• padmabati kund

ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ଏତିକି ରୋଜଗାର କରନ୍ତି ବିରାଟ


ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବର୍ତ୍ତମାନ ସମୟର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ଏହି ଲୋକପ୍ରିୟତା ପାଇଁ ସେ ନିଜ ମଧ୍ୟରେ ଏକ ବ୍ରାଣ୍ଡ ଅଟନ୍ତି।

ସୋସିଆଲ ମିଡିଆରେ ବିରାଟ ସବୁବେଳେ ସକ୍ରିୟ ରହିଥାନ୍ତି। ଦେଶ ଓ ଦେଶ ବାହାରେ ବିରାଟ ସବୁ ବର୍ଗର ଲୋକଙ୍କର ପ୍ରିୟ ହୋଇଥିବାରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ପାଇଁ ବିରାଟଙ୍କୁ ପ୍ରାୟ 83ଲକ୍ଷ ଟଙ୍କା ମିଳିଥାଏ।

ଇନଷ୍ଟାଗ୍ରାମର ସେଡ୍ୟୁଲିଙ୍ଗ ଟୁଲ ତରଫରୁ ପ୍ରକାଶ ପାଇଥିବା ଇନଷ୍ଟାଗ୍ରାମର ଧନୀ ତାଲିକା 2018ରେ ବିରାଟ କୋହଲି 17ତମ ସ୍ଥାନରେ ଅଛନ୍ତି, କିନ୍ତୁ କେବଳ ଖେଳାଳୀମାନଙ୍କ ମଧ୍ୟରେ କୋହଲି ନବମ ସ୍ଥାନରେ ଅଛନ୍ତି। 

ଇନଷ୍ଟାଗ୍ରାମରେ କୋହଲିଙ୍କର 2କୋଟି 30ଲକ୍ଷରୁ ଅଧିକ ଫଲୋଅରସ ଅଛନ୍ତି।

ଇନଷ୍ଟାଗ୍ରାମରେ ଫୋଟୋ ପୋଷ୍ଟ କରି ରୋଜଗାର କରୁଥିବା ସେଲିବ୍ରେଟିଙ୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଆମେରିକାର ମଡେଲ କାଇଲି ଜେନର। ଗତବର୍ଷ ଏହି ତାଲିକାର ଶୀର୍ଷ ସ୍ଥାନରେ ଥିବା ଆମେରିକାର ଗାୟିକା ସେଲେନା ଗୋମେଜ ଚଳିତ ବର୍ଷ ଦ୍ଵିତୀୟ ସ୍ଥାନରେ ଅଛନ୍ତି।ସେ ତାଙ୍କର ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ପାଖାପାଖି 5କୋଟି 50ଲକ୍ଷ ଟଙ୍କା ପାଇଥାନ୍ତି।  

ସେହିପରି ପର୍ତ୍ତୁଗାଲର ଷ୍ଟାର ଫୁଟବଲ ଖେଳାଳୀ କ୍ରିଷ୍ଟିୟାନୋ ରୋନାଲ୍ଦୋ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। କ୍ରିଷ୍ଟିୟାନୋ ରୋନାଲ୍ଦୋଙ୍କର ଇନିଷ୍ଟାଗ୍ରାମରେ 13କୋଟି 60ଲକ୍ଷରୁ ଅଧିକ ଫଲୋଅରସ ଅଛନ୍ତି ଓ ତାଙ୍କୁ ଗୋଟିଏ ପୋଷ୍ଟ ପାଇଁ 5କୋଟି 15ଲକ୍ଷରୁ ଅଧିକ ଟଙ୍କା ମିଳିଥାଏ। 

ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳୀ ନେମାରଙ୍କୁ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ 4ଲକ୍ଷ 12କୋଟିରୁ ଅଧିକ ଟଙ୍କା ମିଳିଥାଏ ଓ ସେ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ଏବଂ ନବମ ସ୍ଥାନରେ ଅର୍ଜେଣ୍ଟିନାର ଖେଳାଳୀ ଲିଓନଲ ମେସି ଅଛନ୍ତି। ମେସି ପ୍ରତି ପୋଷ୍ଟ ପାଇଁ 3କୋଟି 43ଲକ୍ଷରୁ ଅଧିକ ଟଙ୍କା ପାଇଥାନ୍ତି।

ସେଲିବ୍ରିଟିମାନଙ୍କୁ ନିଜ ପ୍ରଶଂସକ ମାନଙ୍କ ସହିତ ଜଡିତ ରଖିବା ଦିଗରେ ସୋସିଆଲ ମିଡିଆ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସେଲିବ୍ରିଟିମାନଙ୍କର ଏହି ଲୋକପ୍ରିୟତା ଯୋଗୁଁ ବଡ ବଡ ବ୍ରାଣ୍ଡ ମାନେ ନିଜର ପ୍ରଡ଼କ୍ଟର ବିଜ୍ଞାପନ କରିବା ପାଇଁ ସେଲିବ୍ରିଟି ମାନଙ୍କ ସହିତ କଣ୍ଟ୍ରାକ୍ଟ କରିଥାନ୍ତି ଓ ଲାଭବାନ ହୋଇଥାନ୍ତି।

#entertainment #viratkohli #instagramrichestlist

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon