• ବେତାର ବ୍ୟୁରୋ

ଫୋଟୋ ଫିଚର : ସହରୀ ବନ୍ୟାରେ ମାଛଧରା


ଫୋଟୋ : ବେତାର

ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଏଥିପାଇଁ ସତର୍କ ରହିବା ଲାଗି ସୂଚନା ଦିଆଯାଇଛି।

ପ୍ରବଳ ବର୍ଷାରେ ଜନଜୀବନ ବେହାଲ ହେଇଥିବା ବେଳେ କଟକ-ଭୁବନେଶ୍ୱର ଅଞ୍ଚଳରେ ହେଇଥିବା କୃତିମ ବନ୍ୟାରେ ଅନେକ ଲୋକ ନିଜ ସୁଖ ସୁବିଧା ନେବାକୁ କିନ୍ତୁ ଭୁଲି ନ ଥିଲେ । ଭୁବନେଶ୍ୱରରେ କେଦାରଗୋରୀ ମନ୍ଦିର ନିକଟରେ ଥିବା ଏକ ଜଳାଶୟରେ ପାଣି ପଶି  ମାଛ ବାହାରି ଆସିବାରୁ ନିକଟବର୍ତ୍ତୀ ଜନବସତି ଅଞ୍ଚଳର କିଛି ଯୁବକ ଜାଲ ନେଇ ମାଛ ଧରୁଥିବାର ଦେଖା ଯାଇଥିଲା ।   

ପ୍ରବଳ ବରଷାରୁ ରକ୍ଷା ପାଇବା ପାଇଁ କିଛି ଶିଶୁ ଏକ ଜରି ପଲିଥିନ ତଳେ ଆଶ୍ରୟ  ନେଇଥିବା ଦେଖା ଯାଇଥିଲା । 

ଫୋଟୋ: ଟ୍ଵିଟର/ସଂଜୀବ ଦାସ 

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସରର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ।ଏହାଦ୍ଵାରା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୨୦୦ମିଲିଲିଟରରୁ ଅଧିକ ବର୍ଷା ହୋଇଛି। ରାଜ୍ୟର

କଟକ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷ ରେକର୍ଡ କରାଯାଇଥିବା ବେଳେ, ରାଜଧାନୀ ଭୁବନେଶ୍ଵର,କଟକ  ଓ ପୁରୀରେ ବର୍ଷା ଯୋଗୁ ଲୋକଙ୍କ ସଙ୍କଟ ବଢିବାରେ ଲାଗିଛି। ପୁରୀ ବଡଦାଣ୍ଡରେ ଠିଆହେଇଥିବା ରଥ ଅଧା ବୁଡି ଯାଇଛି । 

କଟକରେ ଆଣ୍ଠୁଏ ବର୍ଷାରେ ଦହିବରା କିଣାବିକା  

ଫୋଟୋ : ଫେସବୁକ/ପେଜ/କଟକ-ଦ ସିଲଭର ସିଟି  

ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଯାତାୟାତରେ ଅସୁବିଧା ଦେଖାଦେଇଛି। ଲୋକଙ୍କ ଘର ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ତଳିଆ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମୋଟ ୧୩୨ ଏମଏମ ବର୍ଷା ରେକର୍ଡ଼ ହୋଇଛି। ତେବେ ଆଜି ଏତେ ଜୋରରେ ବର୍ଷା ହୋଇଛି ଯେ ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗି ଯାଇଛି।

ଏହି ବର୍ଷାର ପ୍ରଭାବରେ ଭୁବନେଶ୍ୱରର  ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ବମିଖାଲ, ଭିଏସଏସନଗର ଆଦି ଅଞ୍ଚରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି ଏବଂ କଟକର ବାଦାମ ବାଡି, ଶେକ ବଜାର, ଦରଘା ବଜାର ଓ ଷ୍ଟେସନ ବଜାର ଅଞ୍ଚଳରେ ପ୍ରବଳ ପାଣି ଜମି ରହିଥିବା ଦେଖାଯାଇଛି ।

#currentnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon