• padmabati kund

ମାଟ୍ରିକ,ଡିପ୍ଲୋମା ପାସଙ୍କ ପାଇଁ ଓଡିଶା ମାଇନିଙ୍ଗରେ ନିଯୁକ୍ତି ସୁଯୋଗ


ଓଡିଶା ମାଇନିଙ୍ଗ କର୍ପୋରେସନ ଲିମିଟେଡ ତରଫରୁ ଦଶମ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ମାଇନିଙ୍ଗ ମେଟ ଓ ଫୋରମ୍ୟାନ ପଦପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ପଦବୀ ସଂଖ୍ୟା 34 ରହିଥିବା ବେଳେ ମାଇନିଙ୍ଗ ମେଟ ପାଇଁ 22ଟି ପଦବୀ ଓ ଫୋରମ୍ୟାନ ପାଇଁ 12ପଦବୀ ରହିଛି।

ଆବେଦନ ବା ସାକ୍ଷାତକାର ତାରିଖ

ମାଇନିଙ୍ଗମେଟ ପଦ ପାଇଁ ଆସନ୍ତା ଅଗଷ୍ଟ ମାସ 9ତାରିଖ ସକାଳ 9ଟା ସମୟରେ ସାକ୍ଷାତକାର ହେବ ଓ ଫୋରମ୍ୟାନ ପଦ ପାଇଁ ଆସନ୍ତା ଅଗଷ୍ଟ ମାସ 10ତାରିଖ ସକାଳ 9ଟା ସମୟରେ ସାକ୍ଷାତକାର ହେବ। ଏହି ସାକ୍ଷାତକାର କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଥିବା ଓ.ଏମ.ସି ରିଜିଓନାଲ ଅଫିସରେ ହେବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 1ଜୁଲାଇ,2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ।ଅନୁସୂଚିତ ଜାତି, ଜନଜାତି, ଓ.ବି.ସି, ମହିଳା ପ୍ରାର୍ଥୀ, ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀ ଓ ଭୁତପୂର୍ବ ସୈନିକ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସ ସୀମା 10ବର୍ଷ କୋହଳ କରାଯାଇଛି।

ଦରମା

ମାଇନିଙ୍ଗ ମେଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.22,400 ଓ ଫୋରମ୍ୟାନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.35,400 ଦରମା ପ୍ରଦାନ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ମାଇନିଙ୍ଗ ମେଟ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ଆବଶ୍ୟକ ଓ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟଙ୍କ ସ୍ଵୀକୃତ ମାଇନିଙ୍ଗ ମେଟ ସାର୍ଟିଫିକେଟ ଥିବା ଆବଶ୍ୟକ। ସେହିପରି ଫୋରମ୍ୟାନ ପଦ ପାଇଁ ପ୍ରାର୍ଥୀ ମାଇନିଙ୍ଗ ସହିତ ଫୋରମ୍ୟାନରେ ଡିପ୍ଲୋମା କରିଥିବେ ଓ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟଙ୍କ ସ୍ଵୀକୃତ ସାର୍ଟିଫିକେଟ ଥିବା ଆବଶ୍ୟକ।

ଆବେଦନ ପ୍ରଣାଳୀ

ଆବେଦନ କରିବା ପାଇଁ ପ୍ରଥମେ www.omcltd.in ରୁ ବାୟୋଡାଟାର ଫର୍ମାଟକୁ ଡାଉନଲୋଡ କରି ଏହାକୁ ପୂର୍ଣ୍ଣ କରିବାକୁ ପଡିବ। ଏଥିରେ ପାସପୋର୍ଟ ସାଇଜ ଫଟୋ ଲଗାଇବେ। ଏହି ବାୟୋଡାଟା ସହିତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ, ଜାତିଗତ ପ୍ରମାଣପତ୍ର ଓ ନିବାସୀ ପ୍ରମାଣପତ୍ର ସଂଯୋଗ କରି ନିର୍ଦ୍ଧିଷ୍ଟ ତାରିଖରେ ସାକ୍ଷାତକାର ଦେବାକୁ ପଡିବ।

ଏହା ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ମାଇନିଙ୍ଗ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ  www.omcltd.in ରେ ଲଗଇନ କରିପାରିବେ।

#jobs #omc

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon