• ବେତାର ବ୍ୟୁରୋ

ରକ୍ତ ଚନ୍ଦ୍ରଗ୍ରହଣ : କେମିତି ଦେଖିବେ ଲାଇଭ


ଆଜି ଆଷାଢ ମାସ ପୂର୍ଣ୍ଣମୀ ତିଥିରେ ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି।ଏହି ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ଲୋହିତ ରଙ୍ଗ ଧାରଣ କରିବେ।

ଶୁକ୍ରବାର ରାତି 11ଟା 54 ମିନିଟରେ ଗ୍ରହଣ ସ୍ପର୍ଶ ହେବ ଓ ଭୋର 3ଟା 49 ପର୍ଯ୍ୟନ୍ତ ଚନ୍ଦ୍ରଙ୍କୁ ଖାଲି ଆଖିରେ ଦେଖି ହେବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରାତି ଗୋଟାଏରୁ ଆରମ୍ଭ ହୋଇ 2ଟା 43ମିନିଟ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ତେୟାଳିଶ ମିନିଟ ପର୍ଯ୍ୟନ୍ତ ରହିବ।

ଯଦି ଆପଣ ପୃଥିବୀର ପୂର୍ବ ଗୋଲାର୍ଦ୍ଧରେ ବାସ କରୁଛନ୍ତି ତେବେ ଏହି ଗ୍ରହଣକୁ ଭଲ ଭାବରେ ଦେଖିପାରିବେ। ନାସା (NASA) ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ବିରଳ ମହାଜଗତିକ ଦୃଶ୍ୟକୁ ଦେଖିବା ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ଆଫ୍ରିକା, କେନ୍ଦ୍ର ଏସିଆଓ ଭାରତ ,ଦକ୍ଷିଣ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆ।

ଏହି ଚନ୍ଦ୍ରଗ୍ରହଣ ସମୟରେ ଭାରତ ସଂପୂର୍ଣ୍ଣ ମଧ୍ୟବର୍ତ୍ତୀ ସ୍ଥାନରେ ରହୁଥିବା କାରଣରୁ ସମଗ୍ର ଭାରତରେ ଏହି ବିରଳ ମହାଜଗତିକ ଦୃଶ୍ୟ ପରିଲକ୍ଷିତ ହେବ। କିନ୍ତୁ ଏହାକୁ ଦେଖିବା ପାଇଁ ଆକାଶ ମେଘାଛନ୍ନ ନହୋଇ ନିର୍ମଳ ରହିବା ଆବଶ୍ୟକ। ଏହି ଦୃଶ୍ୟକୁ ମଧ୍ୟ ଆପଣ ୟୁଟ୍ୟୁବରେ ଲାଇଭ ଦେଖିପାରିବେ।

ରାଶି ଉପରେ ପ୍ରଭାବ

ଦୀର୍ଘତମ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ବିଭିନ୍ନ ରାଶି ଓ ବ୍ୟକ୍ତିବିଶେଷଙ୍କ ମନ ଉପରେ ଏହା ପ୍ରଭାବ ପକାଇବ।

ଏହି ଚନ୍ଦ୍ରଗ୍ରହଣ ମିଥୁନ, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଅଶୁଭ ଫଳ ପ୍ରଦାନ କରିବ ଏବଂ ବୃଷ, କର୍କଟ,କନ୍ୟା ଓ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ।

ଏହି ମହାଜାଗତିକ ଘଟଣାରେ ମଙ୍ଗଳଗ୍ରହ ସହିତ ଚନ୍ଦ୍ର ମିଳିତ ହେଉଥିବାରୁ ସବୁବେଳେ ବିରକ୍ତିଭାବ ରହିବ ଓ ନିଜ ଭାବନା ଉପରେ ନିଜେ ସନ୍ତୁଳନ ରଖିପାରିବେ ନାହିଁ କିନ୍ତୁ ନିଜକୁ ବହୁତ ସାହସୀ ଓ ଶକ୍ତିଶାଳୀ ଅନୁଭବ କରିବେ।

ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ

ଏହି ଚନ୍ଦ୍ରଗ୍ରହଣରେ ଗ୍ରହଣ ଲାଗିବାର ନଅ ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ନ 2ଟା 54ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ। ରାତି 2ଟା 43 ମିନିଟରେ ପୂର୍ଣ୍ଣଗ୍ରାସ ଶେଷ ହେବାପରେ ଭୋର 3ଟା 49ମିନିଟ 3ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ।

#astrology #lunareclipse

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon