• padmabati kund

ଅଟୋଗ୍ରାଫର କମାଲ : ଦୁଇଦିନରେ ଦୁଇ ବାହାଘର ପ୍ରସ୍ତାବ


ଯେଉଁ ଝିଅର ବାହାଘର ପାଇଁ ବରପକ୍ଷରୁ ଏକଲକ୍ଷ ଟଙ୍କା ଯୌତୁକ ମଗାଯାଇଥିଲା, ଆଜି ସେଇ ଝିଅକୁ ବିନାଯୌତୁକରେ ବୋହୁ କରିନେବା ପାଇଁ ଦୁଇଦିନରେ ଦୁଇଟି ବିବାହ ପ୍ରସ୍ତାବ ଆସିଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଟୋଗ୍ରାଫ ଏପରି ଚମତ୍କାର କରିଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗର ସାଲମେରା ଗ୍ରାମରେ।

କୋଲକାତା ଠାରୁ 230କିମି ଦୂରରେ ଥିବା ବାଙ୍କୁରା ଖ୍ରୀଷ୍ଟିୟାନ କଲେଜରେ ଦ୍ଵିତୀୟ ବର୍ଷରେ ପାଠପଢୁଥିବା ରୀତା ମୁଡିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ରାତାରାତି ସେଲିବ୍ରିଟି କରିଦେଇଛି।

କୋଲକାତା ମିଦନାପୁରଠାରେ ଜୁଲାଇ16 ତାରିଖରେ ପ୍ରଧାନମନ୍ତ୍ରୀ କୃଷକଙ୍କୁ ସମ୍ବୋଧନ କରିଥିବା ପାଇଁ ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଟେଣ୍ଟ ଭୁଶୁଡ଼ିବା ଯୋଗୁଁ ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରେ ରିତାଙ୍କ ପରିବାର ମଧ୍ୟ ଥିଲେ।

ତେବେ ଡାକ୍ତରଖାନାରେ ଆହତମାନଙ୍କୁ ଦେଖାକରିବା ପାଇଁ ପ୍ରଧାନମନ୍ତ୍ରୀ ଆସିଥିବାବେଳେ ରିତା ତାଙ୍କୁ ଅଟୋଗ୍ରାଫ୍‍ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଅରାଜି ହୋଇଥିଲେ ମଧ୍ୟ ପରେ ସ୍ମିତହସ ସହିତ ଅଟୋଗ୍ରାଫ୍‍ ଦେଇଥିଲେ। ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କଠାରୁ କାଗଜ ଆଣି ନରେନ୍ଦ୍ର ମୋଦୀ ଲେଖିଥିଲେ ଯେ, “ରୀତା ମୁଡି, ତୁମେ ସୁଖୀ ରୁହ”।

ରିତାଙ୍କ ମା’ଙ୍କର କହିବା ଅନୁଯାୟୀ,ଡାକ୍ତରଖାନାରେ ଥିବା ବେଳେ ସେମାନଙ୍କୁ କେହି ପଚାରୁ ନଥିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ୍‍ ପରେ ସେମାନଙ୍କ ପାଖକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଥିଲା।ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତି ନେତା ମଧ୍ୟ ଆସିଥିଲେ। ଏପରିକି ମାତ୍ର ଦୁଇ ଦିନ ମଧ୍ୟରେ ରିତାଙ୍କ ପାଇଁ ଦୁଇଟି ବିବାହ ପ୍ରସ୍ତାବ ଆସିଥିଲା।“

ଝାଡ଼ଖଣ୍ଡର ଟାଟାନଗରର ଜଣେ ବ୍ୟବସାୟୀଙ୍କ ତରଫରୁ ରିତାଙ୍କୁ ବିନା ଯୌତୁକରେ ବିବାହ ପାଇଁ ପ୍ରସ୍ତାବ ଆସିଛି। ଏପରିକି ତାଙ୍କ ଘର ବୁଲି ଦେଖିବା ପରେ ହିଁ ବିବାହ ପ୍ରସ୍ତାବ ବିଷୟରେ ଚିନ୍ତା କରିବା ପାଇଁ ବ୍ୟବସାୟୀ ବରପାତ୍ର ରିତାଙ୍କ ପରିବାରକୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟ ଏକ ପ୍ରସ୍ତାବ ବାଙ୍କୁରାରୁ ଆସିଛି। କିନ୍ତୁ ରୀତା ବର୍ତ୍ତମାନ ପଢିବା ପାଇଁ ଚାହୁଁଥିବାରୁ ସେମାନେ ଏହି ପ୍ରସ୍ତାବରେ ଆଗ୍ରହ ଦେଖାଇ ନାହାନ୍ତି।

ଏହି ଘଟଣା ପୂର୍ବରୁ ରୀତାଙ୍କ ପାଇଁ ଏକ ବିବାହ ପ୍ରସ୍ତାବ ଆସିଥିଲା। ବରପକ୍ଷରୁ ଯୌତୁକ ବାବଦରେ ଏକଲକ୍ଷ ଟଙ୍କା ଦାବି କରଯାଇଥିଲା। ରୀତାଙ୍କ ପିତା ଏହି ଟଙ୍କା ଦେବାକୁ ଅସମର୍ଥ ଥିବାରୁ ବିବାହ ପ୍ରସ୍ତାବଟି ଭାଙ୍ଗି ଯାଇଥିଲା।

#oddnews #narendramodigiveautograph

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon