• padmabati kund

ରାଜ୍ୟରେ ଯାନବାହାନ ରେଜିଷ୍ଟ୍ରେସନ ଖର୍ଚ୍ଚ କମିଲା


ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଯାନବାହାନ ଯଥା ଦୁଇ ଚକିଆ ଯାନ, କାର, ଜିପ, ଘରୋଇ କ୍ଷେତ୍ରରେ ବ୍ୟବହୃତ ଯାନ ଓ ଶିକ୍ଷାନୁଷ୍ଠାନ ଗୁଡିକର ଯାନବାହାନ ଉପରୁ ଟିକସ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମୋଟର ଯାନ ଟିକସ ଆଇନକୁ ସଂଶୋଧନ କରିଛନ୍ତି। 

ଏହି ପ୍ରସ୍ତାବ ଅନୁସାରେ ମୋଟରଯାନ ପାଇଁ ଟିକସକୁ 6%, 8% ଓ 10%କୁ କମ କରାଯାଇଛି ଓ ପୂର୍ବରୁ ଥିବା 12%, 20% ଟିକସ ହାରକୁ ଉଚ୍ଛେଦ କରାଯାଇଛି।  

ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, “କ୍ୟାବିନେଟ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁସାରେ 5ଲକ୍ଷ ଟଙ୍କା ମଧ୍ୟରେ କିଣିଥିବା କାର ମାଲିକଙ୍କୁ ଥରେ 6% ଟିକସ ଦେବାକୁ ପଡିବ। ସେହିପରି 5ଲକ୍ଷରୁ 10ଲକ୍ଷ ମଧ୍ୟରେ କିଣିଥିବା ଗାଡି ପାଇଁ 8% ଓ 10ଲକ୍ଷରୁ ଅଧିକ ମୂଲ୍ୟର ଗାଡି ପାଇଁ 10% ଟିକସ ଦେବାକୁ ପଡିବ।“

ଶୀତତାପ ନିୟନ୍ତ୍ରିତ ଡିଲକ୍ସ ଓ ଡିଲକ୍ସ ସୁପର ବସ ପାଇଁ ଆଦାୟ ହେଉଥିବା ଟିକସର ପରିମାଣ 30% ରୁ 20% ଓ 50% ରୁ 40% କୁ ହ୍ରାସ କରାଯିବ।

ବ୍ୟକ୍ତିଗତ ଯାନବାହାନ ପଞ୍ଜୀକରଣରେ ରାଜସ୍ୱ ଆଦାୟର ପରିମାଣ କମୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ପୂର୍ବରୁ ସରକାର 5ଲକ୍ଷ ଟଙ୍କାରୁ 40ଲକ୍ଷ ଟଙ୍କାର ଗାଡି ପାଇଁ 6%, 8%, 10%, 12% ଓ 20% ଟିକସ ଆଦାୟ କରୁଥିଲେ।

ଓଡ଼ିଶାରେ ଟିକସ ପରିମାଣ ଅଧିକ ରହୁଥିବାରୁ ଦାମୀ ଗାଡିର ମାଲିକମାନେ ଗାଡିକୁ ଅନ୍ୟ ରାଜ୍ୟରେ ପଞ୍ଜୀକରଣ କରାଉଥିଲେ। ଏହି ପଦକ୍ଷେପ ପରେ ଓଡ଼ିଶାରେ ଯାନବାହନ ରେଜିଷ୍ଟ୍ରସନ ରାଜସ୍ବ ବଢିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

#taxrebate #vehicle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon