• padmabati kund

ଗ୍ରାଜୁଏସନ ପାସଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ


ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଳର୍କ-କମ-ଆକାଉଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଚୁକ୍ତିଭିତ୍ତିକ ଚାକିରୀ ଅଟେ। ଇଚ୍ଛୁକ ପ୍ରାର୍ଥୀ ମାନେ ଉକ୍ତ ପଦ ପାଇଁ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ ଆଠ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରେ ମାସିକ ଟ.7,100 ଦରମା ପ୍ରଦାନ କରାଯିବ।

ପଦବୀ ସଂଖ୍ୟା

ଗଞ୍ଜାମ ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ମୋଟ 6ଟି ଜୁନିୟର କ୍ଳର୍କ-କମ-ଆକାଉଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 20.7.2018 ସୁଦ୍ଧା 21 ରୁ 31 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ, ମହିଳା ପ୍ରାର୍ଥୀ, ଓ.ବି.ସି ପ୍ରାର୍ଥୀ ଓ ଭୁତପୂର୍ବ ସୈନିକ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଥିବାବେଳେ ଶାରିରୀକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଏଥିସହିତ ଟାଲି ଶିଖିଥିବା ଆବଶ୍ୟକ। ଓଡିଆ ଏବଂ ଇଙ୍ଗ୍ଲିଶ ଭାଷାରେ ପାରଦର୍ଶିତା ଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଏହି ଆବେଦନ ପତ୍ରକୁ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଭୋଟର କାର୍ଡ, ଆଧାର କାର୍ଡ ଓ ପ୍ୟାନ କାର୍ଡର ଜେରକ୍ସ ସହିତ ରେସିଡେଣ୍ଟ ସାର୍ଟିଫିକେଟ ଦେବାକୁ ପଡିବ। ଏଥିସହିତ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଜେରକ୍ସ, କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ଏମ୍ପଲୟମେଣ୍ଟ କାର୍ଡର ଜେରକ୍ସ ଦେବାକୁ ପଡିବ। ଏହି ସମସ୍ତ କାଗଜପତ୍ରକୁ (The District Education Officer, Ganjam, At-Giri road,Post-Brahmapur, 760005) ଠିକଣାରେ ପଠାଇବାକୁ ପଡିବ।

ଏହା ସହିତ ଆବେଦନ ଫି’ ବାବଦକୁ ଜିଲ୍ଲା ଶିକ୍ଷାଧିକାରୀ ଗଞ୍ଜାମଙ୍କ ଉଦ୍ଦେଶ୍ୟରେ ଟ.200ର ଇଣ୍ଡିଆନ ପୋଷ୍ଟାଲ ଅର୍ଡର କରିବାକୁ ପଡିବ।

ଏହା ସମ୍ବନ୍ଧିତ ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ ତଥ୍ୟ ଜାଣିବା ପାଇଁ www.ganjam.nic.in ରେ ଲଗଇନ କରି ଯାଞ୍ଚ କରନ୍ତୁ।

#jobs #govtjobs #juniorclerk

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon