• padmabati kund

ମାଂସପେଶୀ ବଢାଇବାକୁ ଇଚ୍ଛୁକ? ଆପଣାନ୍ତୁ ଏହି ପାଞ୍ଚ ଟିପ୍ସ


ପୁରୁଷମାନେ ମାଂସପେଶୀ ବଢାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଏହି ମାଂସପେଶୀକୁ ବଢାଇବା ପାଇଁ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ ଓ କସରତ କରିବାକୁ ପଡିବ। ଏହାଦ୍ଵାରା ଆପଣ ନିଜ ଶରୀରର ମାଂସପେଶୀକୁ ଯେଉଁ ଆକାରର କରିବା ପାଇଁ ଚାହୁଞ୍ଛନ୍ତି, ସେହି ଆକାରର କରିପାରିବେ। ଏହା ସହିତ ଆପଣଙ୍କୁ ସଠିକ ଖାଦ୍ୟ ଗ୍ରହଣ କରିବାକୁ ପଡିବ ଓ ନିଜ ଜୀବନଶୈଳୀ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ।

ତେବେ ନିଜ ମାଂସପେଶୀକୁ ବୃଦ୍ଧି କରି କିପରି ଏକ ସୁନ୍ଦର ଆକାର ପାଇବେ, ସେଥିଲାଗି ଜାଣିରଖନ୍ତୁ କିଛି ଜରୁରୀ ଟିପ୍ସ।

୧.ସଠିକ ପରିମାଣର କ୍ୟାଲୋରୀ ଖାଆନ୍ତୁ: ଶରୀରର ମାଂସପେଶୀକୁ ବଢାଇବା ପାଇଁ ଅଧିକ ମାତ୍ରାରେ କ୍ୟାଲୋରୀ ଗ୍ରହଣ କରିବାକୁ ପଡିଥାଏ। କାରଣ ଶୀଘ୍ର ମାଂସପେଶୀ ବୃଦ୍ଧି ପାଇଁ ଶକ୍ତିର ଆବଶ୍ୟକ ହୋଇଥାଏ। କିନ୍ତୁ କେତେକ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଚର୍ବି ବୃଦ୍ଧି ପାଇଥାଏ। ତେଣୁ ନିଜ ପାଇଁ ଖାଦ୍ୟପେୟ ଠିକ କରିବା ଆଗରୁ ଫିଟନେସ ଟ୍ରେନରଙ୍କର ପରାମର୍ଶ ନିଅନ୍ତୁ।

୨.ଯୌଗିକ ବ୍ୟାୟାମ କରନ୍ତୁ: ଯେଉଁ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ଶରୀରର ଏକରୁ ଅଧିକ ମାଂସପେଶୀକୁ ସୁଫଳ ମିଳିଥାଏ ତାହାକୁ ଯୌଗିକ ବ୍ୟାୟାମ କୁହାଯାଇଥାଏ। ଏହି ଯୌଗିକ ବ୍ୟାୟାମ ମାଂସପେଶୀ ବୃଦ୍ଧିରେ ସହାୟକ ହୋଇଥାଏ।

୩.ପ୍ରତ୍ୟହ ସକାଳୁ ବ୍ୟାୟାମ କରନ୍ତୁ: ମାଂସପେଶୀର ବୃଦ୍ଧି ପାଇଁ ସକାଳୁ ବ୍ୟାୟାମ କରିବା ଲାଭଦାୟକ ଅଟେ। ଯେତେବେଳେ ଆପଣ ସକାଳୁ ଖାଲି ପେଟରେ ବ୍ୟାୟାମ କରିଥାନ୍ତି ଆପଣଙ୍କ ମାଂସପେଶୀକୁ ଶକ୍ତି ମିଳିଥାଏ ଓ ଏହା ବୃଦ୍ଧି ହୋଇଥାଏ।

୪.ପ୍ରତ୍ୟକ ଥର ଖାଦ୍ୟ ଖାଇବା ସମୟରେ ପ୍ରୋଟିନ ଖାଆନ୍ତୁ: ଯଦି ଆପଣ ଶରୀରର ଓଜନ କମ କରିବା ପାଇଁ ଚାହୁଞ୍ଛନ୍ତି ଓ ମାଂସପେଶୀକୁ ବୃଦ୍ଧି କରିବା ପାଇଁ ଚାହୁଞ୍ଛନ୍ତି ତେବେ ଆପଣଙ୍କୁ ପ୍ରତିଥର ଖାଦ୍ୟରେ ପ୍ରୋଟିନର ପରିମାଣ ବଢାଇବାକୁ ପଡିବ। ଏଥିପାଇଁ ମାଛ, ଅଣ୍ଡା, ବାଦାମ ଓ କ୍ଷୀର ଆଦିର ସେବନ କରିବାକୁ ପଡିବ।

୫.ବ୍ୟାୟାମ କରିବା ପରେ ଖାଆନ୍ତୁ: ମାଂସପେଶୀ ବଢାଇବା ପାଇଁ ବ୍ୟାୟମ କରିସାରିବା ପରେ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ସୁଫଳ ମିଳିଥାଏ। ଆମିନୋ ଏସିଡ କାରଣରୁ କାର୍ବୋହାଇଡ୍ରେଟରୁ ଶରୀରରେ ଇନସୁଲିନ ବଢିଥାଏ ଏବଂ ଏହାଦ୍ୱାରା ଶରୀରରେ ମାଂସପେଶୀ ବୃଦ୍ଧି ପାଇଥାଏ।

#lifestyle #mensfashion #musclebuilding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon