• padmabati kund

କିପରି ରଖିବେ ମୋବାଇଲ ବ୍ୟାଟେରୀ ଚାର୍ଜ ଅଧିକ ସମୟ


ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ୟେକ ଲୋକଙ୍କର ମୌଳିକ ଆବଶ୍ୟକତା ହୋଇଯାଇଛି। ସମୟ ସହିତ ମୋବାଇଲ ବ୍ୟବହାର କରିବାର ଆବଶ୍ୟକତା ମଧ୍ୟ ବଢିବାରେ ଲାଗିଛି। ମୋବାଇଲ ବ୍ୟବହାର କରିବା ସମୟରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ଏକ ମୁଖ୍ୟ ସମସ୍ୟା ହେଉଛି ମୋବାଇଲର ବ୍ୟାଟେରୀରୁ ବାରମ୍ବାର ଚାର୍ଜ ସରିବା। କେତେକ ଅସାବଧନତା ଯୋଗୁଁ ମୋବାଇଲର ବ୍ୟାଟେରୀ ଅଧିକ ବ୍ୟବହାର ନକରି ମଧ୍ୟ ସରିଯାଇଥାଏ।

ତେବେ ଜାଣିରଖନ୍ତୁ କିଛି ଟିପ୍ସ ଯାହାଦ୍ୱାରା ଆପଣ ମୋବାଇଲର ବ୍ୟାଟେରୀକୁ ଅଯଥା ସରିବାରୁ ବଞ୍ଚାଇ ପାରିବେ।

୧.ସ୍କ୍ରିନ ବ୍ରାଇଟନେସକୁ କମ କରନ୍ତୁ କିମ୍ବା ଅଟୋ-ବ୍ରାଇଟନେସ କରନ୍ତୁ: ପ୍ରାୟ ଅଧିକାଂଶ ଲୋକ ମୋବାଇଲ ଡ଼ିସପ୍ଲେର ବ୍ରାଇଟନେସକୁ ଅଧିକ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାଦ୍ଵାରା ମୋବାଇଲରୁ ଚାର୍ଜ ଖୁବ ଶ୍ରୀଘ ସାରିଥାଏ।ତେଣୁ ଏହି ବ୍ରାଇଟନେସକୁ ସବୁବେଳେ କମ ରଖନ୍ତୁ କିମ୍ବା ଅଟୋ-ବ୍ରାଇଟନେସ ହିଁ ରଖନ୍ତୁ।

୨.ସ୍କ୍ରିନ ଟାଇମ-ଆଉଟ ସମୟକୁ କମ ରଖନ୍ତୁ: ମୋବାଇଲକୁ ବ୍ୟବହାର କରିସାରିବା ପରେ ଏହାର ଡ଼ିସପ୍ଲେ କିଛି ସମୟ ପର୍ଯ୍ୟନ୍ତ ଜଳି ରହିଥାଏ। ଏହି ସ୍କ୍ରିନ ଟାଇମ-ଆଉଟ ସମୟ ଯେତେ ଅଧିକ ହୋଇଥାଏ ତାହା ଆପଣଙ୍କ ମୋବାଇଲର ଚାର୍ଜକୁ ସାରିଥାଏ। ତେଣୁ ଏହାକୁ ସବୁବେଳେ କମ ରଖନ୍ତୁ ଯାହାଦ୍ୱାରା ବ୍ୟାଟେରୀରୁ ଚାର୍ଜ କମ ସରିବ। ନିଜ ମୋବାଇଲର ଡିସପ୍ଲେ ସେଟିଂକୁ ଯାଇ ଆପଣ ଏହା କରିପାରିବେ ।

୩.ବ୍ଲୁ-ଟୁଥ ଓ ୱାଇ-ଫାଇକୁ ବନ୍ଦ ରଖନ୍ତୁ: ମୋବାଇଲରେ ଥିବା ବ୍ଲୁ-ଟୁଥ ଓ ୱାଇ-ଫାଇ ଅପ୍ସନ ଅଧିକ ବ୍ୟାଟେରୀ ବ୍ୟବହାର କରିଥାନ୍ତି। ତେଣୁ ଯେତେବେଳେ ଆପଣ ଏହି ଅପ୍ସନର ବ୍ୟବହାର କରୁନାହାନ୍ତି ସେହି ସମୟରେ ଏହାକୁ ବନ୍ଦ ରଖନ୍ତୁ।

୪. ବ୍ୟବହାର ନ କରୁଥିବା ଆପ ଚାଲୁ ରଖନ୍ତୁ ନାହିଁ: ଏକ ସମୟରେ ଏକାଧିକ ଆପ ବ୍ୟବହାର କରିବାଦ୍ଵାରା ଆପଣଙ୍କ ସ୍ମାର୍ଟଫୋନରୁ ଅଧିକ ବ୍ୟାଟେରୀ ବ୍ୟବହୃତ ହୋଇଥାଏ। ଯେତେବେଳେ କୌଣସି ଆପର ବ୍ୟବହାର କରୁନାହାନ୍ତି ସେହି ସମୟରେ ବ୍ୟାକଗ୍ରାଉଣ୍ଡରେ ଆପକୁ ଚାଲୁ ରଖନ୍ତୁ ନାହିଁ।

୫.ଭାଇବ୍ରେସନ ମୋଡ ରଖନ୍ତୁ ନାହିଁ: ଅଧିକାଂଶ ଲୋକ ମୋବାଇଲରେ ରିଙ୍ଗଟୋନ ପରିବର୍ତ୍ତେ ଭାଇବ୍ରେସନ ମୋଡ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ଭାଇବ୍ରେସନ ରଖିବା ଦ୍ଵାରା ଅଧିକ ବ୍ୟାଟେରୀ ଚାର୍ଜ ସାରିଥାଏ। ତେଣୁ ମୋବାଇଲକୁ ଭାଇବ୍ରେସନ ନରଖି ରିଙ୍ଗଟୋନ ରଖନ୍ତୁ କିମ୍ବା ଆପଣଙ୍କୁ ଯଦି ରିଙ୍ଗଟୋନ ପସନ୍ଦ ନୁହେଁ ତେବେ ଏହାକୁ ମ୍ୟୁଟ କରି ରଖନ୍ତୁ।

୬.ଲାଇଭ ୱାଲପେପର ରଖନ୍ତୁ ନାହିଁ: ମୋବାଇଲରେ ଲାଇଭ ୱାଲପେପର ରଖିଲେ ବହୁତ ସୁନ୍ଦର ଲାଗିଥାଏ ମାତ୍ର ଏହାଦ୍ଵାରା ଅଧିକ ଚାର୍ଜ ବ୍ୟବହାର ହୋଇଥାଏ, ତେଣୁ ଲାଇଭ ୱାଲପେପରର ବ୍ୟବହାର କରନ୍ତୁ ନାହିଁ।

#mobile #battery #chargesavingtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon