• padmabati kund

ଦୀର୍ଘ ସାଢେ ପାଞ୍ଚ ଘଣ୍ଟା ଅପରେସନ ପରେ କାହ୍ନାର ଚେହେରା ହେଲା ଲୋମମୁକ୍ତ


ସାରା ଓଡିଶାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ଲୋମଶ ଶିଶୁ କାହ୍ନାର ଆଜି ବ୍ରହ୍ମପୁର ଏମ.କେ.ସି.ଜି ଡାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟ ଅପରେସନ ସଫଳ ହୋଇଛି ବୋଲି ଡାକ୍ତରୀ ଦଳର ମୁଖ୍ୟ ରାଜୁ ମିଶ୍ର କହିଛନ୍ତି। ଅପରେସନ ସାରିବା ପରେ କାହ୍ନା ଲୋମମୁକ୍ତ ହୋଇଛି।

ତେବେ ଆଉ ତିନିମାସ ପରେ ପୁଣି ଥରେ ଅପରେସନ କରାଯିବ ବୋଲି ଡାକ୍ତରଙ୍କ ତରଫରୁ ସୂଚନା ମିଳିଛି। ଦୀର୍ଘ ସାଢେ ପାଞ୍ଚ ଘଣ୍ଟା ଧରି ଲାଗି ରହିଥିବା ଏହି ପ୍ରଥମ ପର୍ଯ୍ୟାୟ ଅପରେସନରେ କାହ୍ନାର ଜଙ୍ଘରୁ ମାଂସ ଆଣି ମୁହଁରେ ପ୍ରତିରୋପଣ କରାଯାଇଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବାଘୁଆ ଗାଁ’ର ଏହି ଛଅ ବର୍ଷର କାହ୍ନା ହେଉଛି ରାମଚନ୍ଦ୍ର ନାୟକଙ୍କ ପୁଅ। ଜନ୍ମରୁ ଶରୀରର ବିଭିନ୍ନ ଅଂଶରେ କଳା ମଚ୍ ମଚ୍ ଲୋମ ଢାଙ୍କି ରହିଥିଲା। ମୁହଁର ଡାହାଣ ଅଂଶରେ ମାଂସଳ ବଥ ମଧ୍ୟ ମାଡିରହିଥିଲା। ପ୍ରଥମେ ମୁହଁରେ କଳା ଦାଗ ସହିତ ଛୋଟ ଛୋଟ ବଥ ରହିଥିଲା। ଧୀରେ ଧୀରେ ଏହା ଶରୀରର ବିଭିନ୍ନ ସ୍ଥାନକୁ ମାଡି ଯାଇଥିଲା।

କାହ୍ନାର ଏପରି ଚେହେରା କାରଣରୁ ତାକୁ ନାନା ଟାହି ଟାପରା ଶୁଣିବାକୁ ମିଳୁଥିଲା ଓ ସେ ସ୍କୁଲ ପାଠପଢାରୁ ମଧ୍ୟ ବଞ୍ଚିତ ହୋଇଥିଲା। ଅର୍ଥ ବାଧକ ସାଜିଥିବାରୁ ଏହାର ଚିକିତ୍ସା ମଧ୍ୟ ହୋଇପାରୁନଥିଲା।

ସୀମିତ ଚିକିତ୍ସା

କାହ୍ନାର ଏହି ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ଜୁଲାଇ 18 ତାରିଖରେ କାହ୍ନାକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା। ଜିନ ଗତ ରୋଗ ହୋଇଥିବାରୁ ଏହା ସଂପୂର୍ଣ୍ଣ ଭାବରେ ନିରାକରଣ ହୋଇପାରିବ ନାହିଁ ବୋଲି ସର୍ଜରୀ ବିଭାଗର ଡାକ୍ତର କହିଥିଲେ। କେବଳ ଆଖି, ନାକ ଓ ପାଟି ନିକଟରେ ଓହଳିଥିବା ମାଂସକୁ ଅପରେସନ କରି ଅଳ୍ପମାତ୍ରାରେ କଢାଯାଇପାରିବ ବୋଲି ସେ କହିଥିଲେ।

ଗୁରୁବାର ଦିନ ଏହି ଅପରେସନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି ।

#currentnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon