• padmabati kund

ସରକାର ମାଗଣାରେ ଦେବେ ଗାଡି ଡ୍ରାଇଭିଂ ଟ୍ରେନିଂ, କେଉଁ ଜାଗାରେ ପଢନ୍ତୁ


ସରକାରୀ ମୋଟରଯାନ ଚାଳନା ତାଲିମ ପ୍ରତିଷ୍ଠାନ,ଭୁବନେଶ୍ଵର ତରଫରୁ ଭାରି ମୋଟରଯାନ (ଟ୍ରକ,ଟ୍ରେଲର) ଚାଳନା ପ୍ରଶିକ୍ଷଣ ନେବା ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି।ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ ଦୁଇ ତାରିଖ ମଧ୍ୟରେ ଆବେଦନ କରିପାରିବେ।

କେଉଁ ଜାଗାରେ  ହେବ ପ୍ରଶିକ୍ଷଣ

ରାଜ୍ୟର ବିଭିନ୍ନ ସ୍ଥାନ ଯଥା ବାଲେଶ୍ଵର, ଭୁବନେଶ୍ଵର, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ରାୟଗଡା, ଅନୁଗୁଳ, ଗଜପତି, ନୟାଗଡ ଓ ଦେବଗଡରେ ଓଡିଶା ସରକାର ନିଯୁକ୍ତି ମିଶନଙ୍କ ଆର୍ଥିକ ସହାୟତାରେ ତଥା ପରିବହନ ବିଭାଗଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କରୁଥିବା ଭାରି ମୋଟରଯାନ ଚାଳନା କେନ୍ଦ୍ରମାନଙ୍କରେ ଏହି ପ୍ରଶିକ୍ଷଣ ଦିଆଯିବ।

ଏହି ପ୍ରଶିକ୍ଷଣ ଶିବିର ମୋଟ 30 ଦିନ ପାଇଁ ହେବ। ତାଲିମ ଶେଷରେ RTO/MVIଙ୍କ ଦ୍ଵାରା ପରୀକ୍ଷା କରାଯାଇ ଭାରିଯାନ(HMV) ଚଳାଇବାର ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯିବ। ପ୍ରାର୍ଥୀଙ୍କର ସମସ୍ତ ପ୍ରଶିକ୍ଷଣ ଖର୍ଚ୍ଚ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଦେୟ ସରକାର ବହନ କରିବେ।

ଏହା ବ୍ୟତୀତ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀମାନଙ୍କୁ ପାରିଶ୍ରମିକ କ୍ଷତିପୂରଣ ଭରଣା ବାବଦକୁ ଟ.3,000 ମଧ୍ୟ ପ୍ରଦାନ କରାଯିବ,  କିନ୍ତୁ ଟ୍ରେନିଙ୍ଗ ସମୟରେ ରହିବା ଓ ଖାଇବା ଖର୍ଚ୍ଚ ସରକାର ବହନ କରିବେ ନାହିଁ।

ଆବେଦନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 20ରୁ 35 ବର୍ଷ ଏବଂ ଉଚ୍ଚତା 5ଫୁଟ 4ଇଞ୍ଚ କିମ୍ବା ତାଠାରୁ ଅଧିକ ଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ଭାବରେ ପ୍ରାର୍ଥୀ 8ମ ଶ୍ରେଣୀ ପାସ କରିଥିବା ଜରୁରୀ। ଏକ ବର୍ଷରୁ ଅଧିକ ହାଲୁକା ମୋଟରଯାନ ଚଳାଇବାର ଅଭିଜ୍ଞତା ଓ LMV ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ନିହାତି ଆବଶ୍ୟକ।

ଏଥିସହିତ ପବ୍ଲିକ ଏବଂ ପ୍ରାଇଭେଟ କ୍ଷେତ୍ରମାନଙ୍କରେ ଥିବା ମାଲ କିମ୍ବା ଯାତ୍ରୀବାହୀ ଯାନରେ ଖଲାସୀ, କଣ୍ଡକ୍ଟର ବା ହେଲପର ଭାବରେ କାର୍ଯ୍ୟରତ ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏଥିପାଇଁ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ବ୍ୟକ୍ତିବିଶେଷ ବା ଅନୁଷ୍ଠାନରୁ ଦକ୍ଷତା ପ୍ରମାଣପତ୍ର ଆଣିବାକୁ ପଡିବ।

କିପରି ଆବେଦନ କରିବେ

ଇଚ୍ଛୁକ ପ୍ରାର୍ଥୀମାନେ ଏକ ସାଧା କାଗଜରେ ନିଜ ନାମ, ପିତାଙ୍କ ନାମ, ସଂପୂର୍ଣ୍ଣ ଠିକଣା, ମୋବାଇଲ ନମ୍ବର, ଜନ୍ମତାରିଖ, ଶିକ୍ଷାଗତ ଯୋଗ୍ୟତା, ଉଚ୍ଚତା, LMV ଡ୍ରାଇଭିଙ୍ଗ ଲାଇସେନ୍ସ ବିବରଣୀ, ଅଗ୍ରାଧିକାର ପାଇଁ ଯୋଗ୍ୟତା ପ୍ରମାଣପତ୍ର ଓ ତାଲିମ ନେବାକୁ ଚାହୁଁଥିବା ପ୍ରତିଷ୍ଠାନର ନାମ ଲେଖିବାକୁ ପଡିବ।

ଏହା ସହିତ 2ଟି ଫଟୋ, ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଠିକଣା, ବୟସ ପ୍ରମାଣପତ୍ରର ନକଲ, LMV ଡ୍ରାଇଭିଙ୍ଗ ଲାଇସେନ୍ସ ଓ  ଅଗ୍ରାଧିକାର ଯୋଗ୍ୟତା ପ୍ରମାଣପତ୍ରର ନକଲ ସଂଯୋଗ କରି ସରକାରୀ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସ୍କୁଲର ଠିକଣା (ପ୍ରିନସିପାଲ/ ଅଧ୍ୟକ୍ଷ, ସରକାରୀ ଡ୍ରାଇଭିଙ୍ଗ ଟ୍ରେନିଂ ସ୍କୁଲ, ଟାଇପ-3, ବ୍ଲକ-8,   ୟୁନିଟ-1,ଭୁବନେଶ୍ଵର-751009)ରେ ଆସନ୍ତା ଅଗଷ୍ଟ 2ତାରିଖ ସୁଦ୍ଧା ପଠେଇବାକୁ ପଡିବ।

#govttraining #heavyvehicle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon