• padmabati kund

ଫ୍ଲିପକାର୍ଟ ସପିଙ୍ଗ ଡେ': ଆଜିର ମୁଖ୍ୟ ଡିଲ


ଫ୍ଲିପକାର୍ଟ ତରଫରୁ ବର୍ତ୍ତମାନ ଏହାର ବିଗ ସପିଙ୍ଗ ଡେ ଚାଲୁଅଛି। ଏହା ଆସନ୍ତା ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଗ୍ରାହକ ମାନଙ୍କୁ ନିଜ ମନପସନ୍ଦର ବ୍ରାଣ୍ଡ ଓ ପ୍ରଡ଼କ୍ଟ ଉପରେ ଡ଼ିସକାଉଣ୍ଟ ମିଳୁଛି। ତେବେ ଜାଣି ରଖନ୍ତୁ ଫ୍ଲିପକାର୍ଟ ସପିଙ୍ଗ ଡେ ରେ ଆଜିର ମୁଖ୍ୟ ଡିଲରେ କେଉଁ ଆବଶ୍ୟକୀୟ ପ୍ରଡ଼କ୍ଟ କେତେ ରିହାତିରେ ମିଳୁଛି।

୧.ସିଲିଙ୍ଗ ଫ୍ୟାନ

ପ୍ରତ୍ୟେକଙ୍କ ଘରେ ଆବଶ୍ୟକ ହେଉଥିବା ସେଲିଙ୍ଗ ଫ୍ୟାନ ଫ୍ଲିପକାର୍ଟ ତରଫରୁ ରିହାତିରେ ଉପଲବ୍ଧ ହେଉଛି। ଇଭୋରୀ ବ୍ରାଣ୍ଡର ଏହି କ୍ଲାସିକ ସେଲିଙ୍ଗ ଫ୍ୟାନର ବଜାର ମୂଲ୍ୟ ଟ.୧୭୪୯ ରହିଥିବା ବେଳେ ଫ୍ଲିପକାର୍ଟରେ ଏହା ୩୧% ରିହାତିରେ ଗ୍ରାହକ ମାନଙ୍କୁ ମିଳିଯିବ। ଏହାକୁ କିଣିଲେ ଆପଣଙ୍କୁ ମୋଟ ଟ.୧୧୯୯ ଦେବାକୁ ପଡିବ।

୨. ୱାଟର ପ୍ୟୁରିଫାୟର

ପ୍ରତ୍ୟକ ଲୋକ ପିଉଥିବା ପାଣିକୁ ଅଧିକ ସ୍ଵଚ୍ଛ କରି ପିଇବାକୁ ଚାହିଁଥାନ୍ତି। ଯଦି ଆପଣବି ୱାଟର ପ୍ୟୁରିଫାୟର କିଣିବାକୁ ଚାହୁଞ୍ଛନ୍ତି, ତେବେ ଫ୍ଲିପକାର୍ଟ ତରଫରୁ ଆକ୍ଵାସ୍ୟୋର କମ୍ପାନୀର ଆକ୍ଵାସ୍ୟୋର ମାକ୍ସିମା ୧୫୦୦ ୱାଟର ପ୍ୟୁରିଫାୟର ଉପରେ ମିଳୁଛି ରିହାତି। ଏହି କମ୍ପାନୀର ୧୦ ଲିଟର ଗ୍ରାଭୀଟି ବେସ ୱାଟର ପ୍ୟୁରିଫାୟର ବଜାର ମୂଲ୍ୟ ଟ.୧,୪୯୯ ରହିଥିବା ବେଳେ ଏହା ଆପଣଙ୍କୁ ଫ୍ଲିପକାର୍ଟରେ ୨୩% ରିହାତିରେ ମାତ୍ର ଟ.୧,୧୪୯ରେ ମିଳିଯିବ।

୩.ପୁରୁଷଙ୍କ ଜୋତା

ପ୍ରାୟ ପୁରୁଷଙ୍କ ପ୍ରଥମ ପସନ୍ଦ ହୋଇଥାଏ ପିଟର ଇଂଲଣ୍ଡ ବ୍ରାଣ୍ଡର ଜୋତ। । ଏହି ବ୍ରାଣ୍ଡର ଜୋତାରେ ଫ୍ଲିପକାର୍ଟ ତରଫରୁ ମିଳୁଛି ବଡ ରିହାତି। ପିଟର ଇଂଲଣ୍ଡର ପି.ଇ କାନଭାସ ଜୋତାର ବଜାର ମୂଲ୍ୟ ଟ.୧,୯୯୯ ହୋଇଥିବା ବେଳେ ଫ୍ଲିପକାର୍ଟରେ ଏହା ୬୦%ରେ ମାତ୍ର ଟ. ୭୯୯ରେ ଉପଲବ୍ଧ ଅଛି।

୪.ହ୍ୟାଣ୍ଡ ବ୍ୟାଗ

ସେହିପରି ଅଧିକାଂଶ ମହିଳାଙ୍କ ପ୍ରଥମ ପସନ୍ଦ ଲେଭି ବ୍ରାଣ୍ଡର ହ୍ୟାଣ୍ଡବ୍ୟାଗରେ ମଧ୍ୟ ଫ୍ଲିପକାର୍ଟ ତରଫରୁ ୬୨% ରିହାତିରେ ମିଳୁଛି। ଏହାର ବଜାର ମୂଲ୍ୟ ଟ. ୩,୮୯୦ ରହିଥିବା ବେଳେ ଫ୍ଲିପକାର୍ଟରେ ଏହା ମାତ୍ର ଟ. ୧,୪୭୪ରେ ମିଳୁଛି।

୫.ପାୱାର ବ୍ୟାଙ୍କ

ବିଜୁଳି ନଥିବା ବେଳେ କିମ୍ବା ବାହାରକୁ ଯାତ୍ରା ସମୟରେ ଯଦି ମୋବାଇଲର ବ୍ୟାଟେରୀ ସରିଯାଏ ତେବେ ପ୍ରଥମେ ଖୋଜପଡିଥାଏ ପାୱାରବ୍ୟାଙ୍କ। ସିସ୍କା ବ୍ରାଣ୍ଡର ୧୦୦୦୦mah ପାୱାରବ୍ୟାଙ୍କରେ ଫ୍ଲିପକାର୍ଟ ତରଫରୁ ମିଳୁଛି ୬୧% ରିହାତି। ଏହାର ବଜାର ମୂଲ୍ୟ ଟ. ୧,୮୦୦ ହୋଇଥିବା ବେଳେ ଫ୍ଲିପକାର୍ଟରେ ଏହା ମାତ୍ର ଟ. ୬୯୯ରେ ଉପଲବ୍ଧ ହେଉଛି।

#mobile #flipkart #onlineshopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon