• padmabati kund

ସିଆରପିଏଫ, NIAରେ 55,000 ନିଯୁକ୍ତି ପାଇଁ ଆରମ୍ଭ ହେଲା ପଞ୍ଜୀକରଣ, ଆରମ୍ଭ ଦରମା ଟ.21,700


ଭାରତୀୟ ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ସାରା ଦେଶରେ କାମ କରୁଥିବା ବିଭିନ୍ନ ପାରା ମିଲିଟାରୀ ସର୍ଭିସମାନଙ୍କରେ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାର ପଞ୍ଜୀକରଣ/ରେଜିଷ୍ଟ୍ରେଶନ ଶନିବାର ଠାରୁ ଆରମ୍ଭ ହେଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ଜୁଲାଇ 21 ତାରିଖରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ଅଗଷ୍ଟ ମାସ 20 ତାରିଖ ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଗୃହ ମନ୍ତ୍ରଣାଳୟଙ୍କ ତରଫରୁ ପ୍ରକାଶପାଇଥିବା ଏହି ବିଜ୍ଞପ୍ତିରେ ମୋଟ 54,953 ପଦ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ବର୍ଡର ସିକ୍ୟୁରୀଟି ଫୋର୍ସ (BSF), ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରୀଟି ଫୋର୍ସ (CISF), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF), ଇଣ୍ଡୋ ତିବେତାନ ବର୍ଡର ପୋଲିସ (ITBP), ସଶସ୍ତ୍ର ସୀମା ବଳ (SSB), ନ୍ୟାସିନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA), ଆସାମ ରାଇଫଲ୍ସ ଏବଂ ସେକ୍ରେଟେରିଏଟ ସିକ୍ୟୁରୀଟି ଫୋର୍ସ (SSF)ରେ କନେଷ୍ଟବଳ ନିଯୁକ୍ତି ଦିଆଯିବ।

ଦରମା

ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ହେଲେ ସଫଳ ପ୍ରାର୍ଥୀଙ୍କୁ ମାସିକ ଟ.21,700 ରୁ ଟ.69,100 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1ତାରିଖ, 2018 ସୁଦ୍ଧା 18 ରୁ 23ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ କୋହଳ କରାଯାଇଥିବା ବେଳେ, ଓ.ବି.ସି ଏବଂ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ଯେକୌଣସି ସ୍ଵିକୃତୀପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ।

ଚୟନ ପଦ୍ଧତି

ଏଥିପାଇଁ ପରୀକ୍ଷା ପ୍ରଣାଳୀ କମ୍ପ୍ୟୁଟରରେ ଅନଲାଇନରେ ହେବ। ଏହାବ୍ୟତୀତ ଶାରୀରିକ ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ ssc.nic.inରେ ଲଗ ଇନ କରି top menu ଟ୍ୟାବରୁ click on apply ଟ୍ୟାବରେ କ୍ଲିକ କରିବାକୁ ପଡିବ। ଏହାପରେ constable GDରେ କ୍ଲିକ କରି apply on onlineରେ କ୍ଲିକ କରି ଆବେଦନ କରିପାରିବେ। ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ତାରିଖ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ।

ଏହି ବିଜ୍ଞପ୍ତି ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ ssc.nic.inରେ ଲଗଇନ କରି ଚେକ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon