• padmabati kund

ଲକ୍ଷ୍ନୌରେ ଟ୍ରାଫିକ ସମ୍ଭାଳିଲେ ଜ୍ୟାକି ଶ୍ରଫ : ଟ୍ଵିଟରରେ ପ୍ରଶଂସା


ବଲିଉଡ ଅଭିନେତା ଜ୍ୟାକି ଶ୍ରଫକୁ ନିକଟରେ ଟ୍ରାଫିକ ନିୟନ୍ତ୍ରଣ  କରୁଥିବାର ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ସହରର ରୁମି ଦରୱାଜା ନିକଟରେ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଜ୍ୟାକି ଶ୍ରଫଙ୍କୁ ଲୋକମାନେ “ଭିଡୁ” ବୋଲି କହି ପ୍ରଶଂସା କରୁଛନ୍ତି।

ନିଜ ଗାଡିରୁ ବାହାରି ଟ୍ରାଫିକ ନିୟନ୍ତ୍ରଣ କରୁଥିବା ସମୟର ଏହି ଭିଡିଓ ଜ୍ୟାକି ଶ୍ରଫ ନିଜ ଟ୍ଵିଟର ଆକାଉଣ୍ଟ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଲକ୍ଷ୍ନୌରେ ଟ୍ରାଫିକ ନିୟନ୍ତ୍ରଣ”। ଏହି ଭିଡିଓଟି ତାଙ୍କ କାର ମଧ୍ୟରୁ ରେକଡିଙ୍ଗ କରାଯାଇଛି।ଏହି ଭିଡିଓରେ ପଛପଟୁ କେହି ଜଣେ ବ୍ୟକ୍ତି କହୁଛନ୍ତି ଯେ, “ଜ୍ୟାକି ଦାଦା ଆମପାଇଁ ଟ୍ରାଫିକ କ୍ଲିଅର କରୁଛନ୍ତି।“

ଟ୍ଵିଟରରେ ଗତ ଜୁଲାଇ 22 ତାରିଖରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଦୁଇ ହଜାରରୁ ଅଧିକ ଲାଇକ ମିଳିସାରିଲାଣି ଓ ଇନଷ୍ଟାଗ୍ରାମରେ 85ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।ଏହି ଉଭୟ ପୋଷ୍ଟର କମେଣ୍ଟରେ ପ୍ରଶଂସକ ମାନଙ୍କ ଠାରୁ ଖୁବ ପ୍ରଶଂସା ମିଳୁଥିବାର ଦେଖିବାକୁ ମିଳିଛି।

ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, “ ଭିଡୁ ହେଉଛନ୍ତି ଜଣେ ପ୍ରକୃତ ମଣିଷ, ଯିଏ କେବଳ ପରଦା ଉପରେ ନୁହେଁ ପ୍ରକୃତରେ ଜଣେ ହିରୋ ।“

ସେହିପରି ଅନ୍ୟଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ କମେଣ୍ଟ ଦେଇଛନ୍ତି ଯେ, “ଏହି କାରଣ ଯୋଗୁଁ ଲୋକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି।“

ଟ୍ଵିଟରରେ ମଧ୍ୟ ବ୍ୟବହାରକାରୀ ମାନେ ଏହି ପୋଷ୍ଟରେ “କ୍ଲାସିକ ଜଗୁ ଦାଦା” ଓ “ଭଲ କାମ ଭିଡୁ” ବୋଲି ଲେଖି କମେଣ୍ଟ ଦେଇଛନ୍ତି।

ବର୍ତ୍ତମାନ ଜ୍ୟାକି ଶ୍ରଫ ଲକ୍ଷ୍ନୌରେ ତେଲୁଗୁ ଫିଲ୍ମ ‘ପ୍ରସ୍ଥାନମ’ର ହିନ୍ଦୀ ରିମେକର ଶୁଟିଙ୍ଗ କରୁଛନ୍ତି। ଏଥିରେ ଜ୍ୟାକି ଶ୍ରଫଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ମନୀଷା କୋଏରାଲା ମଧ୍ୟ ଅଭିନୟ କରୁଛନ୍ତି।

#entertainment #bolllywood #viralvideo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon