• padmabati kund

ବିବାଦ ପରେ ତତ୍ପର: ପାଣି ଜମା ରୋକିବାକୁ ତିଆରି ହେବ ଭୂତଳ ଡ୍ରେନ


ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳ୍ପ ବର୍ଷାରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗ ଅଣ୍ଟା ଭିଡିଛନ୍ତି। ଅନେକ ବିବାଦ ପରେ ତତ୍ପରତା ଦେଖାଇ ଇସ୍କନ ନିକଟରେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନ୍ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି।ସେହିପରି ଆଚାର୍ଯ୍ୟବିହାରର ଡ୍ରେନ୍-୪ରେ ବକ୍ସ ସେଲ୍ ଡ୍ରେନ୍ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫.୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ।

ଆସନ୍ତା ମାସରେ ଟେଣ୍ଡର ପ୍ରକିୟା ଆରମ୍ଭ ହୋଇ ଆସନ୍ତା ବର୍ଷ ମୌସୁମୀ ସୁଦ୍ଧା କାମ ସରିବ ବୋଲି ମୁଖ୍ୟ ଶାସନ ସଚିବ ଆତିଦ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଏଥିସହ ଭୁବନେଶ୍ୱରର ଜଳ ନିଷ୍କାସନ ପାଇଁ ୨୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପସେ୍‌ଟ ଅଗ୍ନିଶମ ସେବା ସଂସ୍ଥାକୁ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହା ବିଷୟରେ ଆଲୋଚନା କରଯାଇଥିଲା। ଏହି ପ୍ରସ୍ତାବିତ ଭୂତଳ ଡ୍ରେନ୍‌ ବା ବର୍ଷାଜଳ ନିଷ୍କାସନ ନାଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ପୂର୍ତ୍ତ ବିଭାଗ ହାତକୁ ନେବ।

ପ୍ରଥମ ପର୍ଯ୍ୟାୟରେ ସିଆରପି ଛକର ଇସ୍କନ୍‌ ମନ୍ଦିର ନିକଟରୁ ଜୟଦେବ ବିହାର ପର୍ଯ୍ୟନ୍ତ ୧.୩୧ କି.ମି. ଦୈର୍ଘ୍ୟ ବିଶିଷ୍ଟ ଭୂତଳ ଡ୍ରେନ୍‌ ନିର୍ମାଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ୧.୭୨ କି.ମି. ବିଶିଷ୍ଟ ଡ୍ରେନ୍‌ ନିର୍ମାଣ ହେବ।

ଏହି ଭୂତଳ ଡ୍ରେନ ମାଧ୍ୟମରେ ବାଣୀବିହାରରୁ ରେଳଲାଇନ ଦେଇ ଗଙ୍ଗୁଆ ନାଳକୁ ଜଳ ନିଷ୍କାସନ କରାଯିବ। ଏହି ଭୂତଳ ଡ୍ରେନ୍‌ ପ୍ରକଳ୍ପ ଏନ.ଏଚ.ଏ.ଆଇର ସର୍ଭିସ୍‌ ରାସ୍ତା ତଳେ ନିର୍ମାଣ ହେବ,ଏଥିପାଇଁ ଏହି ପ୍ରକଳ୍ପକୁ ଏନ.ଏଚ.ଏ.ଆଇର ଆନୁଷ୍ଠାନିକ ଭାବେ ଅନୁମତିର ଆବଶ୍ୟକତା ରହିଛି। ଏ ନେଇ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ବୈଠକରେ ଉପସ୍ଥିତ ଥିବା ଏନ.ଏଚ.ଏ.ଆଇର ସିଜିଏମ୍‌ ଧର୍ମାନନ୍ଦ ଷଡ଼ଙ୍ଗୀ କହିଥିଲେ।

ଭୁବନେଶ୍ୱରରେ ବର୍ତ୍ତମାନ ପାଇଁ ୯ଟି ବଡ଼ ପ୍ରାକୃତିକ ନାଳ ଓ ୩ଟି ଶାଖା ନାଳ ରହିଛି। ଘରୋଇ ଜମି ଦେଇ ଯାଇଥିବା ନାଳଗୁଡ଼ିକର ଜଳପଥ ଅବରୋଧ ହେଉଥିବାରୁ ଓ ଅନେକ ସ୍ଥାନରେ ନାଳଗୁଡ଼ିକ ଜବରଦଖଲ କରାଯାଇଥିବାରୁ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଜବରଦଖଲ ଉଚ୍ଛେଦକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ପ୍ରାକୃତିକ ନାଳଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ  ଦେଇଛନ୍ତି ଏବଂ ଏଥିପାଇଁ ଘରୋଇ ଜମି ବଦଳ ବା ଅଧିଗ୍ରହଣ ପ୍ରକ୍ରିୟା ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି.

#currentnews #smartcity #undergrounddrain

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon