- padmabati kund
ନୂଆ ଫିଚର : ଏବେଠୁ ହ୍ଵାଟସଅପରେ କରନ୍ତୁ ଗ୍ରୁପ ଭିଡିଓ ଓ ଅଡିଓ କଲ

ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟସଅପ ତରଫରୁ ଆଜିଠାରୁ ଏକ ନୂତନ ଫିଚର ଲଞ୍ଚ କରାଯାଇଛି। ସମସ୍ତ ଆଣ୍ଡ୍ରଏଡ ଓ ଆଇଫୋନ ବ୍ୟବହାରକାରୀମାନେ ଆଜିଠାରୁ ହ୍ଵାଟସଅପରେ ଗ୍ରୁପ ଭିଡିଓ କଲ ଓ ଅଡିଓ କଲ କରିପାରିବେ। ଡେଭଲପର କନଫରେନ୍ସ ଏଫ-8ରେ ଏହାର ଘୋଷଣା କରଯାଇଥିଲା।
ଏହି ଗ୍ରୁପ ଭିଡିଓ କଲରେ ଜଣେ ବ୍ୟକ୍ତି ଚାରିଜଣଙ୍କ ସହିତ ଏକା ସାଥିରେ କଥା ହୋଇପାରିବେ ଓ ଗ୍ରୁପ ଅଡିଓ କଲରେ ମଧ୍ୟ ସର୍ବାଧିକ ଚାରିଜଣ ହିଁ କଥା ହୋଇପାରିବେ।
କେମିତି କରିବେ
ନିଜ ମୋବାଇଲରେ ହ୍ଵାଟସଅପର ଏହି ନୂଆ ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କୁ ହ୍ଵାଟସଅପ ଆପକୁ ଅପଡେଟ କରିବାକୁ ପଡିବ। ଏହାପରେ ଆପଣ ପ୍ରଥମେ ଜଣକୁ ଭିଡିଓ କଲ କରିପାରିବେ। ପ୍ରଥମ ବ୍ୟକ୍ତି ଭିଡିଓ କଲରେ ଆସିବା ପରେ ମୋବାଇଲ ସ୍କ୍ରିନର ଡାହାଣ କଣରେ ଥିବା “add participant” ଅପସନରେ କ୍ଲିକ କରି ଆପଣ ଅନ୍ୟଜଣେ ବ୍ୟକ୍ତିକୁ ଗ୍ରୁପ ଭିଡିଓ କଲରେ ଯୋଗ କରିପାରିବେ।
ଏହିପରି ଭାବରେ ଆପଣ ଆଉଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗ୍ରୁପ ଭିଡିଓ କିମ୍ବା ଅଡିଓ କଲରେ ଯୋଗ କରିପାରିବେ। ତେବେ ମନେରଖିବା କଥା ହେଉଛି ଯେ ଜଣେ ବ୍ୟକ୍ତିଙ୍କୁ ଆପଣ ଗ୍ରୁପ ଭିଡିଓ କଲରେ ଯୋଗ କରିସାରିବା ପରେ ହିଁ ଅନ୍ୟଜଣେ ବ୍ୟକ୍ତିଙ୍କୁ ଯୋଗ କରିପାରିବେ।
କମ୍ପାନୀ ତରଫରୁ ଉଲ୍ଲେଖ କରାଯାଇଛି ଯେ, ଏହି ଫିଚରକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ଏଥିରେ ଭିଡିଓ କଲ କରିବା ପାଇଁ ହାଇ ସ୍ପିଡ ଇଣ୍ଟରନେଟର ଆବଶ୍ୟକତା ପଡିବ ନାହିଁ। ହ୍ଵାଟସଅପ ଚ୍ୟାଟ ପରି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।
ଗତ ଦୁଇ ବର୍ଷ ହେବ ହ୍ଵାଟସଅପରେ ବ୍ୟବହାରକାରୀମାନେ ଭିଡିଓ କଲ ଓ ଅଡିଓ କଲ କରିପାରୁଥିଲେ। ପ୍ରତ୍ୟକ ଦିନ ପ୍ରାୟ 200କୋଟିରୁ ଅଧିକ ଲୋକ ହ୍ଵାଟସଅପରେ କଲ କରିଥାନ୍ତି ବୋଲି, ହ୍ଵାଟସଅପ ବ୍ଲଗରେ କରାଯାଇଥିବା ପୋଷ୍ଟରେ ଉଲ୍ଲେଖ ଅଛି।
କିଛିଦିନ ପୂର୍ବରୁ ଫେସବୁକ ଅଧୀକୃତ ଆପ ଇନଷ୍ଟାଗ୍ରାମରେ ମଧ୍ୟ ଗ୍ରୁପ ଭିଡିଓ କଲିଙ୍ଗ ସୁବିଧା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଫେସବୁକ ଅଧୀକୃତ ତିନୋଟି ଯାକ ଆପ ଯଥା –ମେସେଞ୍ଜର, ଇନଷ୍ଟାଗ୍ରାମ ଓ ହ୍ଵାଟସଅପରେ ବ୍ୟବହାରକାରୀ ମାନେ ଗ୍ରୁପ ଭିଡିଓ କଲିଙ୍ଗ ସୁବିଧା ପାଇପାରିବେ।