• padmabati kund

ପିତାଙ୍କ ଶବ ସହିତ ପାଉଟ କରି ସେଲଫି ନେଲେ ମଡେଲ


ନିଜ ପିତାଙ୍କ ଶବ ନିକଟରେ ଠିଆ ହୋଇ ସେଲଫି ନେଇ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ସମାଲୋଚନର ଶିକାର ହୋଇଛନ୍ତି ସାଇବେରିଆର ଜଣେ ମଡେଲ।

ନିଜକୁ ଜଣେ ସିଙ୍ଗର ଓ ମଡେଲ ବୋଲି କହୁଥିବା ସାଇବେରିଆର ଏହି ମଡେଲଙ୍କର ନାମ ହେଉଛି ଜେଲିକା ଜୁବିସିକ। ନିଜ ଫେସବୁକ ଓ ଇନଷ୍ଟଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ହସ୍ପିଟାଲ ବେଡ ଉପରେ ତାଙ୍କ ପିତାଙ୍କ ମୃତ ଶରୀର ଦେଖିବାକୁ ମିଳୁଛି ଓ ଏହି ମଡେଲ ଜଣକ ପାଉଟ କରି ମୋବାଇଲରେ ସେଲଫି ନେଉଛନ୍ତି।

ଏହା ସହିତ ଉକ୍ତ ଫଟୋଉପରେ କିଛି ଦୁଃଖ ଇମୋଜି ରହିଛି ଏବଂ “ଡାଡି, ଆପଣଙ୍କ ଆତ୍ମା ସ୍ଵର୍ଗଗାମୀ ହେଉ” ବୋଲି ମଧ୍ୟ ଏକ କ୍ୟାପ୍ସନ ରହିଛି।

ଏହି ଫଟୋ ସହିତ ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, “ ଆମେ ଯେତିକି ଝଗଡା କରିପାରିବା ସେତିକି ଝଗଡା କଲେ, କିନ୍ତୁ ଆମେ କେତେଦିନ ବଞ୍ଚିବା ଏହା ଆମ ହାତରେ ନଥାଏ। ୬୭ ବର୍ଷରେ ଆପଣ ଆମକୁ ଛାଡି ଚାଲିଗଲେ। ସବୁ ସମୟରେ ମତେ ଠିକ ରାସ୍ତା ଦେଖେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଏବଂ ଆପଣଙ୍କ ଝିଅ ବୋଲି ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି।"

ଏହି ପୋଷ୍ଟକୁ ଶେୟାର କରିବା ପରେ ଅନ୍ୟ ଇନଷ୍ଟଗ୍ରାମ ବ୍ୟବହାରକାରୀମାନେ ଏହି ପୋଷ୍ଟରେ କ୍ରୋଧପୂର୍ଣ୍ଣ ଓ ଲଜ୍ଜ୍ୟାଜନକ କମେଣ୍ଟ ଦେଇଥିଲେ ଓ ଜେଲିକାଙ୍କୁ ମାନସିକ ରୋଗୀ ବୋଲି କହି ତାଙ୍କର ମଜା ଉଡାଇଛନ୍ତି।

ଜେଲିକାଙ୍କର ଏହି ପୋଷ୍ଟରେ ଜଣେ ଇନଷ୍ଟଗ୍ରାମ ବ୍ୟବହାରକାରୀ କମେଣ୍ଟରେ ତାତ୍ସଲ୍ୟକରି ଲେଖିଛନ୍ତି ଯେ, “

ଏହି ପୋଷ୍ଟରୁ ଜଣା ପଡୁଛି ଯେ ଆପଣ ଆପଣଙ୍କ ପିତାଙ୍କୁ କେତେ ଭଲ ପାଆନ୍ତି ଓ ଆପଣଙ୍କର ପିତାଙ୍କର ମୃତ୍ୟୁ ପରେ ଆପଣଙ୍କ ପାଖରେ ବହୁତ ସମୟ, ଧୈର୍ଯ୍ୟ ଓ ସାହସ ଥିଲା ସେଲଫି ନେବା ପାଇଁ ।“

ଅନ୍ୟଜଣେ ଇନଷ୍ଟଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି ଯେ କେବଳ ଜଣେ ମାନସିକ ରୋଗୀ ହିଁ ଏପରି କାମ କରିପାରିବ।

ଇନଷ୍ଟଗ୍ରାମ ବ୍ୟବହାରକାରୀଙ୍କ ଠାରୁ ଏପରି କମେଣ୍ଟ ପାଇବା ପରେ  ଜେଲିକା ନିଜ ଆକାଉଣ୍ଟରୁ ଏହି ଫଟୋ ସବୁ ଡ଼ିଲିଟ କରିଦେଇଥିଲେ।

#oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon