- padmabati kund
+2 ପାସ ପ୍ରାର୍ଥୀଙ୍କ ପାଇଁ ଭାରତୀୟ ବାୟୁ ସେନାରେ ନିଯୁକ୍ତି ସୁଯୋଗ

ଭାରତୀୟ ବାୟୁସେନା ତରଫରୁ ଓଡିଶା ରାଜ୍ୟର ଓ ନେପାଳର ଅବିବାହିତ ଯୁବକ ମାନଙ୍କୁ ଆସନ୍ତା ସେପ୍ଟେମ୍ବର 25 ରୁ 29 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନିଯୁକ୍ତି ରାଲିରେ ଯୋଗଦାନ କରିବାକୁ ଆହ୍ଵାନ କରାଯାଇଛି। ଭାରତୀୟ ବାୟୁସେନାରେ ଏହି ଗ୍ରୁପ-y (ନନ-ଟେକ୍ନିକାଲ, ଅଟୋ ମୋବାଇଲ ଟେକ୍ନିସିଆନ ଓ ଇଣ୍ଡିଆନ ଏୟାର ଫୋର୍ସ ପୋଲିସ)ର ନିଯୁକ୍ତି ପରୀକ୍ଷା ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ତାରିଖ
ଏଥିପାଇଁ ଆସନ୍ତା ସେପ୍ଟେମ୍ବର ମାସ 1 ଓ 2 ତାରିଖରେ ରେଜିଷ୍ଟ୍ରେସନ ହେବ। ରେଜିଷ୍ଟ୍ରେସନ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ଭୁବନେଶ୍ଵର ବରମୁଣ୍ଡାରେ ରାଜଧାନୀ କଲେଜ ନିକଟରେ ଥିବା 9 ଏୟାରମ୍ୟାନ ସିଲେକ୍ସନ ସେଣ୍ଟରକୁ ଯିବାକୁ ପଡିବ ଏବଂ ସେପ୍ଟେମ୍ବର 25 ରୁ 29 ତାରିଖ ମଧ୍ୟରେ ବିଭିନ୍ନ ଶାରୀରିକ ପରୀକ୍ଷା ଓ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଆବେଦନ କରିବା ପାଇଁ ପ୍ରାର୍ଥୀ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ଓ ଯୁକ୍ତଦୁଇ (ଯେ କୌଣସି ଷ୍ଟ୍ରିମ)ରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଇଂରାଜୀରେ 50% ମାର୍କ ଥିବା ଜରୁରୀ ଅଟେ।
ବୟସସୀମା
ପ୍ରାର୍ଥୀ ଏହି ପଦରେ ଆବେଦନ କରିବା ପାଇଁ 14 ଜୁଲାଇ 1998 ରୁ 26 ଜୁନ 2002 ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଆବଶ୍ୟକ।
ଦରମା
ଟ୍ରେନିଙ୍ଗ ସମୟରେ ପ୍ରାର୍ଥୀଙ୍କୁ ମାସିକ ଟ.14,600 ଦରମା ଦିଆଯିବ ଓ ଟ୍ରେନିଙ୍ଗ ସାରିବା ପରେ ପ୍ରାର୍ଥୀଙ୍କୁ ମାସିକ ଟ. 26,900 ଦରମା ପ୍ରଦାନ କରାଯିବ। ନିଜ ଦକ୍ଷତା ଅନୁସାରେ ଆଗକୁ ମଧ୍ୟ ଦରମା ବୃଦ୍ଧି ହୋଇପାରେ।
କିପରି ଆବେଦନ କରିବେ
ରେଜିଷ୍ଟ୍ରେସନ କରିବା ପାଇଁ ଏକ A4 ସାଇଜର ପେପରରେ ଉପଯୁକ୍ତ ରେଜିଷ୍ଟ୍ରେସନ ଫର୍ମର ଫର୍ମାଟକୁ ଟାଇପ କରି ଏହାକୁ ପୂରଣ କରିବେ। ଏହା ସହିତ 2ଟି ପାସପୋର୍ଟ ସାଇଜ ଫଟୋ ମଧ୍ୟ ଦେବାକୁ ପଡିବ। ଏହି ଫଟୋରେ ପ୍ରାର୍ଥୀଙ୍କୁ ଏକ ସିଲଟରେ ନିଜ ନାମ ଓ ଫଟୋ ଉଠାଇବାର ତାରିଖ ଲେଖି, ଏହି ସିଲଟକୁ ଛାତି ଆଗରେ ଧରି ଫଟୋ ଉଠାଇବାକୁ ପଡିବ। ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଓରିଜିନାଲ ନେବାକୁ ପଡିବ।
ରେଜିଷ୍ଟ୍ରେସନ ଫର୍ମର ଫର୍ମାଟ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଁ ଏୟାରମ୍ୟାନ ସିଲେକ୍ସନ ବୋର୍ଡର ଅଫିସିଆଲ ୱେବସାଇଟ www.airmenselection.cdac.in ରେ ଲଗଇନ କରନ୍ତୁ।