• padmabati kund

ବାହାଘର ପାଇଁ ସଲମାନଙ୍କ ସହ ଫିଲ୍ମ କରିବାକୁ ମନାକଲେ ପ୍ରିୟଙ୍କା ଚୋପ୍ରା


ବଲିଉଡର ଦେଶୀଗାର୍ଲ ଓ ଆମେରିକାର ଗାୟକ ନିକ ଜୋନାସଙ୍କ ସମ୍ପର୍କକୁ ନେଇ ଗତ ଦୁଇ ମାସ ହେବ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି। ପ୍ରସିଦ୍ଧ ପିପୁଲ ମାଗାଜିନ ୱେବସାଇଟରୁ ମିଳିଥିବା ଖବର ଅନୁସାରେ ପ୍ରିୟଙ୍କାଙ୍କ 36ତମ ଜନ୍ମ ଦିନ ଅବସରରେ ଦୁହେଁ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ କରିବାର ଖବର ମଧ୍ୟ ମିଳିଛି। ତେବେ ନିକଙ୍କ ସହ ବିବାହ କରିବା ପାଇଁ ପ୍ରିୟଙ୍କା ସଲମାନଙ୍କ ଦ୍ବାରା  ଅଭିନୀତ ହେବାକୁ ଥିବା  “ଭାରତ” ଫିଲ୍ମ କରିବାକୁ ମନାକରିଥିଲେ ବୋଲି ଅନୁମାନ କରାଯାଉଛି।

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପ୍ରିୟଙ୍କା “ଭାରତ” ଫିଲ୍ମ ଜରିଆରେ ବଲିଉଡକୁ ଫେରୁଥିଲେ।କିନ୍ତୁ ପ୍ରିୟଙ୍କା ଏହି ଫିଲ୍ମକୁ ଛାଡି ଦେଇଛନ୍ତି ବୋଲି  ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ନିଜ ଟ୍ଵିଟର ଆକାଉଣ୍ଟରେ ଶୁକ୍ରବାର ସନ୍ଧ୍ୟାରେ ଜଣାଇଥିଲେ।

ସେ ଟ୍ଵିଟରରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, “ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ‘ଭାରତ’ରେ ଭାଗୀଦାର ନାହାନ୍ତି ଏବଂ ଏହାର କାରଣ ମଧ୍ୟ ଖୁବ ଖାସ। ପ୍ରିୟଙ୍କା ନିକ ଙ୍କୁ ନେଇ କରିଥିବା ନିଷ୍ପତ୍ତି ବିଷୟରେ ଆମକୁ ଜଣାଇଛନ୍ତି। ତାଙ୍କ ନିଷ୍ପତ୍ତିରେ ଆମେ ସମସ୍ତେ ବହୁତ ଖୁସି ଅଛୁ। ଟିମ ଭାରତ ତରଫରୁ ପ୍ରିୟଙ୍କାଙ୍କୁ ଖୁବ ଭଲପାଇବା ଓ ଅଭିନନ୍ଦନ।“

'ଭାରତ' ଫିଲ୍ମର ସୁଟିଂ ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିଲା। 

ପିପୁଲ ୱେବସାଇଟରେ ପ୍ରକାଶିତ ଖବର ମୁତାବକ, ନିକ ଜୋନସ ନ୍ୟୁୟର୍କ ସହରର ଟିଫାନୀ ଷ୍ଟୋରରୁ ପ୍ରିୟଙ୍କାଙ୍କ ପାଇଁ ମୁଦି କିଣିଥିଲେ। ଦୁଇ ସପ୍ତାହ ପୂର୍ବରୁ ଜୁଲାଇ 18 ତାରିଖରେ ପ୍ରିୟଙ୍କାଙ୍କ ଜନ୍ମଦିନ ଅବସରରେ ଦୁହେଁ ନିର୍ବନ୍ଧ କରିଛନ୍ତି। ଖୁବ ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ଯାଏ ଉଭୟ ଏବିଷୟରେ ଅନୁଷ୍ଠାନିକ ଭାବରେ କିଛି ଘୋଷଣା କରିନାହାନ୍ତି।

ତେବେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ଉଭୟ ଗତ କିଛି ମାସରୁ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରସ୍ପରଙ୍କର ଫଟୋ ଅପଲୋଡ କରୁଥିବାର ଦେଖିବାକୁ ମିଳୁଛି। ବହୁତ ସ୍ଥାନରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି।

ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିବାର କାରଣ ତାଙ୍କ ବିବାହ ବୋଲି କେତେକ ମିଡିଆରୁ ଖବର ଆସୁଥିବା ବେଳେ ଅନ୍ୟ କେତେକ କହୁଛନ୍ତି ଯେ ସେ ଅନ୍ୟ ବଡ଼ ପ୍ରୋଜେକ୍ଟ ସାଇନ କରିଥିବାରୁ ଏହାକୁ ଛାଡ଼ିଛନ୍ତି।

‘ଭାରତ’ ବ୍ୟତୀତ ପ୍ରିୟଙ୍କା ସୋନାଲୀ ବୋସଙ୍କ ‘ଦ ସ୍କାଏ ଇଜ ପିଙ୍କ’ ମଧ୍ୟ ସାଇନ କରିଥିଲେ। ତେବେ ଏହି

ଫିଲ୍ମକୁ ପ୍ରିୟଙ୍କା କରିବେ କି ଛାଡିବେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

#entertainment #bollywood #priyankachopra

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon