- padmabati kund
ପଢନ୍ତୁ : କେମିତି ଲୁଚାଯାଇଥିଲା ବିମାନ ଟଏଲେଟରେ ଶିଶୁ ମୃତଦେହ

ଇମ୍ଫାଲରୁ ଦିଲ୍ଲୀ ଆସୁଥିବା ଏୟାର ଅସିଆ ବିମାନର ଶୌଚଳୟରେ ବୁଧବାର ଦିନ ଏକ ଅପରିପକ୍ଵ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଟଏଲେଟ ସିଟ ପାଖରେ ଶିଶୁ (ଛଅ ମାସର ଭ୍ରୁଣ ର ମୃତଦେହଟି ଟଏଲେଟ ପେପରରେ ଲୁଚାଇ ଦିଆଯାଇଥିଲା।
ଯାତ୍ରୀମାନଙ୍କୁ ଶିଶୁଟିର କାନ୍ଦ ନ ଶୁଭିବା ପାଇଁ ଶିଶୁର ପାଟିରେ ମଧ୍ୟ ଟଏଲେଟ ପେପର ଭର୍ତ୍ତି କରଯାଇଥିଲା। ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ଦିଲ୍ଲୀ ପୋଲିସକୁ ଖବର ଦିଆଯାଇଥିଲା ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ପ୍ରାଥମିକ ତଦନ୍ତରୁ ଶିଶୁଟି ବିମାନରେ ଯାତ୍ରା କରୁଥିବା ଆସାମର ଜଣେ ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଛି।
ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଜଣେ ବିମାନ ଯାତ୍ରୀ ଏହି ମୃତଦେହକୁ ଦେଖିଥିଲେ। ବିମାନର କ୍ରିଉ ମେମ୍ବରଙ୍କୁ ଖବର ଦେବାପରେ ବିମାନ ଭିତରକୁ ଶିଶୁର ଶବ କିପରି ଆସିଲା ବୋଲି ଚହଳ ପଡିଥିଲା।
ଆସାମର ଏହି ଯୁବତୀ ଜଣକ ଜଣେ ଖେଳାଳୀ ଓ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ ବୋଲି ସୂଚନା ମିଳିଛି। ସେ ନିଜ କୋଚ ସହିତ ଗୁୱାହାଟିରୁ ଚଢିଥିଲେ। ତେବେ ଯୁବତୀ ଜଣଙ୍କର ଗର୍ଭପାତ କିପରି କରାଗଲା ସେ ବିଷୟରେ ଜାଣିବା ପାଇଁ ଯୁବତୀ ଜଣକୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ପଠାଇଛନ୍ତି।
ଯୁବତୀଙ୍କ ସହ ଥିବା କୋଚ କହିଛନ୍ତି ଯେ ଏହି ଶିଶୁ ବିଷୟରେ ତାଙ୍କ ପାଖରେ କିଛି ବି ଖବର ନଥିଲା ଓ ଟିକେଟ କରିବା ସମୟରେ ପଇଠ କରିଥିବା କାଗଜପତ୍ରରେ ମଧ୍ୟ ଶିଶୁ ବା ଗର୍ଭବତୀ ବିଷୟରେ କିଛି ବି ଉଲ୍ଲେଖ ନଥିଲା।
ପୋଲିସ ଅଧିକାରୀ ସଞ୍ଜୟ ଭାଟିଆ କହିଛନ୍ତି ଯେ, “ଉକ୍ତ ଯୁବତୀଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଯାଇଛି ଓ ଛଅ ମାସର ଭ୍ରୁଣର ମଧ୍ୟ ଶବ ବ୍ୟବଚ୍ଛେଦ କରାଯିବ।“