- padmabati kund
ଜାଣନ୍ତୁ : ନୂଆ 100 ଟଙ୍କିଆ ନୋଟରେ କଣ ଅଛି ନୂଆ

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଖୁବଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ ଜାରି ହେବାକୁ ଯାଉଛି। ଏହି ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ବାଇଗଣୀ ରହିବ । ଏହି ନୂଆ ୧୦୦ ଟଙ୍କିଆ ନୋଟର ଫଟୋ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ଜାରି କରାଯାଇଛି ।
ପୁରୁଣା ନୋଟ ଭଳି ନୂଆ ନୋଟଟି ମଧ୍ୟ ମହାତ୍ମା ଗାନ୍ଧି ସିରିଜରେ ଜାରି କରାଯିବ । ତେବେ ଏହି ନୋଟରେ ଗୁଜରାଟର ପ୍ରସିଦ୍ଧ ଦଶମ ଶତାବ୍ଦୀର ଏକ କାରୁକାର୍ଯ୍ୟ ପୂର୍ଣ୍ଣ ସ୍ନାନାଗାର ରାଣୀ କି ଭାବ୍” ର ଫଟୋ ମଧ୍ୟ ସ୍ଥାନ ପାଇଛି, ଯାହାକି ସମସ୍ତଙ୍କ ପାଇଁ କୌତୁହଳ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉରିଜିତ ପଟେଲ ଉଭୟ ଗୁଜରାଟ ରାଜ୍ୟର ।
ନୂଆ ନୋଟ୍ ପୁରୁଣା ନୋଟ୍ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଆଠୁ ସାମାନ୍ୟ ବଡ଼ ତଥା ଏବେ ପ୍ରଚଳିତ ହେଉଥିବା ୫୦୦ ଟଙ୍କିଆ ନୋଟର ସାଇଜ ସହ ସମାନ ରହିବ।
ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଚଳିତ ହେବାକୁ ଥିବା ଏହି ନୂଆ ନୋଟ ଜାରି କରାଯିବା ପରେ ପୁରୁଣା ୧୦୦ ଟଙ୍କିଆ ନୋଟର ପ୍ରଚଳନ ଜାରି ରହିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି।
ଡିଜାଇନ, ସୁରକ୍ଷା
ଏହି ନୂଆ ୧୦୦ ଟଙ୍କିଆ ନୋଟର ଡିଜାଇନରେ ଅଧିକ ପରିବର୍ତ୍ତନ କରାଯାଇନାହିଁ । ଏହାର ଲମ୍ବ ୬୬ମି.ମି ଓ ଚଉଡା ୧୪୨ ମି.ମି ରହିଛି । ନୂଆ ୧୦୦ ଟଙ୍କିଆ ନୋଟରେ ଦେବନାଗରୀ ଭାଷାରେ ୧୦୦ ଲେଖାଯାଇଛି ଓ ନୋଟର ମଝିରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଛି। ଏହି ନୂଆ ନୋଟରେ ଅଶୋକ ସ୍ତମ୍ଭ ଡାହାଣ ପାର୍ଶ୍ଵରେ ଅଙ୍କିତ ରହିଛି ।
ଏଥିସହିତ ନୂଆ ନୋଟର ସାମ୍ନା ଭାଗରେ ଛୋଟ ଅକ୍ଷରରେ ଆର.ବି.ଆଇ, ଭାରତ, ଇଣ୍ଡିଆ ଓ ୧୦୦ ଲେଖାଯାଇଛି ଏବଂ ଏହି ନୋଟରେ ସର୍ବମୋଟ ୧୫ଟି ଭାଷାରେ ୧୦୦ ଟଙ୍କା ଲେଖା ରହିଛି । ନୋଟରେ ଛୋଟରୁ ବଡ କ୍ରମରେ ସାମ୍ନା ପଟର ବାମପଟେ ଉପରକୁ ଓ ଡାହାଣପଟ ତଳକୁ ଏହାର ନମ୍ବର ପ୍ୟାନେଲ ରହିବ।
ନୂଆ ନୋଟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ଏଥିରେ ସିକ୍ୟୁରିଟି ଥ୍ରେଡ ମଧ୍ୟ ଲଗାଯାଇଛି । ଯାହାଦ୍ୱାରା ନୋଟକୁ ମୋଡିଲେ ଥ୍ରେଡର ରଙ୍ଗ ବାଇଗଣୀ ବଦଳରେ ସବୁଜ ରଙ୍ଗ ହୋଇଯିବ। ନୋଟର ପଛପଟରେ ପ୍ରିଣ୍ଟିଂର ବର୍ଷ, ସ୍ୱଚ୍ଛ ଭାରତର ଲୋଗୋ, ଗୁଜରାଟ ରାଣୀଙ୍କର ମହଲ “ରାଣୀ କି ଭାବ୍” ର ଫଟୋ ରହିଛି।