• ବେତାର ବ୍ୟୁରୋ

ବ୍ୟବସାୟରେ ସଫଳତା ପାଇଁ ଅପଣାନ୍ତୁ ଏହି ସାତ ବାସ୍ତୁ ନିୟମ


ପ୍ରତ୍ୟେକ ମଣିଷ ଯାହା ଆଶା କରେ ତାହା ପାଇନଥାଏ। ତେଣୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସବୁବେଳେ ପରିଶ୍ରମ କରିବାକୁ ପଡିବ। କିନ୍ତୁ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳି ପାରି ନଥାଏ। ବାସ୍ତୁଶାସ୍ତ୍ରରେ ଏହାର ସମସ୍ୟାର ସମାଧାନ ପାଇଁ ବିଧି ରହିଛି। ବ୍ୟବସାୟ ଆରମ୍ଭ କଲାବେଳେ କିମ୍ବା ଅଫିସ ତିଆରି କଲାବେଳେ ଏହି ସବୁ ବାସ୍ତୁ ନିୟମକୁ ମାନିଲେ ବ୍ୟବସାୟରେ ସଫଳତା ପାଇପାରିବେ।

ତେବେ ଜାଣିରଖନ୍ତୁ  ବ୍ୟବସାୟରେ ସଫଳତା ପାଇବା ପାଇଁ କିଛି ବାସ୍ତୁ ନିୟମ।

. ଯଦି ଆପଣ ନିଜ କାର୍ଯ୍ୟାଳୟ କିମ୍ବା ଦୋକାନ ଖୋଲିବା ପାଇଁ ଜମି କିଣିବା ପାଇଁ ଚାହୁଞ୍ଛନ୍ତି ତେବେ ସିଂହଭୂମି ଜମି କିଣନ୍ତୁ। ଯେଉଁ ଭୂମି ସାମ୍ନାପଟୁ ଚଉଡା ହୋଇଥାଏ ଓ ପଛପଟୁ ସଂକୀର୍ଣ୍ଣ ହୋଇଥାଏ ତାହାକୁ ବାସ୍ତୁରେ ସିଂହଭୂମି କୁହାଯାଏ। ଏହା ବ୍ୟତୀତ ଅଧିକ ଚଳାଚଳ ହେଉଥିବା ରାସ୍ତା କଡରେ ଜମି କିଣନ୍ତୁ।

. ନିର୍ମାଣ କରୁଥିବା କାର୍ଯ୍ୟାଳୟର ପ୍ରବେଶ ଦ୍ଵାର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ହେବା ଆବଶ୍ୟକ। ଏହାଦ୍ୱାରା ସକାରାତ୍ମକ ଉର୍ଜା  ମିଳିଥାଏ ଏବଂ ମୁଖ୍ୟଦ୍ଵାରରେ ଯେପରି କୌଣସି ପ୍ରତିବନ୍ଧକ ନରୁହେ ସେଥିପ୍ରତି ଧ୍ୟାନ ରଖିବେ।

. କାର୍ଯ୍ୟାଳୟରେ ମଝି ଭାଗକୁ ଖାଲି ରଖନ୍ତୁ, ଏହାକୁ ବ୍ରହ୍ମସ୍ଥାନ ବୋଲି କୁହାଯାଇଥାଏ ଏବଂ ସ୍ଵାଗତ କକ୍ଷ କାର୍ଯ୍ୟାଳୟର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ କରନ୍ତୁ।

. ବ୍ୟବସାୟର ମାଲିକଙ୍କ କକ୍ଷ କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ଦିଗରେ ହେବା ଆବଶ୍ୟକ ଓ ମାଲିକ ଉତ୍ତର ଦିଗକୁ ମୁହଁ କରି ବସିବା ଆବଶ୍ୟକ। କର୍ମଚାରୀ ମାନେ ଉତ୍ତର-ପୂର୍ବ ଦିଗକୁ ମୁହଁକରି କାମ କରିବା ଆବଶ୍ୟକ।

. କାର୍ଯ୍ୟାଳୟର ସମସ୍ତ ଇଲେକ୍ଟ୍ରି ଉପକରଣ ଦକ୍ଷିଣ-ପୂର୍ବ ଦିଗରେ ରହିବା ଆବଶ୍ୟକ।

. ସିଦ୍ଧି ବିନାୟକ ଗଣେଶ ବୁଦ୍ଧି ଓ ସମୃଦ୍ଧିର ଦେବତା। ଘରେ ବା ଅଫିସ୍‌ରେ ଅଷ୍ଟବିନାୟକ ମୂର୍ତ୍ତି ରଖିବା ଶୁଭ। ଏହି ମୂର୍ତ୍ତି ଘରେ ବା ଅଫିସ୍‌ରେ ରଖିବା ଦ୍ୱାରା ସଫଳତାରେ ବାଧା ସୃଷ୍ଟି କରୁଥିବା ସମସ୍ତ କାରଣ ଶେଷ ହୋଇଥାଏ। ସୁଖଶାନ୍ତି ବୃଦ୍ଧି ପାଇଥାଏ। ଅଷ୍ଟ ବିନାୟକ ମୂର୍ତ୍ତିକୁ ଦକ୍ଷିଣ-ପୂର୍ବ ଦିଗ ଆଡକୁ ମୁହଁ କରି ରଖନ୍ତୁ।

. ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗବୁଦ୍ଧ ମୂର୍ତ୍ତିକୁ ଧନ-ସଂପତ୍ତିର ଦେବତା ବୋଲି ବିଶ୍ୱାସ କରାଯାଏ। ଏହି ମୂର୍ତ୍ତିକୁ କାର୍ଯ୍ୟାଳୟରେ ରଖିବା ଦ୍ୱାରା ସୁଖ, ସମୃଦ୍ଧି ବୃଦ୍ଧି ହୁଏ। ଏହି ମୂର୍ତ୍ତିକୁ ଅଫିସ ରୁମ୍‌ର ଠିକ୍‌ ସାମନାରେ ରଖିଦିଅନ୍ତୁ। ଅଫିସକୁ ଯଦି କେହି ଆସନ୍ତି ଯେପରି ମୂର୍ତ୍ତିର ମୁହଁ ଦେଖିପାରିବେ।

#astrology #vastutips #business

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon