• ବେତାର ବ୍ୟୁରୋ

ଯୌନ ଅପରାଧ ଖବରରେ ଭୁଲରେ ହିନ୍ଦୁ ଋଷିଙ୍କ ଚିତ୍ର ଛାପି କ୍ଷମା ମାଗିଲା ଏହି ଖବର କାଗଜ


ଏକ ଯୌନ ଅପରାଧ ଖବରରେ ମୁସଲମାନ ଧର୍ମଗୁରୁଙ୍କ ଦୁଷ୍କର୍ମ ବିଷୟରେ ଉଲ୍ଲେଖ ଥିବାବେଳେ ଏହା ସମ୍ପର୍କିତ ଚିତ୍ରରେ ଏକ ହିନ୍ଦୁ ଧର୍ମଗୁରୁଙ୍କ ଚିତ୍ର ଦର୍ଶା ଯାଇଥିବାରୁ , ଦେଶର ପ୍ରତିଷ୍ଠିତ ଖବର କାଗଜ ଟାଇମସ ଅଫ ଇଣ୍ଡିଆକୁ ହଟହଟା ହେବାକୁ ପଡ଼ିଛି ଓ ଶେଷରେ ଭୁଲ ମାଗିବାକୁ ପଡିଛି। 

ଟାଇମ୍ସ ଅଫ ଇଣ୍ଡିଆ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରି କ୍ଷମା ମାଗିଛି। ପୂର୍ବରୁ ଟାଇମ୍ସ ଅଫ ଇଣ୍ଡିଆ ତରଫରୁ ଏକ ଖବର ପ୍ରକାଶ ପାଇଥିଲା, ଯାହାର ନାମ ରହିଥିଲା ‘ମହାରାଷ୍ଟ୍ରର ବାବା ଜଣେ ବ୍ୟକ୍ତିଙ୍କୁ ଅବୈଧ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି’। ଏହି ଖବର ସହିତ ଏକ ଫଟୋ ମଧ୍ୟ ଶେୟାର କରାଯାଇଥିଲା, ଯେଉଁଥିରେ ଜଣେ ହିନ୍ଦୁ ସାଧୁଙ୍କ ଚିତ୍ର ଅଙ୍କନ କରାଯାଇଥିଲା, ଯାହା ଦର୍ଶାଉଥିଲା ଯେ ଏହି ଦୁଷ୍କର୍ମକୁ ଜଣେ ଭାରତୀୟ ସାଧୁ କରିଛନ୍ତି। 

ପୂର୍ବରୁ ମଧ୍ୟ ଟାଇମ୍ସ ଇଣ୍ଡିଆ ତରଫରୁ ଏପରି ଖବର ପ୍ରକାଶ ପାଇଛି ଯେଉଁଥିରେ ମୁସଲମାନ ଧର୍ମଗୁରୁଙ୍କୁ “ତାନ୍ତ୍ରିକ” ଓ “ସ୍ଵାମୀ” ବୋଲି ସମ୍ବୋଧନ କରାଯାଇଛି।

ଏପରି ଘଟଣା ଟାଇମ୍ସ ଅଫ ଇଣ୍ଡିଆ ତରଫରୁ ବାରମ୍ବାର ହେବାପରେ ଏହି ଗଣମାଧ୍ୟମ ଟ୍ଵିଟରରେ କ୍ଷମା ପ୍ରାର୍ଥନା କରିଯାଇଛି ଯେଉଁଥିରେ ଲେଖାଯାଇଛି ଯେ, "ଗତକାଲି ଆମ ତରଫରୁ ଏକ ଭୁଲ ଟ୍ଵିଟ କରଯାଇଥିଲା। ଏହି ଭୁଲ ପାଇଁ ଆମେ କ୍ଷମା ମାଗୁଛୁ। ଭୁଲ ଜାଣିବା ପରେ ଯଥାଶୀଘ୍ର ଆମେ ପୋଷ୍ଟକୁ ଡ଼ିଲିଟ କରିଦେଇଛୁ ଏବଂ ଉକ୍ତ ଖବରର ଥିବା ଫଟୋକୁ ମଧ୍ୟ ବଦଳାଇ ଦେଇଛୁ।‘

ଟାଇମ୍ସ ଅଫ ଇଣ୍ଡିଆ ତରଫରୁ କ୍ଷମା ପ୍ରାର୍ଥନା କରାଯିବା ପରେ ଟ୍ଵିଟର ବ୍ୟବହାରକରୀ ମାନେ ନିଜ ନିଜ ମତ ରଖିଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି ଯେ, “ଯଦି ଏହି ଭୁଲ ପ୍ରଥମଥର ପାଇଁ ହୋଇଥାନ୍ତା ତେବେ କ୍ଷମା କରାଯାଇଥାନ୍ତା, ମାତ୍ର ଏହା ବାରମ୍ବାର ହେବା ଦ୍ଵାରା ଏହା ଭୁଲ ନୁହେଁ ସୁଚିନ୍ତିତ ବୋଲି ମନେ ହେଉଛି।“

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ଏହା ପ୍ରଥମଥର ପାଇଁ ହୋଇନାହିଁ, ପ୍ରଥମେ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ପରେ କ୍ଷମା ମାଗିଦିଅ।“

ପୂର୍ବରୁ ମଧ୍ୟ ଟାଇମ୍ସ ଅଫ ଇଣ୍ଡିଆ ତରଫରୁ ଏପରି ଖବର ପ୍ରକାଶ ପାଇଛି। ମହିଳା ଓ 14ବର୍ଷର ନାବାଳିକାକୁ ଧର୍ଷଣ କରି ସ୍ଵାମୀ ଗିରଫ ଖବର ହେଉ ବା ନାବାଳିକାକୁ ଦୁଷ୍କର୍ମ କରି ତାନ୍ତ୍ରିକ ଗିରଫ ଖବର ହେଉ, ଉଭୟରେ ପ୍ରକୃତ ଅପରାଧୀ ମୁସଲମାନ ହିଁ ଥିଲେ।

#news #socialmedia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon