- ବେତାର ବ୍ୟୁରୋ
କନ୍ୟା ରାଶିରେ ଶୁକ୍ରଗ୍ରହଙ୍କ ଚଳନ

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ବୃଷ ଏବଂ ତୁଳା ରାଶିର ସ୍ଵାମୀ ବୋଲି କୁହାଯାଏ। ଶୁକ୍ରଗ୍ରହ ଭୌତିକ ସୁଖ ସୁବିଧା, ଦାମ୍ପତ୍ୟ ଜୀବନ ଓ ସୌନ୍ଦର୍ଯ୍ୟର କାରକ ଅଟନ୍ତି। ଶୁକ୍ରଗ୍ରହଙ୍କର ରାଶି ପରିବର୍ତ୍ତନରେ କିଛି ରାଶିରେ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ ଓ ଅନ୍ୟକିଛି ରାଶିରେ ମତଭେଦ, ଝଗଡା ଓ ଅର୍ଥହାନୀ ହୋଇଥାଏ।
ଶୁକ୍ରଗ୍ରହ ଅଗଷ୍ଟ 1 ତାରିଖ, ବୁଧବାର ଦିନ 12:41ଘଣ୍ଟାରେ କନ୍ୟାରାଶିରେ ପ୍ରବେଶ କରିବେ ଓ ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ତେବେ ଜାଣିରଖନ୍ତୁ ଏହି ଚଳନ କେଉଁ ରାଶି ଉପରେ କଣ ପ୍ରଭାବ ପକାଇବ।
ମେଷ: ଏହା ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନୂଆ ନୂଆ ସମସ୍ୟା ଉପୁଜିପାରେ। ଯଦି କୌଣସି ଜରୁରୀ କାମ ନଥାଏ ତେବେ ଦୁରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ।
ବୃଷ: ଏହି ଚଳନ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଯେଉଁ ବ୍ୟକ୍ତିମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ।
ମିଥୁନ: ସକାରାତ୍ମକ ମନୋଭାବ ଜାଗ୍ରତ ହେବ। ଆର୍ଥିକ ଲାଭ ମିଳିବାର ସୂଚନା ରହିଛି। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ବହୁ ଦିନ ଧରି ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।
କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଘରେ କୌଣସି ସମାରୋହର ଆୟୋଜନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ।
ସିଂହ: ସୁସମ୍ବାଦ ପ୍ରାପ୍ତି ହେବ। ଘର ପାଇଁ ନୂତନ ଜିନିଷ କ୍ରୟ କରିବେ। ବ୍ୟାପାର, ବାଣିଜ୍ୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବହୁତ ଭଲ ରହିବ। ପରୀକ୍ଷାରେ ସଫଳତା ପାଇବେ।
କନ୍ୟା: ଶୁକ୍ରଗ୍ରହ ଏହି ରାଶିରେ ଚଳନ କରୁଥିବାରୁ ଏହାର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ। ପାରିବାରିକ ଜୀବନ ସୁଖମୟ ହେବ। ମାନସମ୍ମାନ ବୃଦ୍ଧି ପାଇବ ଓ କ୍ୟାରିୟର ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ।
ତୁଳା: ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ନୂତନ ବସ୍ତ୍ର କିଣିପାରନ୍ତି। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ ଓ ବ୍ୟବସାୟରେ ଲାଭ ପାଇବେ।
ବିଛା: ବୈବାହିକ ଜୀବନ ସୁଖମୟ ରହିବ। ବହୁ ଦିନରୁ ଅଟକି ରହିଥିବା ଅର୍ଥ ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପରିବାର ସଦସ୍ୟ ଓ ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ।
ଧନୁ: ଏହି ଚଳନ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ, ନଚେତ ଦୁଃଶ୍ଚିନ୍ତା ବଢିପାରେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।
ମକର: କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ଭଲ ସମୟ କଟିବ। ନିଜ କାମ ପାଇଁ ପ୍ରଶଂସିତ ହେବେ ଓ ପଦୋନ୍ନତି ମଧ୍ୟ ମିଳିପାରେ। ବିଦେଶ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ।
କୁମ୍ଭ: ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ। ସନ୍ତାନଙ୍କ ପାଇଁ ଗର୍ବିତ ହେବେ। ଶତ୍ରୁଙ୍କୁ ଜୟ କରିବେ ଓ ସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। ଆର୍ଥିକସ୍ଥିତି ମଜଭୁତ ରହିବ।
ମୀନ: ଏହି ସମୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଗରୁ ଲାଗି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ମତଭେଦ ଦେଖାଦେବ। ଆୟ ଠାରୁ ବ୍ୟୟ ଅଧିକ ହେବ।