• padmabati kund

ଆରମ୍ଭ ହେଲା ଜିଓ ର  ମନସୁନ ହଙ୍ଗମା ଅଫର


ରିଲାଏନ୍ସ ଜିଓ ତରଫରୁଏହାର ମନସୁନ ହଙ୍ଗମା ଅଫର ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୫ଟା ସମୟଠାରୁ ନିଜର ଯେ କୌଣସି ବ୍ରାଣ୍ଡର ପୁରୁଣା ଫିଚର ଫୋନ ବଦଳାଇ ଓ ମାତ୍ର ଟ.୫୦୧ ଟଙ୍କାରେ ଜିଓର  ଫିଚର ଫୋନ (ଜିଓ ଫୋନ 2 ନୁହେଁ) ନେଇପାରିବେ।

ପୂର୍ବରୁ ଗ୍ରାହକମାନେ ଜିଓର ଏହି ଫିଚର ଫୋନକୁ ଟ.୧,୫୦୦ରେ ପାଉଥିଲେ ଯାହାକି ତିନିବର୍ଷ ପରେ ଗ୍ରାହକ ମାନଙ୍କୁ ଫେରସ୍ତ କରାଯିବ ବୋଲି କମ୍ପାନୀ ତରଫରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଜିଓର ଏହି ମନସୁନ ହଙ୍ଗାମା ଅଫରରେ ଗ୍ରାହକ ମାନେ ବ୍ୟବହାର କରୁଥିବା ଯେ କୌଣସି ବ୍ରାଣ୍ଡର ଫିଚର ଫୋନକୁ ବଦଳାଇ ଓ ମାତ୍ର ଟ.୫୦୧ ଦେଇ ଜିଓର ଫିଚର ଫୋନ ନେଇପାରିବେ।  

ଜିଓ ଫୋନ 2

କିଛିଲୋକ ଦ୍ଵନ୍ଦରେ ରହିଥିଲେ ଯେ ଆଜିଠାରୁ ଜିଓଫୋନ-୨ ଲଞ୍ଚ ହେବ, ଯାହାକି ରିଲାଏନ୍ସ ଜିଓ ତରଫରୁ ଏହାର 41ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ। ମାତ୍ର ଏହି ଜିଓ ଫୋନ-୨ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖଠାରୁ ଉପଲବ୍ଧ ହେବ। ଯେଉଁଥିରେ ଗ୍ରାହକମାନେ ଟ.୨୯୯୯ ଦେଇ ଜିଓଫୋନ-୨ ପାଇପାରିବେ।

ଗ୍ରାହକମାନେ ଏହି ଜିଓଫୋନରେ ଜିଓର ଶସ୍ତା ପ୍ରିପେଡ ପ୍ୟାକ ଟ.୪୯ କିମ୍ବା ଟ.୧୫୩ ରିଚାର୍ଜ କରିପାରିବେ। ଟ.୪୯ ପ୍ୟାକରେ ଗ୍ରାହକ ମାନଙ୍କୁ ଅନଲିମିଟେଡ କଲ ସହିତ ୧ଜିବି ଡାଟା ମିଳିବ, ଯାହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ଟ.୧୫୩ ପ୍ୟାକରେ ଗ୍ରାହକ ମାନଙ୍କୁ ଅନଲିମିଟେଡ କଲ ସହିତ ପ୍ରତିଦିନ ୧.୫ଜିବି ଡାଟା ମିଳିବ ଓ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

ଆଜିଠାରୁ ଆରମ୍ଭ ହେଉଥିବା ଜିଓ ମନସୁନ ଅଫରକୁ ନେଇ ଜିଓ କହିଛି ଯେ, ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ମିଲିୟନ ଲୋକ ଫିଚର ମୋବାଇଲ ବ୍ୟବହାର କରୁଛନ୍ତି, ଯେଉଁଥିରେ କି ସେମାନେ ଇଣ୍ଟରନେଟ ବ୍ୟବହାର କରିପାରୁନାହାନ୍ତି। ଏହି ମନସୁନ ଅଫର ମାଧ୍ୟମରେ କମ୍ପାନୀ ଏହାର ୨୫ମିଲିୟନ ଗ୍ରାହକ ସଂଖ୍ୟା ବଢ଼ାଇ ୧୦୦ ମିଲଲିୟନ କରିବାକୁ ଚେଷ୍ଟା କରୁଛି।

#mobile #jiophone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon