• padmabati kund

ସାମସଙ୍ଗ ପୂର୍ବରୁ ଫୋଲଡ଼େବୁଲ ସ୍ମାର୍ଟଫୋନ ଲଞ୍ଚ କରିପାରେ ଏହି କମ୍ପାନୀ


ସାଉଥ କୋରିଆର କମ୍ପାନୀ ‘ସାମସଙ୍ଗ’ ତରଫରୁ ଆସନ୍ତା ବର୍ଷ ଫୋଲ୍ଡେବୁଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଜୋର ସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଚାଇନା କମ୍ପାନୀ ‘ହୁୱାଇ’ ସର୍ବ ପ୍ରଥମେ ଏହି ଫୋଲ୍ଡେବୁଲ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ସୂଚନା ମିଳିଛି। ଜାପାନୀ ଖବର କାଗଜ ‘ନିକେଇ ଏସିଆନ ରିଭ୍ୟୁ’ ନିଜ ରିପୋର୍ଟରେ କହିଛି ଯେ ହୁୱାଇ ଏହି ସ୍ମାର୍ଟଫୋନକୁ ଆସନ୍ତା ବର୍ଷ 2019ର ଆରମ୍ଭରେ ଲଞ୍ଚ କରିବ।

ଏହି ରିପୋର୍ଟରେ କୁହାଯାଇଛି ଯେ, ହୁୱାଇ ନିଜର ଫୋଲ୍ଡେବୁଲ ସ୍ମାର୍ଟଫୋନ ପାଇଁ ବେଜିଙ୍ଗ ଓରିଏଣ୍ଟାଲ ଇଲେକ୍ଟ୍ରୋନିକ୍ସ (BOE) ସହ ଚୁକ୍ତି କରିଛି। ଏହି ବେଜିଙ୍ଗ ଓରିଏଣ୍ଟାଲ ଇଲେକ୍ଟ୍ରୋନିକ୍ସ ହୁୱାଇକୁ ନମନୀୟ OLED ଡ଼ିସପ୍ଲେ ତିଆରି କରି ଦେବ।

ଆରମ୍ଭରେ କେବଳ 20-30 ହଜାର ସଂଖ୍ୟାରେ ଏହି ଫୋଲ୍ଡେବୁଲ ସ୍ମାର୍ଟଫୋନ ତିଆରି ହେବ। ମାତ୍ର ଏହି ସ୍ମାର୍ଟଫୋନର ଫିଚର, ଦାମ ଓ ଲଞ୍ଚ କରାଯିବାର ତାରିଖ ସମ୍ବନ୍ଧରେ କୌଣସି ସୂଚନା ଏହି ରିପୋର୍ଟରେ ଲେଖାଯାଇନାହିଁ।

ହୁୱାଇ ବିଶ୍ଵର ସର୍ବ ପ୍ରଥମ ଫୋଲଡ଼େବୁଲ ଫୋନ ନିର୍ମାତା ହେବାକୁ ପ୍ରୟାସ କରୁଛି ।ତେବେ ସାମସଙ୍ଗ ପରି ହୁୱାଇର ଡ଼ିସପ୍ଲେ ଟେକ୍ନୋଲୋଜି ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ଏହା ପ୍ରଥମେ ଫୋଲ୍ଡେବୁଲ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ଦାବି କରିଛି।

ସାମସଙ୍ଗର ଫୋଲ୍ଡେବୁଲ ସ୍ମାର୍ଟଫୋନ

ସାମସଙ୍ଗ ମଧ୍ୟ ଏହି ଫୋଲ୍ଡେବୁଲ ସ୍ମାର୍ଟଫୋନ ତିଆରି ଉପରେ କାମ ଚାଲୁରଖିଛି। ସାମସଙ୍ଗର ଏହି ଫୋଲ୍ଡେବୁଲ ସ୍ମାର୍ଟଫୋନ ଗାଲାକ୍ସି ସିରିଜରେ ହିଁ ଲଞ୍ଚ କରାଯିବ। ଏହାର ମୂଲ୍ୟ 1ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ବହୁଦିନ ଧରି ସାମସଙ୍ଗର ଫୋଲ୍ଡେବୁଲ ସ୍ମାର୍ଟଫୋନ ଲଞ୍ଚ କରିବାର ଖବର ମିଳୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଲଞ୍ଚ ତାରିଖ ସ୍ଥିର କରି କୁହାଯାଇନାହିଁ।ତେବେ ଅନୁମାନ କରାଯାଉଛି ଯେ ଏହି ସ୍ମାର୍ଟଫୋନ ଆସନ୍ତା ବର୍ଷ ଲଞ୍ଚ ହୋଇପାରେ। ଏ ପର୍ଯ୍ୟନ୍ତ କୌଣସି କମ୍ପାନୀ ଫୋଲ୍ଡେବୁଲ ସ୍ମାର୍ଟଫୋନ ଲଞ୍ଚ କରିନାହିଁ।

#mobile #foldablesmartphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon