- padmabati kund
ପଢନ୍ତୁ : ଶୁଖିଲା ତ୍ଵଚା ପାଇଁ ଉପାଦେୟ ଗୋଲାପ ଜଳ

କେବଳ ଶୀତଦିନେ ନୁହେଁ ପ୍ରାୟ ଲୋକଙ୍କର ସବୁସମୟରେ ତ୍ଵଚା ଶୁଷ୍କ ହୋଇଥାଏ। ଏହାଦ୍ଵାରା ଆପଣଙ୍କ ମୁହଁ ଶୁଖିଲା ଦେଖାଯିବା ସହିତ ଲୋକମାନଙ୍କ ସହ ମିଶିବା ପାଇଁ ଆତ୍ମବିଶ୍ଵାସ ମଧ୍ୟ କମ ହୋଇଥାଏ। ତେବେ ବର୍ତ୍ତମାନ ବଜାରରେ ଶୁଷ୍କ ତ୍ଵଚା ପାଇଁ ବହୁତ ପ୍ରକାରର କ୍ରିମ ଓ ଲୋସନ ମିଳୁଥିଲେ ମଧ୍ୟ ପ୍ରାକୃତିକ ଜିନିଷ ସବୁବେଳେ ତ୍ଵଚା ପାଇଁ ଉପକାରୀ ହୋଇଥାଏ।
ସେହିପରି ଏକ ପ୍ରାକୃତିକ ଉପାଦାନ ହେଉଛି ଗୋଲାପ ଜଳ। ଏହାକୁ ଆପଣ ଟୋନର, କ୍ଳିନର, ମାସ୍କ କିମ୍ବା ମଏଶ୍ଚରାଇଜର ପରି ବ୍ୟବହାର କରିପାରିବେ।
ଗୋଲାପ ଜଳ ଟୋନର
ଗୋଲାପ ଜଳକୁ ଟୋନର ଭାବରେ ବ୍ୟବହାର କରନ୍ତୁ ଏହା ଆପଣଙ୍କ ତ୍ଵଚାକୁ ସଫା କରିଥାଏ, ଏହାକୁ କୋମଳ କରିଥାଏ ଓ ତ୍ଵଚାକୁ ଶୁଷ୍କ ହେବାକୁ ଦେଇନଥାଏ। ଏଥିଲାଗି ପ୍ରଥମେ ମୁହଁକୁ ଭଲ ଭାବରେ ପରିଷ୍କାର କରି ଧୁଅନ୍ତୁ। ଏହାପରେ ତୁଳାରେ ଗୋଲାପ ଜଳ ଆଣି ମୁହଁରେ ଲଗାନ୍ତୁ। ଏହା ଶୁଖିଗଲାପରେ ମଶ୍ଚୁରାଇଜର ଲଗାନ୍ତୁ। ଏପରି ଦିନକୁ ଦୁଇଥର ସକାଳେ ଓ ସନ୍ଧ୍ୟାରେ ବ୍ୟବହାର କରନ୍ତୁ।
ଗୋଲାପ ଜଳ,ମୁଲତାନି ମାଟି ଓ କ୍ଷୀର
ଗୋଲାପ ଜଳ ସହିତ ମୁଲତାନି ମାଟି ଓ କ୍ଷୀର ମିଶାଇ ଲଗାଇବା ଦ୍ଵାରା ଆପଣଙ୍କ ତ୍ଵଚା ଶୁଷ୍କ ହେବାରୁ ରକ୍ଷା ପାଇଥାଏ ଏବଂ କ୍ଷୀରରେ ଥିବା ଲାକଟିକ ଏସିଡ ଦ୍ଵାରା ତ୍ଵଚାରେ ଉଜ୍ଜ୍ଵଳତା ଆସିଥାଏ। ଏଥିପାଇଁ ପ୍ରଥମେ ମୁହଁକୁ ଭଲଭାବରେ ପରିଷ୍କାର କରିବା ପରେ ଗୋଲାପ ଜଳ ,ମୁଲତାନି ମାଟି ଓ କ୍ଷୀରର ମିଶ୍ରଣକୁ ଲଗାନ୍ତୁ। 20 ମିନିଟ ରଖିଲା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ଏପରି ବ୍ୟବହାର କରନ୍ତୁ।
ଗୋଲାପ ଜଳ ଓ ଚନ୍ଦନ
ଗୋଲାପ ଜଳ ସହିତ ଚନ୍ଦନ ମିଶାଇ ମୁହଁରେ ଲଗାଇବା ଦ୍ଵାରା ଆପଣଙ୍କ ତ୍ଵଚାକୁ ପୋଷଣ ମିଳିଥାଏ ଓ ତ୍ଵଚା ଶୁଷ୍କ ହେବାରୁ ରକ୍ଷା ପାଇଥାଏ। ଗୋଲାପ ଜଳ ସହିତ ଚନ୍ଦନ ପାଉଡର,ଅଳ୍ପ ନଡିଆତେଲ ଓ ଅଳ୍ପ ବାଦାମ ତେଲକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମୁହଁକୁ ଭଲଭାବରେ ଧୋଇକରି ଏହାକୁ ମୁହଁରେ ଲଗାନ୍ତୁ। 20ମିନିଟ ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ।
ଗୋଲାପ ଜଳ ଓ ଗ୍ଲିସେରିନ
ଶୁଷ୍କ ତ୍ଵଚା ପାଇଁ ଗ୍ଲିସେରିନ ବହୁତ ଉପାଦେୟ ଅଟେ। ଗୋଲାପ ଜଳ ସହିତ ଗ୍ଲିସେରିନ ଓ ଅଳ୍ପ ଲେମ୍ବୁ ରସକୁ ମିଶାଇ ଏକ ସ୍ପ୍ରେ ବୋତଲରେ ରଖନ୍ତୁ, ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ମୁହଁରେ ମସାଜ କରନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ତ୍ଵଚା ଶୁଷ୍କ ହେବ ନାହିଁ।