• padmabati kund

ଦେଖନ୍ତୁ : ଆଖି ଆଗରେ  ଆକ୍ଵାରିୟମରୁ ସାର୍କ ଚୋରି


ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟରେ ଥିବା ସାନ ଅଣ୍ଟାନିଓ ଆକ୍ଵାରିୟମରୁ ତିନିଜଣ ଚୋର ଏକ ସାର୍କ ମାଛକୁ ଚୋରି କରିନେଇଥିଲେ। ସାର୍କ ଥିବା ଟ୍ୟାଙ୍କ ଭିତରୁ ଏହାକୁ କାଢି ଏକ ଚାଦର ଘୋଡାଇ ଦେଇଥିଲେ ଓ ଛୋଟ ପିଲାଙ୍କୁ ନେବା ପାଇଁ ବ୍ୟବହାର କରାଯାଉଥିବା ପୁଷଚେୟାରରେ ଲୁଚାଇ ଏହାକୁ ନେଇଯାଇଥିଲେ।

ଏହି ସାର୍କ ଟିକୁ ଜୁଲାଇ30 ତାରିଖରେ ଭଲ ଅବସ୍ଥାରେ ଉଦ୍ଧାର କରଯାଇଥିଲା ଓ ଆକ୍ଵାରିୟମକୁ ପଠାଇ ଦିଆଯାଇଛି ବୋଲି ଲିଓନ ଭ୍ୟାଲିର ପୋଲିସ ମୁଖ୍ୟ ଜୋସେଫ ସାଲଭାଗିଓ କହିଛନ୍ତି।

ଆକ୍ଵାରିୟମରେ ଲାଗିଥିବା କ୍ୟାମେରାରେ ଏହି ଘଟଣାଟି ରେକର୍ଡ ହୋଇଥିଲା, ମାତ୍ର ଆକ୍ଵାରିୟମର କର୍ମଚାରୀ ଉକ୍ତ ଚୋରଙ୍କୁ ସାର୍କ ଚୋରାଇ ନେବାରେ ରୋକିପାରିନଥିଲେ। ଏହି ତିନି ଚୋରଙ୍କ ମଧ୍ୟରୁ ଜଣେ ଚୋର ସାର୍କର ଲାଞ୍ଜ ଧରି ଏହାକୁ ପାଣି ଭିତରୁ ଟାଣି ଆଣିଥିଲେ ଓ ଏହାକୁ ଏକ ଓଦା ଚାଦରରେ ଗୁଡାଇଥିଲେ। ସିକ୍ୟୁରୀଟି ଆଖିରୁ ବଞ୍ଚିବା ପାଇଁ ଏହାକୁ ଏକ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଚକଥିବା ଚେୟାର ବା ଷ୍ଟ୍ରୋଲରେ ରଖି ଗାଡି ପାର୍କିଙ୍ଗକୁ ନେଇଯାଇଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପଚରା ଉଚୁରା କରିବା ପରେ ପୋଲିସ ଉକ୍ତ ଗାଡି ସମ୍ବନ୍ଧରେ ସୂଚନା ପାଇଥିଲେ ଓ ପରବର୍ତ୍ତୀ ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବ୍ୟକ୍ତିଜଣକ  38ବର୍ଷ ବୟସ୍କ ବୋଲି KSAT12 ର ରିପୋର୍ଟରୁ ଜଣା ପଡିଛି।

ପୋଲିସ ଅଧିକାରୀ ଜୋସେଫ ସାଲଇଭାଗିଓ KSAT12କୁ କହିଛନ୍ତି ଯେ, ଚୋରି କରିଥିବା ବ୍ୟକ୍ତିଙ୍କର ଏହିପରି ପ୍ରାଣୀଙ୍କ ଉପରେ ବିଶେଷ ଜ୍ଞାନ ରହିଛି। ଉକ୍ତ ବ୍ୟକ୍ତିଙ୍କର ଘର ଓ ଗ୍ୟାରେଜ ଏକ ଆକ୍ଵାରିୟମ ପରି ମଧ୍ୟ ଲାଗୁଥିଲା। ଚୋରି ହୋଇଥିବା ସାର୍କ ବ୍ୟତୀତ ଆହୁରି ଅନେକ ସାମୁଦ୍ରିକ ପ୍ରାଣୀ ମଧ୍ୟ ସେ ଜାଗାରେ ଥିଲେ.”

ଏହାବ୍ୟତୀତ ଅନ୍ୟ ଏକ ସାର୍କକୁ ମୃତ ଅବସ୍ଥାରେ ସେଠାରୁ ଉଦ୍ଧାର କରଯାଇଥିଲା, ଯାହାକୁ ସେହି ଚୋର ଜଣକ ନିଜର ବୋଲି କହିଥିଲେ।

ଏହି ସାର୍କ ଚୋରି ହେବା ପରେ ଜଣେ ବ୍ୟକ୍ତି ଫେସବୁକରେ ଏକ ପୋଷ୍ଟ କରିଥିଲେ। ଆସନ୍ତା ସାର୍କ ସପ୍ତାହ ପାଇଁ ସେ ଏହାକୁ ପ୍ରାୟ 21ହଜାର ଟଙ୍କାରେ ବିକ୍ରି କରିବାକୁ ଚାହୁଞ୍ଛନ୍ତି ବୋଲି ପୋଷ୍ଟରେ ଲେଖିଥିଲେ। ପରବର୍ତ୍ତୀ ସମୟରେ ଏହି ପୋଷ୍ଟ ଡ଼ିଲିଟ କରଯାଇଥିଲା।

ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଚୋରି ପାଇଁ ଦଣ୍ଡ ସହିତ ଟ.52,000 ଓ ଟ.1,70,000 ଜୋରିମାନା ଦେବାକୁ ପଡିବ।

#oddnews #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon