• padmabati kund

ରେଳବିଭାଗରେ ଚାକିରୀ ଆବେଦନ ଖାରଜ ହେଇଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର


ରେଳବିଭାଗରେ ଚାକିରୀ ପାଇଁ ଆବେଦନ କରିବା ସମୟରେ ତ୍ରୁଟିପୂର୍ଣ୍ଣ ଓ ଭୁଲ ଫଟୋ ଅପଲୋଡ କରିବା ଯୋଗୁଁ ଯେଉଁ 70,000ପ୍ରାର୍ଥୀଙ୍କ ଆବେଦନ ପତ୍ର ଖାରଜ କରଯାଇଥିଲା, ସେମାନଙ୍କ ପାଇଁ ରେଲୱେ ବୋର୍ଡ ତରଫରୁ ଦ୍ଵିତୀୟ ଥର ସୁଯୋଗ ପ୍ରଦାନ କରାଯାଉଛି।

ଆବେଦନ ସମୟରେ ହୋଇଥିବା ଭୁଲକୁ ସୁଧାରିବା ପାଇଁ ପ୍ରାର୍ଥୀମାନଙ୍କୁ 3ଦିନର ସମୟ ଦିଆଯାଇଛି। ଜୁଲାଇ18 ତାରିଖରୁ ଜୁଲାଇ20 ତାରିଖ ମଧ୍ୟରେ ପ୍ରାର୍ଥୀମାନେ କରିଥିବା ଭୁଲକୁ ସୁଧାରିପାରିବେ ବୋଲି ରେଲୱେ ବୋର୍ଡ ତରଫରୁ ସୂଚନା ମିଳିଛି।

ରେଳବିଭାଗର ମୋଟ 26,500ଟି ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଟେକନିସିଆନ ପଦ ପାଇଁ ମୋଟ 48ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ। ଆବେଦନପତ୍ରକୁ ଯାଞ୍ଚ କରିବା ସମୟରେ ମୋଟ 1ଲକ୍ଷ 33ହଜାର ଆବେଦନପତ୍ର ଯୋଗ୍ୟତାହୀନ ବୋଲି ଜଣାପଡିଥିଲା ଓ ଖାରଜ କରଯାଇଥିଲା।

ଏହି ଖାରଜ ହୋଇଥିବା ଆବେଦନ ପତ୍ର ମଧ୍ୟରୁ ପାଖାପାଖି 1ଲକ୍ଷ 27 ହଜାର ଆବେଦନପତ୍ରକୁ କେବଳ ତ୍ରୁଟିପୂର୍ଣ୍ଣ ଫଟୋ ପାଇଁ ଖାରଜ କରଯାଇଥିଲା। ଏଥି ମଧ୍ୟରୁ ମୋଟ 70,000 ପ୍ରାର୍ଥୀ ମାନଙ୍କୁ ନିଜ ଭୁଲ ସୁଧାର କରି ରେଲୱେ ବୋର୍ଡର ଅଫିସିଆଲ ସାଇଟରେ ଫଟୋ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରାର୍ଥୀମାନଙ୍କୁ ରେଳବିଭାଗ ତରଫରୁ ମେସେଜ ଓ ମେଲ କରାଯାଇଛି ବୋଲି ରେଲୱେ ବୋର୍ଡର ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ କହିଛନ୍ତି।

ସୂଚନା ମୁତାବକ ବାକି 57,000ପ୍ରାର୍ଥୀଙ୍କ ଆବେଦନ ପତ୍ରକୁ ପୁନର୍ବାର ଯାଞ୍ଚ କରାଯିବ ଓ ପ୍ରାର୍ଥୀମାନଙ୍କୁ କୌଣସି ସଂଶୋଧନ କରିବାର ଆବଶ୍ୟକତା ନାହିଁ।

ରେଲୱେ ବୋର୍ଡର ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀଙ୍କ କହିବା ଅନୁସାରେ ଚଳିତ ବର୍ଷ ପ୍ରକାଶ ପାଇଥିବା ରେଳବିଭାଗର ଅନ୍ୟ ସମସ୍ତ ପୋଷ୍ଟ ପାଇଁ ମଧ୍ୟ ପ୍ରାର୍ଥୀମାନଙ୍କୁ ଦ୍ଵିତୀୟ ସୁଯୋଗ ଦିଆଯିବ।

ରେଳବିଭାଗରେ ଖାଲି ଥିବା ପାଖାପାଖି 1ଲକ୍ଷ ପଦବୀକୁ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ମଧ୍ୟରେ ପୂରଣ କରାଯିବାର ଲକ୍ଷ ରଖାଯାଇଛି। ଚଳିତ ବର୍ଷ 1ଲକ୍ଷ 10 ହଜାର ପଦ ପାଇଁ  ମୋଟ 2କୋଟି 27ଲକ୍ଷ ଆବେଦନ ପତ୍ର ଗ୍ରହଣ କରିଛି। ଏହାର ସମସ୍ତ ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ହେବ।

#jobs #railways

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon