• padmabati kund

ମୁହଁ ତ୍ଵଚା ପାଇଁ ଅତି ଉପକାରୀ ପାନପାତ୍ର


ପ୍ରାୟ ବୟସ୍କ ଲୋକଙ୍କର ପାନ ଚୋବାଇବା ପରି ଖରାପ ଅଭ୍ୟାସ ରହିଥାଏ।କିନ୍ତୁ ଏହି ପାନପତ୍ର ଦ୍ଵାରା ଆପଣ ତ୍ଵଚାର ବିଭିନ୍ନ ସମସ୍ୟାକୁ ମଧ୍ୟ କରିପାରିବେ। ପାନପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି। ଥଣ୍ଡା ଓ କାଶ ହୋଇଥିଲେ ପାନପତ୍ରକୁ ଛେଚି ଏହାର ରସକୁ ପିଇଲେ ଏହା ଦୂର ହୋଇଯାଇଥାଏ। ସେହିପରି ଏହି ପାନପତ୍ର ସୌନ୍ଦର୍ଯ୍ୟ ଉପଚାରର ମଧ୍ୟ ଏକ ମାଧ୍ୟମ ଅଟେ, ଯାହାଦ୍ୱାରା ଆପଣଙ୍କ ତ୍ଵଚାର ବହୁତ ସମସ୍ୟା ଦୂର ହୋଇଯାଏ।

୧.ବ୍ରଣ ଦୂର ହୁଏ: ପାନରେ ଥିବା ଆଣ୍ଟି ଇନଫ୍ଲାମାଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ବ୍ରଣ ଉପୁଜିବାର ଲକ୍ଷଣକୁ ଉପଚାର କରିବାରେ ସହାୟକ ହୋଇଥାଏ। ପାନକୁ ପାଣିରେ ଫୁଟାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ଏଥିରେ ହଳଦୀ ମିଶାନ୍ତୁ। ଭଲଭାବରେ ମୁହଁକୁ ଧୋଇ ଏହି ଫେଷ୍ଟକୁ ମୁହଁରେ ଲଗାନ୍ତୁ। ଦିନକୁ ଦୁଇଥର ଏପରି ମୁହଁରେ ଲଗାଇଲେ ବ୍ରଣ ଦୂରହେବ।

୨. ଆଲର୍ଜିରୁ ଉପଶମ ମିଳିଥାଏ: ଯଦି ଆପଣଙ୍କ ତ୍ଵଚା ଲାଲ ପଡୁଥାଏ କିମ୍ବା ଆଲର୍ଜି ହେଉଥାଏ ତେବେ ପାନ ପତ୍ର ବେଶ ଉପଯୋଗୀ ହେବ। କାରଣ ତ୍ଵଚା ସବୁଠାରୁ ଅଧିକ ସମ୍ବେଦନଶୀଳ ଅଙ୍ଗ ହୋଇଥାଏ ଓ ପାନପତ୍ରର ଥଣ୍ଡା ଗୁଣ ଦ୍ଵାରା ଏହାକୁ ଦୂର କରାଯାଇ ପାରିବ। ଏଥିଲାଗି ୧୦ଟି ପାନପତ୍ରକୁ ସିଝାନ୍ତୁ। ଏହି ପାଣିକୁ ଗାଧୁଆ ପାଣିରେ ମିଶାଇ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏହିପରି କରିବା ଦ୍ଵାରା ଉପଶମ ମିଳିବ।

୩.ମୁହଁର କାଳଦାଗ ଦୂର କରିବ: ମୁହଁରେ ହେଉଥିବା କଳଦାଗକୁ ଦୂର କରିବାରେ ପାନପତ୍ର ବହୁତ ସହାୟକ ହୋଇଥାଏ। ପାନପତ୍ରର ଏକ ଫେଷ୍ଟ କରି ମୁହଁରେ କଳାଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛିଦିନ ଏପରି କରିବ ଦ୍ଵାରା ଏହି ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।

୪.ତ୍ଵଚାକୁ ଉଜ୍ଜ୍ଵଳ କରିଥାଏ: ଯେଉଁ ମାନଙ୍କର ରଙ୍ଗ ଶ୍ୟାମଳ ହୋଇଥାଏ ପାନ ପତ୍ର ଦ୍ଵାରା ମୁହଁର ତ୍ଵଚ୍ଚାକୁ ଉଜ୍ଜ୍ଵଳ କରିପାରିବେ। ଏଥିପାଇଁ ୧୦ଟି ପାନପତ୍ର ନେଇ ଏହାକୁ ସିଝାନ୍ତୁ। ପତ୍ର ନରମ ହୋଇଗଲାପରେ ଏହାକୁ ମୁହଁରେ ଘଷନ୍ତୁ। ସପ୍ତାହକୁ ଏହିପରି ଦୁଇଥର କରିବା ଦ୍ଵାରା ଆପଣଙ୍କ ତ୍ଵଚ୍ଚାରେ ଉଜ୍ଜ୍ଵଳ ଆସିବ।

୫.ତେଲିଆ ଅଂଶ ଦୂର କରିଥାଏ: ଯଦି ଆପଣଙ୍କ ତ୍ଵଚା ଅଧିକ ତେଲିଆ ହୋଇଥାଏ ପାନପତ୍ରକୁ ବ୍ୟବହାର କରନ୍ତୁ। ୧ଲିଟର ପାଣିରେ ୧୦ଟି ପାନପତ୍ର ସିଝାଇ, ପାଣି ଟିକେ ଥଣ୍ଡା ହେବାପରେ ମୁହଁ ଧୁଅନ୍ତୁ। ପ୍ରତିଦିନ ଶୋଇବା ଆଗରୁ ଏପରି କରିବା ଦ୍ଵାରା ତେଲିଆ ଅଂଶ ଦୂର ହୋଇଯିବ।

#lifestyle #skincare #betelleaf

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon