• padmabati kund

ଫରୱାର୍ଡ ମେସେଜ ଉପରେ ରୋକ ଲଗାଇବ ହ୍ଵାଟସଅପ


ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟସଅପ ତରଫରୁ ଏହାର ବ୍ୟବହାରକାରୀ ମାନଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ ହେବାକୁ ଯାଉଛି। ଆଗକୁ ହ୍ଵାଟସଅପରେ ବ୍ୟବହାରକାରୀ ମାନେ ମେସେଜ, ଫଟୋ କିମ୍ବା ଭିଡିଓକୁ ପାଞ୍ଚ ଥରରୁ ଅଧିକ ଥର ପଠାଇପାରିବେ (ଫରୱାର୍ଡ) ନାହିଁ।

ବର୍ତ୍ତମାନ ଏହି ଫିଚରକୁ ପରୀକ୍ଷଣ କରିବା ପାଇଁ ଆରମ୍ଭ କରାଯାଇଛି। ଏହାର ସଫଳ ପରୀକ୍ଷଣ ପରେ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ଉପଲବ୍ଧ ହେବ। ଏହି ନୂଆ ଫିଚର ଦ୍ଵାରା ହ୍ଵାଟସଅପ ବ୍ୟବହାରକାରୀ ଗୋଟିଏ ମେସେଜ, ଫଟୋ କିମ୍ବା ଭିଡିଓକୁ ସମଗ୍ର ଭାରତ ମଧ୍ୟରେ କେବଳ 5ଜଣଙ୍କୁ ପଠାଇପାରିବେ। 5ଜଣଙ୍କୁ ମେସେଜ ପଠାଇସାରିଲା ପରେ ହ୍ଵାଟସଅପ ତରଫରୁ ଫରୱାର୍ଡ ଅପ୍ସନକୁ ହଟାଇ ଦିଆଯିବ।

ହ୍ଵାଟସଅପରେ ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବାର ଫିଚର ରହିଥିବାରୁ ବର୍ତ୍ତମାନ ସମାଜରେ ମିଥ୍ୟା ଓ ଗୁଜବ ପ୍ରଚାର ବଢିବାରେ ଲାଗିଛି। ଏହି ଗଣ୍ଡଗୋଳ ଓ ଅରାଜକତା ଉପରେ ରୋକ ଲଗାଇବା ପାଇଁ ହ୍ଵାଟସଅପ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଏହାପୂର୍ବରୁ ମଧ୍ୟ ଗତ ଜୁଲାଇ 11 ତାରିଖରେ ହ୍ଵାଟସଅପର ଫରୱାର୍ଡ ଫିଚର ଲଞ୍ଚ କରଯାଇଥିଲା। ଏହି ଫିଚର ଅନୁସାରେ ଇ ଯଦି କୌଣସି ହ୍ଵାଟସଅପ ବ୍ୟବହାରକାରୀ କିଛି ମେସେଜକୁ ଫରୱାର୍ଡ କରେ ତେବେ ସେହି ମେସେଜ ଉପରେ ଫରୱାର୍ଡ ମେସେଜ ବୋଲି ଲେଖା ଆସିଯିବ। ଯାହାଦ୍ୱାରା ଜଣେ ସହଜରେ ଜାଣିପାରିବ ଯେ କେଉଁ ମେସେଜଟି ଫରୱାର୍ଡ ହୋଇଛି।

ସମଗ୍ର ଭାରତରେ ଏବେ ୨୫କୋଟିରୁ ଅଧିକ ଲୋକ ହ୍ୱାଟସ ଆପ୍ ବ୍ୟବହାର କରୁଥିବାବେଳେ ଅଧିକାଂଶ ଭାରତୀୟ ମାନେ ହ୍ଵାଟସଅପରେ ଅଧିକ ମେସେଜ, ଫଟୋ ଓ ଭିଡିଓ ଫରଓ୍ୱାର୍ଡ କରିଥାନ୍ତି। ଅନେକ ସମୟରେ ଫରୱାର୍ଡ କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ତେଣୁ ଯେମିତି କୌଣସି କଥା ଦ୍ରୁତ ଗତିରେ ଭାଇରାଲ୍ ନ ହୁଏ, ସେଥିପାଇଁ ଫରଓ୍ୱାର୍ଡ ମେସେଜରେ ଅଙ୍କୁଶ ଲଗାଇଛି।

ସେହିପରି ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମିଥ୍ୟା ଖବର ରୋକିବା ନିମନ୍ତେ ସାମାଜିକ ଗଣମାଧ୍ୟମ ହ୍ଵାଟସଅପର ବରିଷ୍ଠ ଅଧିକାରୀ ନିର୍ବାଚନ ଆୟୋଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

#mobile #whatsapp #forwardmessage

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon