- ବେତାର ବ୍ୟୁରୋ
ପିଲାମାନଙ୍କ ପାଠପଢାରେ ମନ ଲାଗୁ ନାହିଁ?ପଢନ୍ତୁ ବାସ୍ତୁ ଟିପ୍ସ

ବର୍ତ୍ତମାନର ପ୍ରତିଯୋଗୀତା ମୂଳକ ସମୟରେ ନିଜର ସଫଳତା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ବହୁ ଚିନ୍ତିତ ରହୁଛନ୍ତି। କେତେକେ ବିଦ୍ୟାର୍ଥୀ ଅଛନ୍ତି ଯେଉଁ ମାନଙ୍କର ପାଠପଢାରେ ମନ ଲାଗୁନାହିଁ ଓ ଅନ୍ୟ କେତେକ ବିଦ୍ୟାର୍ଥୀ ଅଛନ୍ତି ଯେଉଁମାନେ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ତାଙ୍କୁ ଉଚିତ ଫଳ ମିଳୁନାହିଁ। ଏପରି କ୍ଷେତ୍ରରେ ଅଭିଭାବକମାନଙ୍କୁ ପିଲାମାନଙ୍କ ଉପରେ ଅଧିକ ଚାପ ନଦେଇ ସେମାନଙ୍କ ପାଠପଢା ଘରକୁ ନେଇ କିଛି ବାସ୍ତୁ ନିୟମ ବିଷୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।
୧.ଯେଉଁ ଘରେ ବସି ଆପଣଙ୍କ ସନ୍ତାନ ପାଠ ପଢୁଛି ସେହି ଘରଟି ପଶ୍ଚିମ, ଉତ୍ତର କିମ୍ବା ଉତ୍ତର-ପଶ୍ଚିମ ଦିଗରେ ହେବା ଆବଶ୍ୟକ। ଏହିଦ୍ଵାରା ପିଲାମାନଙ୍କର ଏକାଗ୍ରତା ବଢିଥାଏ ଓ ପାଠ ମନେରଖିଥାଆନ୍ତି। ଏହା ସହିତ ଏହି କକ୍ଷର କବାଟ ମଧ୍ୟ ଏହି ଦିଗକୁ ରଖନ୍ତୁ।
୨. କକ୍ଷ ମଧ୍ୟରେ ବହି ଓ ପାଠପଢାର ଅନ୍ୟାନ୍ୟ ସାମଗ୍ରୀ କକ୍ଷର ପଶ୍ଚିମ ଦିଗରେ ରଖନ୍ତୁ। ଏହା ସହିତ ଷ୍ଟଡି ଟେବୁଲକୁ ମଧ୍ୟ ପଶ୍ଚିମ ଦିଗରେ ହିଁ ରଖନ୍ତୁ।
୩. ଏହି କକ୍ଷ ଉପରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଏହାଦ୍ଵାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିଲାମାନେ ପାଠପଢାରେ ଧ୍ୟାନ ଦେଇ ପାରିନଥାନ୍ତି।
୪. ପିଲା ପାଠପଢୁଥିବା କକ୍ଷରେ ଯଥେଷ୍ଟ ଆଲୋକ ଥିବା ଆବଶ୍ୟକ ଓ ପ୍ରାକୃତିକ ଆଲୋକ ଚଳାଚଳ ମଧ୍ୟ କରୁଥିବା ଆବଶ୍ୟକ। ଏହାଦ୍ୱାରା ପିଲା ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ।
୫. ଷ୍ଟଡି ଟେବୁଲ ଉପରେ ଟେବୁଲ ଲ୍ୟାମ୍ପ ରଖନ୍ତୁ। ଏହାଦ୍ଵାରା ପାଠପଢିବା ସମୟରେ ସମସ୍ତ ଧ୍ୟାନ ବହି ଉପରେ ହିଁ ରହିଥାଏ।
୬. ଷ୍ଟଡିରୁମରେ ଯଦି ଦର୍ପଣ ରଖିଥାନ୍ତି ତେବେ ରାତି ସମୟରେ ଏହାକୁ ଘୋଡାଇ ରଖନ୍ତୁ ଓ ପାଠ ପଢିବା ସମୟରେ ଦର୍ପଣ ସାମ୍ନାରେ ବସି ପଢନ୍ତୁ ନାହିଁ।
୭.ଏହି କକ୍ଷର କାନ୍ଥକୁ ରଙ୍ଗ କରିବା ସମୟରେ ବିଶେଷ ଧ୍ୟାନ ରଖନ୍ତୁ। ଏହାକୁ ଅତ୍ୟଧିକ ଗାଢ କିମ୍ବା ଅଧିକ ଫିକା କରନ୍ତୁ ନାହିଁ। ମନକୁ ଆନନ୍ଦ ଓ ପ୍ରଫୁଲ୍ଲ କରିବା ପରି ରଙ୍ଗ ଯଥା-ନୀଳ, ହଲକା ସବୁଜ, ଧଳା କିମ୍ବା ଗୋଲାପୀ ରଙ୍ଗ ଦିଅନ୍ତୁ।