• padmabati kund

କେବଳ କଲ କରିବା ପାଇଁ ଏୟାରଟେଲର ନୂଆ ପ୍ଲାନ: ଟ.299 ରେ 45 ଦିନ


ଦେଶର ସବୁଠାରୁ ବଡ ଟେଲିକମ ଅପରେଟର ଏୟାରଟେଲ ତରଫରୁ ନିଜର ଗ୍ରାହକ ମାନଙ୍କୁ ଆସିମୀତ କଲ ଯୋଗାଇବା ଲାଗି ଏକ ନୂତନ ପ୍ରିପେଡ ପ୍ୟାକ ଲଞ୍ଚ କରାଯାଇଛି। ଏୟାରଟେଲର ଏହି ନୂଆ ପ୍ୟାକର ମୂଲ୍ୟ ଟ.୨୯୯ ରହିଛି ଓ ଏହି ପ୍ୟାକର ବୈଧତା ୪୫ ଦିନ ପର୍ଯ୍ୟନ୍ତ ରହିବ।

ଟେଲିକମ ଟକର ଖବର ମୁତାବକ, ଏୟାରଟେଲ ଗ୍ରାହକ ମାନଙ୍କୁ ଏହି ପ୍ୟାକରେ ଅନଲିମିଟେଡ କଲ ସହିତ ପ୍ରତ୍ୟେକ ଦିନ ୧୦୦ଟି ଲେଖାଏଁ ଏସ.ଏମ.ଏସ ପଠାଇବାର ସୁଯୋଗ ମଧ୍ୟ ମିଳିବ। ଏହି ପ୍ୟାକର ସବୁଠାରୁ ଖାସ କଥା ହେଉଛି ଏଥିରେ କଥା ହେବା ପାଇଁ କୌଣସି ଦୈନିକ ବନ୍ଧନ (ଡେଲି ଲିମିଟ) ନାହିଁ। ହେଲେ ଏୟାରଟେଲର ଏହି ଟ.୨୯୯ ପ୍ୟାକରେ ଗ୍ରାହକମାନଙ୍କୁ କୌଣସି ଡାଟା ପ୍ୟାକ ମିଳିବ ନାହିଁ। ଏହା କେବଳ ଏକ କଲିଙ୍ଗ ଅନଲିମିଟେଡ ପ୍ୟାକ ଅଟେ।

ଏୟାରଟେଲରେ ଆଗରୁ ଟ.୨୪୯ ଓ ଟ.୩୪୯ ର ଦୁଇଟି ଅନଲିମିଟେଡ ପ୍ୟାକ ରହିଛି ଯେଉଁଥିରେ ଗ୍ରାହକ ମାନଙ୍କୁ ଅନଲିମିଟେଡ କଲ ସହିତ ଅନଲିମିଟେଡ ଡାଟା ମଧ୍ୟ ମିଳୁଛି। କିନ୍ତୁ ଏହି ପ୍ୟାକର ବୈଧତା ମାତ୍ର ୨୮ଦିନ ଅଟେ।

ଏହାବ୍ୟତୀତ ଅଳ୍ପଦିନ ତଳେ ଏୟାରଟେଲ ତରଫରୁ ଏହାର ଟ.୧,୧୯୯ ର ପୋଷ୍ଟପେଡ ପ୍ଳାନକୁ ମଧ୍ୟ ଅପଗ୍ରେଡ କରିଥିଲା। ଅପଗ୍ରେଡ ହେବାପରେ ଏହି ପ୍ୟାକରେ ୧୨୦ ଜିବି ଡାଟା ମିଳୁଛି, ଯାହାକି ପୂର୍ବରୁ ୯୦ଜିବି ଡାଟା ମିଳୁଥିଲା।ଏୟାରଟେଲର ଏହି ପ୍ୟାକ ଭୋଡଫୋନ ପୋଷ୍ଟପେଡର ଟ.୧,୨୯୯ ପ୍ୟାକକୁ ଟକ୍କରଦେଉଛି।

ଏୟାରଟେଲର ଅନ୍ୟ ଏକ ପୋଷ୍ଟପେଡ ପ୍ୟାକ ଟ.୪୯୯ କୁ ମଧ୍ୟ ଅପଗ୍ରେଡ କରାଯାଇଛି। ଅପଗ୍ରେଡ କରାଯିବା ପରେ ଏହି ପ୍ୟାକରେ ଗ୍ରାହକ ମାନଙ୍କୁ ୭୫ଜିବି ଡାଟା ମିଳୁଛି, ଯେଉଁଥିରେ ପୂର୍ବରୁ ୪୫ଜିବି ଡାଟା ମିଳୁଥିଲା।ଏହା ସହିତ ଏୟାରଟେଲର ଗ୍ରାହକମାନେ ୱିଙ୍କ ଟିଭି, ଆମାଜନ ପ୍ରାଇମ ସବସ୍କ୍ରିପସନ ଓ ରୋଲଓଭର ଡାଟାର ବେନିଫିଟ ମଧ୍ୟ ପାଇ ପାରିବେ।

#mobile #airtel #rechargeoffer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon