୋପାଲ, ବେଙ୍ଗଲ, ଭୁବନେଶ୍ଵର, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, କେରଳ, ଲକ୍ଷ୍ନୌ, ମୁମ୍ବାଇ, ଓ ପାଟଣାରେ ମୋଟ 8532ଟି ପଦ ଖାଲି ରହିଛି।

#result #sbi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon