- padmabati kund
ଏକ ଲକ୍ଷ ନିଯୁକ୍ତି ପାଇଁ ରେଳ ବିଭାଗର ସବୁଠୁ ବଡ଼ ପରୀକ୍ଷା, ଭାଗୀଦାର ହେଲା ଟି.ସି.ଏସ

ଭାରତୀୟ ରେଳ ବିଭାଗରେ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ବଡ ନିଯୁକ୍ତି ପରୀକ୍ଷାକୁ ପରିଚାଳନା ଓ ଟେକ୍ନୋଲୋଜିର ସହାୟତା ପାଇଁ ଟାଟା କନସଲଟାନ୍ସି ସର୍ଭିସେସ (ଟି.ସି.ଏସ) ସହ ଭାଗୀଦାରୀ କରିଛି। ଏହି ପରୀକ୍ଷାମାଧ୍ୟମରେ ଏକଲକ୍ଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।
ଆସନ୍ତା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ଏହି ମୁଖ୍ୟ କଥା ହେଲା ଏଥିରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପ୍ରଶ୍ନ ପତ୍ର ଦିଆଯିବ ଓ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ କଠିନତାର ସ୍ତର ମଧ୍ୟ ସମାନ ରଖାଯିବ। ଏହା କିପରି ସଠିକ ପରିଚାଳିତ ହେବ ଏହାର ସମସ୍ତ ଦାୟିତ୍ଵ ଟାଟା କନସଲଟାନ୍ସି ସର୍ଭିସେସ (ଟି.ସି.ଏସ) ଉପରେ ନ୍ୟସ୍ତ ରହିବ।
ରେଳବିଭାଗ ତରଫରୁ କିଛିଦିନ ପୂର୍ବରୁ ମୋଟ ଏକଲକ୍ଷ ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟେକ୍ନିସିଆନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରଯାଇଥିଲା। ପ୍ରଥମ ସ୍ତରରେ ମୋଟ 62,907ଟି ପଦବୀ ପାଇଁ 1କୋଟି 90ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ବେଳେ ଦ୍ଵିତୀୟ ସ୍ତରରେ ମୋଟ 26,502ଟି ପଦବୀ ପାଇଁ 47ଲକ୍ଷ 50 ହଜାର ପ୍ରାର୍ଥୀ ଆବେଦନ କରିଥିଲେ।
ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, “ଆମେ ଏହି ପରୀକ୍ଷାକୁ ପରିଚାଳନା କରିବାର କଣ୍ଟ୍ରାକ୍ଟ ଟାଟା କନସଲଟାନ୍ସି ସର୍ଭିସେସ (ଟି.ସି.ଏସ)କୁ ପ୍ରଦାନ କରିଛୁ। ଏହା ବ୍ୟତୀତ ଅନ୍ୟ ଦୁଇ ଘରୋଇ କମ୍ପାନୀକୁ ନିଯୁକ୍ତି ପ୍ରକ୍ରିୟାର ଶେଷପର୍ଯ୍ୟାୟ ପରିଚାଳନାର ଦାୟିତ୍ଵ ନ୍ୟସ୍ତ କରାଯାଇଛି।“
ଏହା ପୂର୍ବରୁ 2016 ମସିହାରେ ଟାଟା କନସଲଟାନ୍ସି ସର୍ଭିସେସ (ଟି.ସି.ଏସ) ରେଳ ବିଭାଗର ସମାନ ନିଯୁକ୍ତି ପରୀକ୍ଷାର ପରିଚାଳନା କରିଥିଲା। ଏହି ପରୀକ୍ଷାରେ ୯୦ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।
ଏହାବ୍ୟତୀତ ଟାଟା କନସଲଟାନ୍ସି ସର୍ଭିସେସ (ଟି.ସି.ଏସ) ନିଜର ଆଇ.ଓ.ଏନ (ion) ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟାନ୍ୟ ଡିଜିଟାଲ ପରୀକ୍ଷା ଯଥା ଜି.ଏ.ଟି.ଇ(GATE), ସି.ଏ.ଟି(CAT), ମେଡିକାଲ ଇଞ୍ଜିନିୟରିଙ୍ଗ ପରୀକ୍ଷା ପରିଚାଳନା କରିଛି।