• padmabati kund

ଗୋଟେ ଫୋନ କଲରୁ ଆରମ୍ଭ ହୋଇଥିଲା ଅନିଲ କପୁରଙ୍କ ପ୍ରେମ କାହାଣୀ


ବଲିଉଡର ଏଭରଗ୍ରୀନ ଯୋଡି ତାଲିକାରେ ଅନିଲ କପୁର ଓ ସୁନିତା କପୁରଙ୍କ ନାମ ସବୁଠାରୁ ଆଗରେ। ଏହି ଦୁଇଜଣଙ୍କର ପ୍ରେମକାହାଣୀ ବିଷୟରେ ହୁଏତ ବେଶୀ କେହି ଜାଣିନଥିବେ। ତେବେ ନିକଟରେ ଅନିଲ ନିଜର ପ୍ରେମ କାହାଣୀ ବିଷୟରେ ସମସ୍ତଙ୍କ ସହିତ ଶେୟାର କରିଛନ୍ତି।

ଅନିଲ କପୁର ‘ହ୍ୟୁମାନସ ଅଫ ବମ୍ବେ’କୁ ନିଜ ପ୍ରେମ କାହାଣୀ ସମ୍ବନ୍ଧରେ କହିଛନ୍ତି ଯେ, “ତାଙ୍କର ଓ ସୁନିତାଙ୍କର ପ୍ରେମ କାହାଣୀ ଏକ ପ୍ରାଙ୍କ କଲରୁ ଆରମ୍ଭ ହୋଇଥିଲା।

ଅନିଲ କପୁରଙ୍କ ଜଣେ ସାଙ୍ଗ ତାଙ୍କୁ ହଇରାଣ କରିବା ପାଇଁ ସୁନିତାଙ୍କୁ ତାଙ୍କ ଫୋନ ନମ୍ବର ଦେଇଥିଲେ। ଏହି କଲ ମାଧ୍ୟମରେ ଅନିଲ ପ୍ରଥମେ ସୁନୀଲଙ୍କ ସ୍ଵର ଶୁଣିଥିଲେ ଓ ସୁନିତାଙ୍କ ସ୍ଵରକୁ ସେ ଭଲପାଇଥିଲେ। ଏହାପରେ ଉଭୟଙ୍କର ଏକ ପାର୍ଟିରେ ଦେଖା ହୋଇଥିଲା ଓ ଧିରେ ଧୀରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା।

ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଅନିଲଙ୍କୁ ଅନୁଭବ ହେଲା ଯେ ଏହା କେବଳ ବନ୍ଧୁତା ନୁହେଁ। ଦୁହିଙ୍କ ମଧ୍ୟରେ ବନ୍ଧୁତା ଠାରୁ ମଧ୍ୟ ଅଧିକ ସମ୍ପର୍କ ରହିଛି। ଏହାପରେ ଉଭୟ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ।

ଉଭୟଙ୍କ ପ୍ରେମକୁ ନେଇ ଅନିଲ କହିଛନ୍ତି ଯେ, “ଆମେ ପରସ୍ପରକୁ ସିନେମାର କାହାଣୀ ପରି ଡେଟିଙ୍ଗ କରିନାହୁଁ।ମୁଁ କେବେବି ସୁନିତାଙ୍କୁ ମୋ ପ୍ରେମିକା ହେବା ପାଇଁ କହିନାହିଁ। ପରସ୍ପରକୁ ଆମେ ଦୁହେଁ ଭଲ ଭାବରେ ବୁଝିପାରୁଥିଲୁ।“

ଅନିଲ କପୁର ଆହୁରି ମଧ୍ୟ କହିଛନ୍ତି ଯେ,”ସୁନିତାଙ୍କ ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ ଓ ସୁନିତା ଜଣେ ମଡେଲ ଥିଲେ। ସେ ସମୟରେ ମୁଁ ବେକାର ଥିଲି। ମୁଁ କାମ ପାଇବା ପାଇଁ ବହୁତ ସଂଘର୍ଷ କରୁଥିଲି ଓ ସୁନିତା ସବୁ ସମୟରେ ମୋତେ ସହଯୋଗ କରୁଥିଲେ। ଆମେ ପରରସ୍ପରକୁ 10ବର୍ଷ ଡେଟ କରିଛୁ।“

ଅନିଲଙ୍କୁ “ମେରି ଜଙ୍ଗ” ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରଥମ ବ୍ରେକ ମିଳିବା ପରେ ସେ ସୁନିତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଉଭୟ ବିବାହ କରିଥିଲେ।

ଏହି 45ବର୍ଷର ବୈବାହିକ ସମ୍ପର୍କ ବିଷୟରେ ଅନିଲ କହିଛନ୍ତି ଯେ, “ସୁନିତା ମତେ ବହୁତ ଭଲ ଭାବରେ ବୁଝିପାରନ୍ତି। ଜୀବନରେ ବହୁ ସୁଖ ଦୁଃଖ ସାହି ଆମେ ତିନୋଟି ପିଲାଙ୍କୁ ବଡ କରିଛୁ ଏବଂ ମତେ ଏବେବି ଲାଗୁଛି ଯେ ଆମେ ପରସ୍ପରକୁ ଡେଟ କରୁଛୁ।“

ତେବେ ଏହି ସପ୍ତାହରେ ଅଗଷ୍ଟ 3 ତାରିଖରେ ଅନିଲ କପୁରଙ୍କ ଅଭିନୀତ ଫିଲ୍ମ “ଫନ୍ନେ ଖାଁ” ରିଲିଜ ହେବ। ଏଥିରେ ଅନିଲ କପୁରଙ୍କ ବ୍ୟତୀତ ଐଶ୍ଵର୍ଯ୍ୟା ରାୟ ଓ ରାଜ କୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

#entertainment #bollywood #anilkapoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon