• padmabati kund

ଏକାଠି କାମ କରିବେ ରଣବୀର ସିଂ ଓ ମହେଶ ବାବୁ


ବଲିଉଡ ସୁପରଷ୍ଟାରଙ୍କ ସହିତ ତେଲୁଗୁ, ତାମିଲ, କାନାଡା କିମ୍ବା ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ବହୁତ ଆଗ୍ରହ ଥାଏ। ଏପରି ଯୋଡିଙ୍କୁ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି। ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ତେଲୁଗୁର ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରଥମ ଥର ପାଇଁ ଏକାଠି ଗୋଟିଏ ପରଦାରେ ଦର୍ଶକମାନେ ଦେଖିବାକୁ ପାଇବେ।

ଏହି ଦୁଇ ସୁପରଷ୍ଟାରଙ୍କୁ କୌଣସି ଫିଲ୍ମରେ ନୁହେଁ ବରଂ ଏକ ବିଜ୍ଞାପନରେ ଦେଖିବାକୁ ମିଳିବ। ଲୋକପ୍ରିୟ ସଫ୍ଟ ଡ୍ରିଂକ ବ୍ରାଣ୍ଡ ‘ଥମ୍ପ୍ସ ଅପ’ ପାଇଁ ଏହି ଦୁଇ ଷ୍ଟାର ବିଜ୍ଞାପନ କରିବେ।

ଏହି ଦୁଇ ଷ୍ଟାର ଗତ କିଛି ବର୍ଷ ହେବ ହିନ୍ଦୀ ଓ ତେଲୁଗୁ ଭାଷାରେ ଥମ୍ପ୍ସ ଅପ ପାଇଁ ବିଜ୍ଞାପନ କରି ଆସୁଛନ୍ତି। ତେଣୁ କମ୍ପାନୀ ଏହି ଦୁଇ ବ୍ରାଣ୍ଡ ଆମ୍ବାସଡରଙ୍କୁ ଏକାଠି ନେଇ ବିଜ୍ଞାପନ କରି ତେଲୁଗୁ ଓ ହିନ୍ଦୀ ଉଭୟ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହିଞ୍ଛନ୍ତି।

ରଣବୀର ଗତ 2016 ମସିହାରୁ ଏହି କମ୍ପାନୀ ପାଇଁ ବିଜ୍ଞାପନ କରିଆସୁଛନ୍ତି ଓ ମହେଶ ବାବୁ ଗତ 10ବର୍ଷ ହେଲାଣି ଥମ୍ପ୍ସ ଅପର ବିଜ୍ଞାପନ କରୁଛନ୍ତି। ମହେଶ ବାବୁ ଏହି କମ୍ପାନୀ ପାଇଁ ଏତେ ସମର୍ପିତ ଯେ ତାଙ୍କ ପରିବାରର ସଦସ୍ୟମାନେ ଥମ୍ପ୍ସ ଅପ ବ୍ୟତୀତ ଅନ୍ୟ କୌଣସି କମ୍ପାନୀର ସଫ୍ଟ ଡ୍ରିଙ୍କ ପିଅନ୍ତି ନାହିଁ ବୋଲି ମେନଲାଇନ ଡେଲି ତରଫରୁ ସୂଚନା ମିଳିଛି।

ପୂର୍ବପରି ମଧ୍ୟ ଏହି ବିଜ୍ଞାପନରେ ଆକ୍ସନ ଓ ବହୁ ଦୁଃସାହସିକ କାର୍ଯ୍ୟ ରହିବ। ତେଣୁ କମ୍ପାନୀ ଏହି ବିଜ୍ଞାପନକୁ ଭଲ ନିର୍ଦ୍ଦେଶକକୁ ଦେବା ପାଇଁ ଯୋଜନା କରୁଛି। ଏହି ବିଜ୍ଞାପନର ଶୁଟିଙ୍ଗ ବିଦେଶରେ ହେବ।

ଏହି ଦୁଇ ଷ୍ଟାରଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି ଓ ଦୁହିଙ୍କୁ ଏକାଠି ବିଜ୍ଞାପନରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି।

#entertainment #bollywood #tollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon