• padmabati kund

ମୋଦୀ-ଶାହାଙ୍କ କଟ ଆଉଟ ଏବେ ଜମିରେ ପାଳଭୂତ


କର୍ଣ୍ଣାଟକ ନିର୍ବାଚନର ପ୍ରାୟ ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ କାଗଜ ପ୍ରତିକୃତି  (କଟ ଆଉଟ) ଏବେ କର୍ଣ୍ଣାଟକରେ ଚାଷୀମାନଙ୍କ କ୍ଷେତରେ ପାଳଭୂତ ସାଜିଥିବାର ଦେଖିବାକୁ ମିଳିଛି।

ନିର୍ବାଚନୀ ପ୍ରଚାର ପାଇଁ କର୍ଣ୍ଣାଟକରେ ବିଜେପି ନେତାଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଧ୍ୟକ୍ଷ ଅମିତ ଶାହାଙ୍କର ବଡ କଟଆଉଟ  ଲଗାଯାଇଥିଲା। ବର୍ତ୍ତମାନ ଏହି କଟଆଉଟକୁ କ୍ଷେତ ମାନଙ୍କରେ ପକ୍ଷୀ ମାନଙ୍କୁ ଘଉଡାଇବାକୁ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି।

କର୍ଣ୍ଣାଟକରେ “ହୋବଲି” ଗ୍ରାମରେ ଏହାର ବହୁଳ ଭାବରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି। ଗ୍ରାମବାସୀଙ୍କ କହିବା ମୁତାବକ,ଏହି ବର୍ଷ ପାଣିପାଗ ବହୁତ ଭଲ ରହିଛି ଓ ଫସଲ ମଧ୍ୟ ବହୁତ ଭଲ ହୋଇଛି, କିନ୍ତୁ ପକ୍ଷୀମାନେ ଏହାକୁ ନଷ୍ଟ କରୁଥିଲେ।

ପକ୍ଷୀମାନଙ୍କୁ ଘଉଡେଇବା ଲାଗି ପାଳଭୂତ ପ୍ରସ୍ତୁତ କରିବା ସମୟରେ କେହି ଜଣେ ବ୍ୟକ୍ତି ଏହି ସବୁ କଟଆଉଟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିଲାଗି ଯାହା ପାଖରେ ଏହି କଟଆଉଟ ସବୁ ଥିଲା ସେମାନେ ଏହାକୁ ଆଣି କ୍ଷେତରେ ଲଗାଇଦେଲେ। ଏହାଦ୍ୱାରା ପାଳଭୂତ ନିର୍ମାଣ ପାଇଁ ବ୍ୟବହାର ହେଉଥିବା କାଠ, କପଡା ଓ ମାଠିଆର ଖର୍ଚ୍ଚ ମଧ୍ୟ ବଞ୍ଚିଯାଇଥିଲା।

କର୍ଣ୍ଣାଟକର ନିର୍ବାଚନୀ ପ୍ରଚାରରେ ମୋଦୀଙ୍କର ଦୁଇଟି ରାଲି ପରେ ବିଜେପିର ପଲ୍ଲା ଭାରି ହେବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ ୟେଦୂରପ୍ପାଙ୍କ କଟଆଉଟ ବିଭିନ୍ନ ସ୍ଥାନରେ ଲଗାଇଥିଲେ। କିନ୍ତୁ ପାର୍ଟିକୁ ବହୁମତ ମିଳିନଥିଲା। ତେଣୁ ନେତାମାନେ କଟଆଉଟକୁ 2019ର ନିର୍ବାଚନ ପାଇଁ ସମ୍ଭାଳି ରଖିଦେଇଥିଲେ।

ସର୍ବପ୍ରଥମେ ନିଜ କ୍ଷେତରେ ଏହି କଟଆଉଟକୁ ପାଳଭୂତ କରି ଲଗାଇଥିବା ରାଜେଶ ମତାପତିଙ୍କ କହିବ ଅନୁସାରେ, “ କର୍ଣ୍ଣାଟକରେ ଯଦି ବିଜେପି ସରକାର ଗଢିଥାନ୍ତା ତେବେ ସେ ଲୋକଙ୍କ ପାଇଁ କାମ କରିଥାନ୍ତା। ଏବେ ନେତାଙ୍କର କଟଆଉଟ ଆମମାନଙ୍କୁ ସାହାଯ୍ୟ କରୁଛି।“

ତେବେ କିଛି ବିଜେପି ନେତା ଏହାକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି।  ଲକ୍କାବଲ୍ଲୀ ଗ୍ରାମପଞ୍ଚାୟତର ଅଧ୍ୟକ୍ଷ ଟି.ଏନ ଶିବକିରଣ କହିଛନ୍ତି ଯେ, ଗାଁ’ ରେ କୌଣସି କ୍ଷେତରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କର କଟଆଉଟକୁ ପାଳଭୂତ ଭାବରେ ବ୍ୟବହାର ହେବାର ସେ ଦେଖିନାହାନ୍ତି, ଏବଂ ଏହାକୁ ପକ୍ଷୀ ଘଉଡାଇବା ପାଇଁ ବ୍ୟବହାର କରାଯାଉନାହିଁ।

#oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon