• padmabati kund

ନାଗିନ ମୌନିଙ୍କ ବଲିଉଡ ଧମାଲ: ଗୋଲଡ଼ ପରେ ଆସିବ ମେଡ଼ ଇନ ଚାଇନା


ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “ଗୋଲ୍ଡ”ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ନାଗିନ ମୌନୀ ରୟଙ୍କୁ ବର୍ତ୍ତମାନ ବଲିଉଡ ଫିଲ୍ମ ଅଫର ମିଳିବାରେ ଲାଗିଛି। ଆଗକୁ ଶୁଟିଙ୍ଗ ହେବାକୁ ଯାଉଥିବା ବଲିଉଡ ଫିଲ୍ମ “ମେଡ ଇନ ଚାଇନା”ରେ ମୌନୀଙ୍କୁ ରାଜକୁମାର ରାଓଙ୍କ ପତ୍ନୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ମିଖିଲ ମୁସାଲେଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ “ମେଡ ଇନ ଚାଇନା” ଏକ କମେଡି ଫିଲ୍ମ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମର ଶୁଟିଙ୍ଗ ଆସନ୍ତା ସେପ୍ଟେମ୍ବର ମାସରୁ ମୁମ୍ବାଇ, ଗୁଜୁରାଟ ଓ ଚାଇନାରେ ଆରମ୍ଭ ହେବ। ରାଜକୁମାରଙ୍କ ସହ ଅଭିନୟ କରିବା ପାଇଁ ତାଙ୍କର ବହୁତ ଇଚ୍ଛା ଥିଲା ଓ ଫିଲ୍ମର ଅଫର ପାଇବା ମାତ୍ରେ ସେ ସଙ୍ଗେ ସଙ୍ଗେ ରାଜି ହୋଇଥିଲେ ବୋଲି କହିଛନ୍ତି।  

ରାଜକୁମାର ରାଓଙ୍କୁ ଏହି ଫିଲ୍ମରେ ଜଣେ ଗୁଜୁରାଟୀ ବ୍ୟବସାୟୀ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ମୌନୀ ରୟ ଜଣେ ମୁମ୍ବାଇ ଝିଅର ଭୂମିକରେ ଅଭିନୟ କରୁଛନ୍ତି ଯିଏକି ବିବାହ ପରେ ଅହମ୍ମଦାବାଦକୁ ଆସୁଛି। ବିବାହପରେ ସୁଖଶାନ୍ତିରେ ଜୀବନ ବିତେଇବାକୁ ଚାହୁଁଥିବା ଏହି ନବଦମ୍ପତିଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି ହେବ।

ମୌନୀ ରୟଙ୍କ ଡେବ୍ୟୁ ବଲିଉଡ ଫିଲ୍ମ “ଗୋଲ୍ଡ” ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରିଲିଜ ହେବ। ଏଥିରେ ମୌନୀ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ଓ ଗୀତ ଲଞ୍ଚ କରଯାଇଥିଲା। ଏଥିରେ ମୌନୀଙ୍କର ବଙ୍ଗାଳୀ ଅବତାରକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

ଏହି 32 ବର୍ଷୀୟ ଅଭିନେତ୍ରୀ ବର୍ତ୍ତମାନ ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ବ୍ରହ୍ମାସ୍ତ୍ର”ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି। ଏଥିରେ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ ଓ ନାଗାର୍ଜୁନ ପ୍ରମୁଖ ଅଭିନୟ କରୁଛନ୍ତି।

ଏହାବ୍ୟତୀତ ମୌନୀଙ୍କୁ ଅନ୍ୟ ଏକ ବଲିଉଡ ଫିଲ୍ମ “RAW-romeo akbar walter”ରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏଥିରେ ସେ ଜନ ଇବ୍ରାହିମଙ୍କ ବିପକ୍ଷରେ ଅଭିନୟ କରିବେ। ଏହି ଫିଲ୍ମରେ ଅଭିନୟ କରିବାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon