• padmabati kund

ଶୁଣନ୍ତୁ : ସାନିଟାରୀ ନାପକିନ କରମୁକ୍ତ ହେବା ପରେ ଅକ୍ଷୟ କୁମାରଙ୍କ ସନ୍ଦେଶ


ମହିଳାଙ୍କ ପିରିୟଡସ ସମୟର ସ୍ୱଚ୍ଛତା ଉପରେ ଆଧାରିତ ବଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ ‘ପ୍ୟାଡମ୍ୟାନ’ର ରାଷ୍ଟ୍ରୀୟ ପୁରଷ୍କାର ପ୍ରାପ୍ତ ଅଭିନେତା ଅକ୍ଷୟ କୁମାର ସାନିଟାରୀ ନାପକିନକୁ କର ମୁକ୍ତ କରାଯାଇଥିବାରୁ ବସ୍ତୁ ଏବଂ ସେବା କର ପରିଷଦ (GST)କୁ ଧନ୍ୟବାଦ ଜଣାଇଛନ୍ତି।

ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଅକ୍ଷୟ ଖୁସି ଜାହିର କରି ଏକ ଟ୍ୱିଟ କରିଛନ୍ତି। ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରି ଅକ୍ଷୟ ଲେଖିଛନ୍ତି ଯେ, “ଏହି ଖବର ମୋ ଆଖିରେ ଖୁସିର ଲୁହ ଆଣିଦେଇଛି। ପିରିୟଡସ ସମୟର ସ୍ଵଚ୍ଛତା ଓ ଅବଶ୍ୟକତାକୁ ବୁଝି ସାନିଟାରୀ ପ୍ୟାଡକୁ କରମୁକ୍ତ କରିଥିବାରୁ ଧନ୍ୟବାଦ। ମୋର ବିଶ୍ୱାସ ଆମ ଦେଶର କୋଟି କୋଟି ମହିଳା ଚୁପ ରହି ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଥିବେ ।’

ଅକ୍ଷୟ କୁମାରଙ୍କ “ପ୍ୟାଡମ୍ୟାନ” ଫିଲ୍ମ ରିଲିଜ ହେବା ପରେ ଅକ୍ଷୟଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୟାନିଟାରି ପ୍ୟାଡସ ଉପରେ ଟିକସ ଛାଡ କରିବା ପାଇଁ ଦାବି କରିଥିଲେ । ତାଙ୍କର ଏହି ଦାବି ସଫଳ ହୋଇଛି ବୋଲି ସେ କହିଛନ୍ତି।

ଗତ ଶନିବାର ଦିନ ଆୟୋଜିତ କରାଯାଇଥିବା ଜିଏସଟି କାଉନସେଲିଂ ବୈଠକରେ ମହିଳାଙ୍କ ହିତ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସାନିଟାରୀ ନାପକିନରେ ଲାଗୁଥିବା ୧୨ପ୍ରତିଶତ ଜିଏସଟିକୁ କାଟି ଏହାକୁ ସଂପୂର୍ଣ୍ଣ ଜିଏସଟି ମୁକ୍ତ କରାଯାଇଛି । କେବଳ ଏତିକି ନୁହେଁ କାଉନସିଲ ବୈଠକରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀପୂର୍ଣ୍ଣମାକୁ ଧ୍ୟାନରେ ରଖି ରାକ୍ଷୀକୁ ମଧ୍ୟ ଜିଏସଟି ମୁକ୍ତ କରିଛନ୍ତି ।

ଏହା ବ୍ୟତୀତ ମହିଳାଙ୍କ ଜୁଏଲାରୀ, ହେୟାର ଡାୟର, ପରଫ୍ୟୁମ ଓ ହ୍ୟାଣ୍ଡବ୍ୟାଗ ଉପରେ ମଧ୍ୟ  ଜିଏସଟିରେ ରିହାତି ଦିଆଯାଇଛି । ଏହି ସାମଗ୍ରୀ ଗୁଡ଼ିକରେ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା, ଯାହା ଏବେ ୧୮ ପ୍ରତିଶତ କରିଦିଆଯାଇଛି । ଯାହା ଫଳରେ ଏହି ସାମଗ୍ରୀ ଗୁଡ଼ିକ ଉପରେ ୧୦ ପ୍ରତିଶତ ଜିଏସଟି କମ ହୋଇଛି।

#entertainment #bollywood #gstfreeinsanitarypads

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon