• padmabati kund

ସରକାରୀ ପ୍ରସ୍ତାବ : ମହିଳା ହେଇପାରିବେ ଅଗ୍ନିଶମ କର୍ମଚାରୀ


ଯଦି ଅଗ୍ନିଶମ ବିଭାଗର ଏହି ପ୍ରସ୍ତାବ ସରକାରୀ ଅନୁମୋଦନ ଲାଭ କରେ , ତେବେ ଓଡିଶାରେ ମହିଳାମାନେ ଏହି ବିଭାଗରେ ଚାକିରି ପାଇପାରିବେ ।

ଓଡିଶାରେ ଅଗ୍ନିଶମ ବିଭାଗରେ କେବଳ ପୁରୁଷମାନଙ୍କୁ ହିଁ ନିଯୁକ୍ତି କରାଯାଇଥାଏ। ମାତ୍ର ଦୀର୍ଘ 82ବର୍ଷ ଧରି

ଚାଲିଆସିଥିବା ଏହି ନିୟମ ହୁଏତ ଆଗକୁ ବଦଳି ଯାଇପାରେ। ମହିଳାମାନଙ୍କୁ ଅଗ୍ନିଶମ ବିଭାଗରେ ନିଯୁକ୍ତି ଦେବା ପାଇଁ ଡାଇରେକ୍ଟର ଜେନେରାଲ ଅଫ ପୋଲିସ ବି.କେ ଶର୍ମା ଗୃହ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ଶର୍ମା ଏହି ପ୍ରସ୍ତାବ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଦେଇଛନ୍ତି ଯେ, ଅଗ୍ନିଶମ କର୍ମଚାରୀ ଓ ଷ୍ଟେସନ ଅଫିସର ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ ସେ ଉକ୍ତ ପ୍ରସ୍ତାବରେ ସୁପାରିଶ କରିଛନ୍ତି ।

ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରସ୍ତାବକୁ ବହୁତ ଜଲଦି ଯାଞ୍ଚ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ।

ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜକୁ କହିଛନ୍ତି ଯେ, “ସରକାର ଆମର ଏହି ପ୍ରସ୍ତାବକୁ ଅନୁମୋଦନ କରିବେ ବୋଲି ଆମର ଦୃଢ ବିଶ୍ଵାସ ଅଛି ଓ ମହିଳାମାନଙ୍କୁ ଅଗ୍ନିଶମ କର୍ମଚାରୀ ଭାବରେ କାମ କରିବାକୁ ସୁଯୋଗ ମିଳିବ। ଅଗ୍ନିଶମ କର୍ମଚାରୀ ନିଯୁକ୍ତି ନିୟମକୁ ସଂଶୋଧନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ।“

ବର୍ତ୍ତମାନ ମହିଳାମାନଙ୍କୁ ଓଡିଶା ପୋଲିସରେ ନିଯୁକ୍ତି ମିଳୁଥିଲେ ମଧ୍ୟ ଅଗ୍ନିଶମ ବିଭାଗରେ ମହିଳାଙ୍କ ନିଯୁକ୍ତି ପାଇଁ ସରକାର ବିଚାର କରିନାହାନ୍ତି। ଓଡିଶା ପୋଲିସରେ ମୋଟ 64,000 କର୍ମଚାରୀ ରହିଥିବାବେଳେ ସେଥିମଧ୍ୟରୁ ମହିଳା କର୍ମଚାରୀଙ୍କ ସଂଖ୍ୟା ହେଉଛି 9,000। ସେହିପରି ଓଡିଶା ଅଗ୍ନିଶମ ବିଭାଗରେ ମୋଟ 5,700 କର୍ମଚାରୀ କାମ କରୁଥିବା ବେଳେ ମହିଳା କର୍ମଚାରୀଙ୍କ ସଂଖ୍ୟା ହେଉଛି 500 ଓ ଏହି ମହିଳା କର୍ମଚାରୀମାନେ କେବଳ ପ୍ରଶାସନିକ ବିଭାଗରେ ହିଁ କାମ କରୁଛନ୍ତି।

ଭାରତରେ କେବଳ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଓ ଦିଲ୍ଲୀରେ ମହିଳାମାନେ ଅଗ୍ନିଶମ କର୍ମଚାରୀ ଭାବରେ କାମ କରୁଛନ୍ତି। କିଛି ମାସ ପୂର୍ବରୁ ଭାରତୀୟ ବିମାନ ସେବାରେ ମଧ୍ୟ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ତେବେ ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ମହିଳାମାନେ ବିଭିନ୍ନ ସିକ୍ୟୁରୀଟି ଫୋର୍ସରେ କାମ କରୁଛନ୍ତି ଓ କୁସ୍ତି ଏବଂ ଭାରଉତ୍ତୋଳନ ପରି ପ୍ରତିଯୋଗୀତାରେ ମଧ୍ୟ ଭାଗ ନେଉଛନ୍ତି । ଯେପରି ମହିଳା ପୋଲିସ କର୍ମଚାରୀ ମହିଳାମାନଙ୍କ କଥା ବୁଝିଥାନ୍ତି,ସେହିପରି ଅଗ୍ନିଶମ ବିଭାଗରେ ମଧ୍ୟ ମହିଳାମାନଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ।

#currentnews #fireman

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon