• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ପଢନ୍ତୁ କ୍ରୋଧ ନିୟନ୍ତ୍ରଣ ନ କଲେ କେଉଁ ରାଶିର ହେବ ଅସୁବିଧା


ମେଷ: କୌଣସି ନିଷ୍ପତ୍ତି ନେବା ଆଗରୁ ଭଲ ଭାବରେ ଚିନ୍ତା କରନ୍ତୁ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ଧୈର୍ଯ୍ୟର ସହ ସମସ୍ତ ସମସ୍ୟାର ସମାଧାନ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ମନଦେବାକୁ ପଡିବ।

ବୃଷ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ ଦାମ୍ପତ୍ୟ ଜୀବନ ହସଖୁସିରେ ବିତିବ। ବ୍ୟୟ ଅଧିକ ହୋଇପାରେ। ସପ୍ତାହର ଶେଷ ଭାଗକୁ ଦୁରସ୍ଥାନକୁ ଯାତ୍ରାକରିବା ପାଇଁ ଯୋଜନା କରିପାରନ୍ତି। ଅନ୍ୟମାନଙ୍କ ସହ କଥାବାର୍ତ୍ତା ସମୟରେ ଶାଳୀନତା ରକ୍ଷା କରନ୍ତୁ।

ମିଥୁନ: ମାନସିକ ଦୁଶ୍ଚିନ୍ତା ବଢିବ। ଅତ୍ୟଧିକ ସମସ୍ୟା ଯୋଗୁ ଆତ୍ମବିଶ୍ଵାସ କମ ହେବାରେ ଲାଗିବ। ଅନ୍ୟମାନଙ୍କ ସହିତ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ। ଭାଇଭଉଣୀଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ।

କର୍କଟ: କୌଣସି କାରଣ ପାଇଁ ମନ ଉଦାସ ରହିବା ,ଏଥିଲାଗି ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଯଦି ଆପଣ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଖର୍ଚ୍ଚ ବଢିପାରେ।

ସିଂହ: ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ଜମିବାଡିକୁ ନେଇ ବିବାଦ ଉପୁଜିପାରେ। ଧାର୍ମିକ ମନୋଭାବ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟୟରେ ବୃଦ୍ଧି ଘଟିପାରେ।ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

କନ୍ୟା: ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ।ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ଚାକିରୀକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ତୁଳା: ସପ୍ତାହଟି ଆପଣଙ୍କର ବ୍ୟସ୍ତତା ମଧ୍ୟରେ କାଟିବ। ପରିବାର ପ୍ରତି ଥିବା ନିଜର କର୍ତ୍ତବ୍ୟ କରିବାରେ ସଫଳ ରହିବେ। ଭାଇଭଉଣୀଙ୍କ ସହିତ କୌଣସି ପ୍ରକାର ଯୁକ୍ତିତର୍କ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଅଚାନକ ଅର୍ଥଲାଭ ହୋଇପାରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟଟି ବହୁତ ଭଲ।

ବିଛା: କର୍ମକ୍ଷେତ୍ରରେ ଭଲ ସମୟ ବିତିବ। ପାରିବାରିକ ଶାନ୍ତି ବଜାୟ ରହିବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଆୟରେ ବୃଦ୍ଧି ଘଟିବ। ସନ୍ତାନଙ୍କ କାମ ପାଇଁ ଗର୍ବିତ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମର ଫଳ ପାଇବେ।

ଧନୁ: ଅଧିକ କାମଭାର ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ସ୍ୱାସ୍ଥ୍ୟରେ ଅବନତି ଘଟିବ ଯାହାଦ୍ୱାରା ଆପଣ ଚିନ୍ତିତ ରହିବେ। ଆର୍ଥିକ ଲାଭ ମିଳିପାରେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ନିଜ ପରିଶ୍ରମର  ଫଳ ମିଳିବ।

ମକର: ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ରହିଛି। ନିଜ କ୍ରୋଧକୁ ଆୟତ୍ତରେ ରଖନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ ମାନସିକ ଶାନ୍ତି ପାଇବେ। ନିଜର କଠିନ ପରିଶ୍ରମ ପାଇଁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ଓ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସନ୍ତାନଙ୍କ ପ୍ରତି ଧ୍ୟନ ଦିଅନ୍ତୁ। ମାଲିମକୋଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ମୀନ: ପରିଶ୍ରମ ଅଧିକ କରିବେ ଓ କ୍ଳାନ୍ତ ଅନୁଭବ କରିବେ। ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଆପଣଙ୍କୁ ବିଶ୍ରାମ ନେବାକୁ ପଡିବ। ଦୁରସ୍ଥାନକୁ ଯାତ୍ରା କରିବେ ଯାହା ଆପଣଙ୍କ ପାଇଁ ସଫଳ ରହିବ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ।ଅଧିକ ବ୍ୟୟ କରିବେ ଯାହାଦ୍ୱାରା ଆର୍ଥିକସ୍ଥିତି ପାଇଁ ଚିନ୍ତିତ ରହିବେ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon