• padmabati kund

ବିଳମ୍ବ ହେଇପାରେ ରେଲୱେ ଗ୍ରୁପ-ଡି ପରୀକ୍ଷା


ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ଗ୍ରୁପ-ସି ର ପରୀକ୍ଷା ତାରିଖ ପ୍ରକାଶ ପାଇବା ପରେ ରେଳ ବିଭାଗ ତରଫରୁ ଗ୍ରୁପ-ଡି ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏହି ପରୀକ୍ଷା ତାରିଖ ରେଳବିଭାଗର ବିଭିନ୍ନ ଆଞ୍ଚଳିକ ୱେବସାଇଟରେ ପ୍ରକାଶ ପାଇବ।

ରେଲୱେ  ଗ୍ରୁପ-ଡିର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ଅଗଷ୍ଟ ମାସ ଦ୍ଵିତୀୟ ସପ୍ତାହରେ ହେବ ବୋଲି ଶୁଣିବାକୁ ମିଳିଥିଲା, ମାତ୍ର ସୂଚନା ମୁତାବକ ଗ୍ରୁପ-ଡି ପରୀକ୍ଷା ପାଇଁ ଆହୁରି ଅଧିକ ବିଳମ୍ବ ହୋଇପାରେ। ଅଗଷ୍ଟ ମାସ ଶେଷ ଆଡକୁ କିମ୍ବା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ହୋଇପାରେ। ଆସନ୍ତା ସପ୍ତାହରେ ଏହି ପରୀକ୍ଷା ତାରିଖ ପ୍ରକାଶ ପାଇବ।

ଗ୍ରୁପ-ଡି ପାଇଁ ଆବେଦନ ପତ୍ରର ସଂଖ୍ୟା ଗ୍ରୁପ-ସି ପାଇଁ ଆବେଦନ ପତ୍ରର ସଂଖ୍ୟା ଠାରୁ ଖୁବ ଅଧିକ ବୋଲି ସୂଚନା ମିଳିଛି। ରେଲୱେ ବିଭାଗର ଗ୍ରୁପ-ଡି ରେ ମୋଟ 62,907 ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ମୋଟ 2 କୋଟି 37 ଲକ୍ଷ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିଛନ୍ତି।

ରେଳବିଭାଗର ଗ୍ରୁପ-ସି, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଟେକ୍ନିଶିଆନର ପରୀକ୍ଷା ତାରିଖ ପ୍ରକାଶ ପାଇ ସାରିଛି। ପ୍ରକାଶିତ ହୋଇଥିବା ଅଫିସିଆଲ ନୋଟିସ ମୁତାବକ ଏହାର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ବେସ ପରୀକ୍ଷା ଆସନ୍ତା ଅଗଷ୍ଟ ମାସ 9 ତାରିଖରୁ ଆରମ୍ଭ ହେବ।

ଏହି ପରୀକ୍ଷାର ଚାରିଦିନ ପୂର୍ବରୁ ପ୍ରାର୍ଥୀମାନେ ରେଲୱେ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଏବଂ ଜୁଲାଇ 26 ତାରିଖରୁ ପରୀକ୍ଷା ମୂଳକ ଭାବେ ମକ ଲିଙ୍କ ଆକ୍ଟିଭେଟ ହେବ।

ଗତ ମାର୍ଚ୍ଚ ମାସରେ ଗ୍ରୁପ-ସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ମୋଟ 1ଲକ୍ଷ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପାଖାପାଖି 1କୋଟି 50ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ଏହା ସମ୍ପର୍କିତ ସମସ୍ତ ତଥ୍ୟ ରେଳୱେ ବିଭାଗର ଅଫିସିଆଲ ୱେବସାଇଟ www.indianrailways.gov.in ରେ ଉପଲବ୍ଧ ଅଛି।   

#jobs #railway #examdate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon