• padmabati kund

ଜାଣନ୍ତୁ : ଆସିଡିଟି, ମଧୁମେହ ପାଇଁ ଜୀରା ପାଣିର ଏହି ଛଅ ଉପକାରିତା


ପ୍ରାୟ ସମସ୍ତଙ୍କ ଘରେ ଜୀରା ଏକ ପ୍ରିୟ ରୋଷେଇ ସାମଗ୍ରୀ ଅଟେ। ଏହାର ସ୍ଵାଦ ଓ ଜୀରାକୁ ଉଷୁମ କରିବା ପରେ ଯେଉଁ ବାସ୍ନା ହୋଇଥାଏ, ତାହା ସବୁ ମସଲା ଠାରୁ ଜୀରାକୁ ଭିନ୍ନ କରିଥାଏ। କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ,ଏହି ଜୀରାରୁ ତିଆରି ହେଉଥିବା ଜୀରାପାଣି ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସହିତ ତ୍ଵଚା ଓ କେଶର ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଏକ ଗ୍ଳାସ ପାଣି ନେଇ ସେଥିରେ ଅଳ୍ପ ଜୀରା ପକାଇ ଫୁଟାନ୍ତୁ। ଏହାକୁ ଛାଣିଦେବା ପରେ ଜୀରାପାଣି ପ୍ରସ୍ତୁତ ହୋଇଯିବ। ତେବେ ଜାଣିରଖନ୍ତୁ ଏହା ପିଇବା ଦ୍ଵାରା ଶରୀରକୁ କଣ ଲାଭ ମିଳିଥାଏ।

୧.ପାକସ୍ଥଳୀ ପାଇଁ ଲାଭଦାୟକ ହୋଇଥାଏ: ଏହି ଜୀରାପାଣି ଆପଣଙ୍କୁ ଏସିଡିଟିରୁ ରକ୍ଷା କରିଥାଏ ଓ ବଦହଜମରୁ ମଧ୍ୟ ରକ୍ଷା କରିଥାଏ। ଯଦି ଆପଣଙ୍କ ପାକସ୍ଥଳୀରେ ଯନ୍ତ୍ରଣା ହେଉଥାଏ ତେବେ ଏହାକୁ ସେବନ କରିବା ଦ୍ଵାରା ସୁଫଳ ମିଳିଥାଏ।

୨.ଗର୍ଭବତୀ ମହିଳାଙ୍କ ପାଇଁ ଔଷଧୀ ଅଟେ: ଗର୍ଭବତୀ ଥିବା ସମୟରେ ଜୀରାପାଣି ପିଇବା ଦ୍ଵାରା ମା ଏବଂ ସନ୍ତାନ ଉଭୟଙ୍କ ଶରୀର ସୁସ୍ଥ ରହିଥାଏ। ଏହାଦ୍ୱାରା ଗର୍ଭବତୀ ଥିବା ସମୟରେ ମା’ ମାନଙ୍କର ହଜମ ପ୍ରକ୍ରିୟା ମଧ୍ୟ ସଠିକ ଭାବରେ ହୋଇଥାଏ ଓ ମହିଳାଙ୍କ ଶରୀରରେ ଦୁଗ୍ଧ ଶ୍ରବଣ ମଧ୍ୟ ହୋଇଥାଏ।

୩.ରୋଗପ୍ରତିରୋଧକ ଶକ୍ତି ବଢାଏ: ଜୀରାରେ ଅଧିକ ମାତ୍ରାରେ ଲୌହ ଓ ତନ୍ତୁ ରହିଥାଏ। ଜୀରାପାଣି ପିଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ଆପଣଙ୍କୁ ରୋଗରେ ପଡିବାରୁ ରକ୍ଷା କରିଥାଏ।

୪.ମଧୁମେହ ଦୂର କରେ : ଯଦି କୌଣସି ବ୍ୟକ୍ତିଙ୍କୁ ମଧୁମେହ ହୋଇଥାଏ ତେବେ ଖାଲି ପେଟରେ ଜୀରାପାଣି ପିଇବାକୁ ଦିଅନ୍ତୁ, ଏହାଦ୍ୱାରା ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରିତ ହୋଇଥାଏ। ଜୀରାପାଣି ଦ୍ଵାରା ମଧ୍ୟ ଶରୀରରେ ଇନସୁଲିନ ବୃଦ୍ଧି ପାଇଥାଏ।

୫. ତ୍ଵଚା ପାଇଁ ଉପାଦେୟ ହୋଇଥାଏ: ଜୀରାପାଣିରେ କ୍ୟାଲସିୟମ, ପୋଟାସିୟମ, ସେଲେନିୟମ, କପର ଓ ମାଙ୍ଗାନିଜ ରହିଛି। ତେଣୁ ପ୍ରତିଦିନ ଜୀରାପାଣି ପିଇବା ଦ୍ଵାରା ଆପଣଙ୍କ ତ୍ଵଚାକୁ ନବଯୌବନ ମିଳିଥାଏ। ଏହି ଜୀରାପାଣି ସହିତ ହଳଦୀଗୁଣ୍ଡ ମିଶାଇ ଫେସପ୍ୟାକ ପରି ମଧ୍ୟ ବ୍ୟବହାର କରିପାରିବେ। ଏହା ତ୍ଵଚାକୁ କୋମଳ କରିବାରେ ସାହାଯ୍ୟ କରେ।ଏହାକୁ ମୁହଁରେ ଲଗାଇବା ଦ୍ଵାରା ବ୍ରଣ ମଧ୍ୟ ଦୂର ହୋଇଥାଏ।

୬.ସୁସ୍ଥ ଓ ମଜଭୁତ କେଶ ପ୍ରଦାନ କରେ: ଜୀରାପାଣିରେ ଥିବା ପୁଷ୍ଟିସାର ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଏହା ଆପଣଙ୍କ କେଶକୁ ଝଡିବାରୁ ରକ୍ଷା କରେ ଓ କେଶକୁ ମୋଟା କରିଥାଏ। ଏହା ଆପଣଙ୍କ କେଶର ମୂଳକୁ ପୋଷଣ ଯୋଗାଇଥାଏ ଓ କେଶକୁ ସିଲ୍କ କରିଥାଏ।

#lifestyle #health #jeerawater

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon