- padmabati kund
ଅଧା ଦରରେ ମିଳୁଛି ଡ୍ରେସ : କେଉଁଠି ଜାଣନ୍ତୁ

ବର୍ଷା ଦିନରେ ପ୍ରାୟ ସବୁ ଡ୍ରେସ ବିକ୍ରି ଆଉଟଲେଟ ଅଫ ସିଜିନ ସେଲ ଆରମ୍ଭ କରିଥାନ୍ତି । ସେହିପରି ଦୁଇଟି ସେଲ ଏବେ ଚାଲିଛି । ଗୋଟିଏ ରାଜଧାନୀ ଭୁବନେଶ୍ଵରରେ ଥିବା 'ଅଲ ଦାଟ ଜାଜ' ଶୋ' ରୁମ , ଯିଏ ଶନିବାର ଦିନ (ଜୁଲାଇ ୨୮) ରାତି ୯ ରୁ ରାତି ୧ଟା ପର୍ଯ୍ୟନ୍ତ ପ୍ରାୟ ଅଧା ଦାମରେ ବିଭିନ୍ନ ବ୍ରାଣ୍ଡର ଡ୍ରେସ ବିକ୍ରି କରିବ ବୋଲି ଘୋଷଣା କରିଛି । ଅନ୍ୟଟି ହେଲା “ଜାବୋଙ୍ଗ” ୱେବସାଇଟର ବିଗ ବ୍ରାଣ୍ଡ ସେଲ ।
‘ଅଲ ଦ୍ୟାଟ ଜାଜ’ର ମିଡ ନାଇଟ ସେଲ
ରାଜଧାନୀ ଭୁବନେଶ୍ଵରର ସହିଦନଗରରେ ଥିବା ‘ଅଲ ଦ୍ୟାଟ ଜାଜ’ ତରଫରୁ ଆଜି(ଜୁଲାଇ28) ରାତି ଅଧା ଯାଏଁ ସେଲ ଲାଗିବ। ଏହି ସେଲ ରାତି 9ଟାରୁ ଆରମ୍ଭ ହୋଇ ରାତି 1ଟା ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଗ୍ରାହକମାନଙ୍କୁ ପୁମା, କାଲଭିନ କ୍ଳେନ, ଏରୋପୋଷ୍ଟେଲ,ଓନ୍ଲି ଆଣ୍ଡ ସନ୍ସ, ଟ୍ରୁ ବ୍ଲୁ, ସେଲିଓ, ରେୟାର, ଗାପ, ଜ୍ୟାକ ଆଣ୍ଡ ଜୋନ୍ସ, କ୍ରସୱାର୍ଡ ଓ ମ୍ୟାରୀ କ୍ଲେୟାର ପରି ବ୍ରାଣ୍ଡର ଜିନିଷରେ 50% ରିହାତି ମିଳିବ।
ଜାବୋଙ୍ଗର ବିଗ ବ୍ରାଣ୍ଡ ସେଲ
ଇ-କମର୍ଶ ସାଇଟ ଜାବୋଙ୍ଗ ତରଫରୁ ଏହାର ଚତୁର୍ଥ ବିଗ ବ୍ରାଣ୍ଡ ସେଲ ଆରମ୍ଭ ହୋଇଯାଇଛି। ଏହି ସେଲ ଜୁଲାଇ 27ତାରିଖରୁ ଆରମ୍ଭ ହୋଇଛି ଓ ଜୁଲାଇ30 ତାରିଖରେ ଶେଷ ହେବ। ଏହି ଚାରିଦିନ ମଧ୍ୟରେ ଗ୍ରାହକ ମାନଙ୍କୁ ସବୁ ପ୍ରଡ଼କ୍ଟରେ 55ରୁ 80ପ୍ରତିଶତ ରିହାତି ମିଳିବ।ଏହାସହିତ ସମସ୍ତ ଗ୍ରାହକଙ୍କୁ ଜାବୋଙ୍ଗ ପଏଣ୍ଟରେ 100ପ୍ରତିଶତ କ୍ୟାଶବ୍ୟାକ ମଧ୍ୟ ମିଳିବ। ଯେଉଁ ଗ୍ରାହକମାନେ ଏଚ.ଡି.ଏଫ.ସି କ୍ରେଡିଟ କାର୍ଡ କିମ୍ବା ଡେବିଟକାର୍ଡରେ ଟ.3000ରୁ ଅଧିକ ମୂଲ୍ୟର ଶପିଙ୍ଗ କରିବେ ସେମାନଙ୍କୁ 10% କ୍ୟାଶବ୍ୟାକ(ସର୍ବାଧିକ ଟ.750 ପର୍ଯ୍ୟନ୍ତ)ମିଳିବ।
ତେବେ ଜାଣିରଖନ୍ତୁ କେଉଁ କେଉଁ ଜିନିଷ ଉପରେ କେତେ ଡ଼ିସକାଉଣ୍ଟ ମିଳୁଛି।
ଜୋତା : ପୁମା କମ୍ପାନୀର ଜୋତାରେ 50-80% ଡ଼ିସକାଉଣ୍ଟ ଓ ନାଇକ କମ୍ପାନୀର ଜୋତାରେ 70% ଡ଼ିସକାଉଣ୍ଟ ରହିଛି ଏବଂ ଝିଅ ମାନଙ୍କ ପାଇଁ କାରଟୋଲ ଲଣ୍ଡନ ବ୍ରାଣ୍ଡର ଜୋତାରେ 60% ଡ଼ିସକାଉଣ୍ଟ ରହିଛି।
ବିଉଟି ପ୍ରଡ଼କ୍ଟ : ଏହି ସେଲରେ କଲରବାର,ଲାକମେ, ଲୋରିଅଲ ପ୍ୟାରିସ, ମେବେଲିନ ଏବଂ ଅନ୍ୟାନ୍ୟ ବଡ ବଡ କମ୍ପାନୀର ଫେସୱାଶ ଠାରୁ ଆରମ୍ଭ କରି କନଶୀଲର ପର୍ଯ୍ୟନ୍ତ ସାମଗ୍ରୀରେ ଡ଼ିସକାଉଣ୍ଟ ପାଇପାରିବେ।
ଚଷମା ଓ ଘଣ୍ଟା: ବିଭିନ୍ନ ବ୍ରାଣ୍ଡର ଚଷମାରେ 80% ଡ଼ିସକାଉଣ୍ଟ ଓ ଫୋସିଲ, ଟାଇମେକ୍ସ, ଟାଇଟନ, ସ୍ଵିସବ୍ରାଣ୍ଡ ପରି ଘଣ୍ଟାରେ 70% ଡ଼ିସକାଉଣ୍ଟରେ ଉପଲବ୍ଧ ହେଉଛି।
ପୋଷାକ: ୟୁନାଇଟେଡ କଲର୍ସ ଅଫ ବେନେଟନର ପୋଷାକରେ 70% ଓ ନାଇକ ପ୍ରଡ଼କ୍ଟରେ 70% ଡ଼ିସକାଉଣ୍ଟ ପାଇପାରିବେ ଏବଂ ରୋଡଷ୍ଟର, ବିବା ବ୍ରାଣ୍ଡର ପୋଷାକରେ ମଧ୍ୟ ରିହାତି ପାଇବେ।
ହେଡଫୋନ ଓ ଇଅରଫୋନ : ସାମସଙ୍ଗ ଓ ଲେନୋଭୋ ସହିତ ଅନ୍ୟବ୍ରାଣ୍ଡର ହେଡଫୋନ ଓ ଇଅରଫୋନ 70% ଡ଼ିସକାଉଣ୍ଟରେ ମିଳିଯିବ।